ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା

Above Post Content

ମାନବ ସେବା ହିଁ ମାଧବ ସେବା । ପ୍ରତ୍ୟେକଟି ମଣିଷର ଆତ୍ମାରେ ସେଇ ପରମାତ୍ମା ବିଦ୍ୟମାନ ଅଛନ୍ତି । ଅସହାୟଙ୍କୁ ସହାୟତା କରିବା ହେଉଛି ପ୍ରକୃତ ମଣିଷ ପଣିଆ । ମହତ୍ ଚିନ୍ତାଧାରା ନେଇ କରୋନାର ମହାମାରୀ ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର ପୁଅ ଆଦିତ୍ୟ ପାଢ଼ୀ । କୌଣସି ସାମାଜିକ ସଂଗଠନ କିମ୍ବା ବ୍ୟକ୍ତିଙ୍କ ଠାରୁ ସହାୟତା ନ ନେଇ ସେ କରୋନା ଆକ୍ରାନ୍ତ ହେଉଥିବା ଓଡ଼ିଆଙ୍କୁ ଯୋଗାଉଛନ୍ତି ଖାଦ୍ୟ ଏବଂ ଅମ୍ଲଜାନ ସିଲିଣ୍ଡର । କରୋନା ଯୋଗୁ ରୋଜଗାର ହରାଇଥିବା ବହୁ ଓଡ଼ିଆ ପରିବାରଙ୍କୁ ସେ ଖାଦ୍ୟ ସାମଗ୍ରୀ ଯୋଗାଉଥିବାବେଳେ ଶହ ଶହ କରୋନାରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଅକ୍ସିଜେନ ଯୋଗାଉଛନ୍ତି । ଆଦିତ୍ୟଙ୍କ ଘର ବାରବାଟୀ ଦୁର୍ଗ କିଲ୍ଲା ଫୋର୍ଟ ଅଂଚଳରେ । ସେ ଦୀର୍ଘ ୨୨ ବର୍ଷ ହେବ ବେଙ୍ଗାଲୁରୁ ନର୍ଥ କେ. ଆରପୁରମ୍ ଅଂଚଳରେ ରହୁଛନ୍ତି । ସେ ଜଣେ ଯୁବ ଶିଳ୍ପୋଦ୍ୟୋଗୀ । ଏକ ସଫ୍ଟୱେୟାର ସଂସ୍ଥା ଚଳାଉଛନ୍ତି । ସେ ଯେଉଁ ଅଂଚଳରେ ରହୁଛନ୍ତି ସେଠାରେ ବହୁ ଓଡ଼ିଆ କାମ କରନ୍ତି । କିଏ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ବିିଭିନ୍ନ ପୋଷାକ ଦୋକାନରେ କାମ କରୁଛନ୍ତି । କରୋନା ମହାମାରୀ ସମୟରେ ବହୁ ବ୍ୟକ୍ତି ହାତବାନ୍ଧି ବସି ରହିଛନ୍ତି । ଓଡ଼ିଶା ଫେରିବାକୁ ନା ଅଛି ଗାଡ଼ିର ସୁବିଧା ନା ସେମାନଙ୍କ ପାଖରେ ଅଛି ଅର୍ଥ । ବହୁ ଦିନ ଧରି କାମ ବନ୍ଦ ରହିଥିବାରୁ ଯାହା କିଛି ଅର୍ଥ ସଂଚୟ କରିଥିଲେ ତାହାକୁ ଖର୍ଚ୍ଚ କରି ଦିନ କାଟୁଛନ୍ତି । ଏହି ଦୁର୍ଦ୍ଦିନ ସମୟରେ ଆଦିତ୍ୟ ଓଡ଼ିଶାର ଲୋକଙ୍କୁ ସହଯୋଗ ହାତ ବଢ଼ାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami