ଅଚାନକ ଚୀନରୁ ଗାଏବ ହୋଇଥିବା 5 ହଜାର ବର୍ଷ ପୁରୁଣା ସଭ୍ୟତା ଥିଲା ଏଲିଅନଙ୍କ ଘର ?

Above Post Content

ଆମେରିକାରେ ଗୋଟିଏ ଗୁପ୍ତ ବିଭାଗ ପରଗ୍ରହୀ ବା ଏଲିଅନଙ୍କ ଉପରେ ନଜର ରଖୁଛି । ନିକଟରେ ପରଗ୍ରହୀଙ୍କୁ ନେଇ ପେଣ୍ଟାଗନ ଆମେରିକା କଂଗ୍ରେସକୁ ଏକ ରିପୋର୍ଟ ଦେଇଛି । ଏହି ରିପୋର୍ଟ ଲିକ୍ ହୋଇଥିବା ଦାବି କରି କିଛି ସମ୍ବାଦପତ୍ର ଦାବି କରୁଛନ୍ତି ଯେ, ରିପୋର୍ଟରେ ଏଲିଅନଙ୍କ ସହିତ ଆମେରିକାର ସମ୍ପର୍କ ସ୍ଥାପିତ ହୋଇଥିବା ନେଇ ସଂକେତ ରହିଛି । ସତ କ’ଣ କେହି ଜାଣି ନାହାନ୍ତି । ତେବେ ଏବେ ପରଗ୍ରହୀଙ୍କୁ ନେଇ ଆଉ ଗୋଟିଏ କଥା ଶୁଣିବାକୁ ମିଳୁଛି । କୁହାଯାଉଛି ଯେ, ଚୀନରେ ୫ ହଜାର ବର୍ଷ ତଳେ ଏଭଳି ଗୋଟିଏ ସଭ୍ୟତା ଥିଲା ଯାହାର ସମ୍ପର୍କ ପରଗ୍ରହୀଙ୍କ ସହିତ ଥିଲା କିମ୍ବା ପରଗ୍ରହୀ ସେହି ସଭ୍ୟତାର ନିର୍ମାତା ଥିଲା ।

ଚୀନର ସିଚୁଆନ୍ ପ୍ରଦେଶର ମ୍ୟୁଜିୟମରେ ଥିବା ଗୋଟିଏ ମୂର୍ତ୍ତିକୁ ନେଇ ଏଭଳି ଦାବି ହେଉଛି । ସାନ୍ସିଂଦୁଇ ମ୍ୟୁଜିୟମରେ ଥିବା ଏହି 2.62ମିଟରର ତମ୍ବାର ମୂର୍ତ୍ତି ଶୁ’ ବା ପ୍ରାଚୀନ ସିଚୁଆନ୍ ସାମ୍ରାଜ୍ୟକୁ ଦର୍ଶାଇ ଥାଏ । ଏହି ମୂର୍ତ୍ତି ତଥା ଅନ୍ୟକିଛି କଳାକୃତ୍ତି ଏଲିଅନ ଜୀବନର ପ୍ରମାଣ ବୋଲି କୁହାଯାଉଛି ।

After 2nd paragraph post ads

୩୧ଶହ ବର୍ଷ ପୁରୁଣା ମୁର୍ତ୍ତି

୩୧ଶହ ବର୍ଷ ପୁରୁଣା ଏହି ମୁର୍ତ୍ତି ଜଣେ ରାଜାଙ୍କର ବୋଲି ଦାବି କରାଯାଏ । ଏହି ରାଜାଙ୍କ ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ଭଳି କିଛି ରହିଛି । ସେହିଭଳି ମୁର୍ତ୍ତିରେ ଥିବା ବସ୍ତ୍ରରେ ଡ୍ରାଗନ ଓ ରିବନ ମଧ୍ୟ ଲାଗିଛି । ଶାନ୍ସିଂଦୁଇରେ ୧୯୨୯ ମସିହାରେ ହୋଇଥିବା ଖନନରୁ ଏହି ମୁର୍ତ୍ତି ମିଳିଥିଲା । ସେହି ସମୟରେ ଖନନରୁ ଯେଉଁ ସବୁ ସାମଗ୍ରୀ ମିଳିଥିଲା ତା’ର ବୟସ ୩ ହଜାରରୁ ୫ ହଜାର ବର୍ଷ ବୋଲି ଅନୁମାନ କରାଯାଉଛି । ସେତେବେଳେ ପ୍ରାତ୍ନତତ୍ୱିକ ଖନନରୁ ପ୍ରାୟ ୧୦ ହଜାର ସାମଗ୍ରୀ ମିଳିଥିଲା । ୧୯୮୦ ମସିହାରେ ସେଠାରୁ ଏକ ଦୁର୍ଗର ଅବଶେଷ ମିଳିଥିଲା । ଏହି ଅଂଚଳ ସାନ୍ସିଂଦୁଇ ସାମ୍ରାଜ୍ୟର ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ଗଡ଼ ଥିଲା ବୋଲି ଅନୁମାନ କରାଯାଏ ।

Middle post content

୫ ହଜାର ବର୍ଷ ପୁରୁଣା

ଏହି ସଭ୍ୟତା କୃଷି ସମ୍ପର୍କିତ ବିକଶିତ ପ୍ରଣାଳି ଆବିଷ୍କାର କରିଥିଲା । ସେମାନେ ମଧ୍ୟ ସିରମିକ୍ ଓ ବଳି ପାଇଁ ବ୍ୟବହୃତ ଅସ୍ତ୍ର ତିଆରି କରିପାରୁଥିଲେ । ଖନନ ପୂର୍ବରୁ ଏହି ସଭ୍ୟତା ୩ ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଥିଲା କିନ୍ତୁ ଖନନ ପରେ ଏହି ଅନୁମାନ ଭୂଲ ଥିଲା ବୋଲି ପ୍ରମାଣିତ ହୋଇଥିଲା । ଶି ସାମ୍ରାଜ୍ୟ ୩ ହଜାର ନୁହେଁ ୫ ହଜାର ବର୍ଷ ପୁରୁଣା ବୋଲି ପ୍ରମାଣିତ ହୋଇଥିଲା ।

କେମିତି ହେଲା ଗାଏବ ?

ତେବେ ଶାନ୍ସିଂଦୁଇ ସଭ୍ୟତା ଅଚାନକ ଗାଏବ ହୋଇଯାଇଥିଲା । ଏହା କେବେ ଓ କେମିତି ଗାଏବ ହେଲା ତାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ତେବେ କୁହାଯାଏ ଯେ, ଭୂକମ୍ପ କାରଣରୁ ଏହି ସଭ୍ୟତାର ବିନାଶ ହୋଇଥିଲା । ପ୍ରତ୍ନତତ୍ୱବିତଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ଗୋଟିଏ ବଡ଼଼ ପ୍ରଶ୍ନ ହୋଇ ରହିଛି ଯେ, କେମିତି ସେମାନେ ଏଭଳି ଉନ୍ନତ ବସ୍ତୁ ତିଆରି କରିପାରୁଥିଲେ । ଏଲିଅନ୍ ଥିଓରିରେ ବିଶ୍ୱାସ କରୁଥିବା କିଛି ଲୋକଙ୍କ ମତ ଯେ, ଏହି ସଭ୍ୟତାର ସମ୍ପର୍କ ପରଗ୍ରହୀଙ୍କ ସହିତ ଥିଲା । ସେମାନଙ୍କଠାରୁ ପାଇଥିବା ଜ୍ଞାନ କୌଶଳରେ ଏହି ସଭ୍ୟତାର ଲୋକ ଏତେ ପ୍ରଗତି କରିପାରିଥିଲେ । ସୂଚନାଯୋଗ୍ୟ ଯେ, ୩୫ ବର୍ଷ ତଳେ ଏହି ଅଂଚଳରେ ଉଡନ୍ତା ଥଳିଆ ବା UFOକୁ ଏଠାରେ ଦେଖିଥିବା ଦାବି ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami