ଆଜିର ସମୟରେ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କିଏ ?

Above Post Content

ୟୁକ୍ରେନ-ଋଷ ଯୁଦ୍ଧକୁ ୫୦ ଦିନରୁ ଅଧିକ ହୋଇଗଲାଣିଆମେରିକା ଖୋଲାଖୋଲି ସାମ୍ନାକୁ ଆସୁନାହିଁ କି ଋଷକୁ ସହଜ ବିଜୟ ଏପର୍ଯ୍ୟନ୍ତ ମିଳିନାହିଁ । କେଇ ଘଣ୍ଟାରୁ କେଇ ଦିନ ମଧ୍ୟରେ ୟୁକ୍ରେନ୍ ଉପରେ କବଜାର ସ୍ୱପ୍ନ ଦେଖିଥିବା ଭ୍ଲାଦିମିର ପୁଟିନଙ୍କ ପାଇଁ ୟୁକ୍ରେନ୍ ଏବେ ୱାଟରଲୁ ପାଲଟିବାକୁ ଗଲାଣି । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କିଏ ? ଆମେରିକା ନା ଋଷ ? ଚୀନର ସ୍ଥାନ କେଉଁଠି ଓ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଭାରତ ଏହି ତାଲିକା ଭିତରେ ପ୍ରଥମ ୧୦ ଦେଶଙ୍କ ମଧ୍ୟରେ ଅଛି କି ? ଆସନ୍ତୁ ଉତ୍ତର ଜାଣିବା । ତେବେ ତା’ ପୂର୍ବରୁ ଜାଣି ନିଅନ୍ତୁ କେଉଁ ଆଧାରରେ ଶକ୍ତିଶାଳୀ ରାଷ୍ଟ୍ରଙ୍କ ସୂଚୀ ପ୍ରସ୍ତୁତ ହୋଇଥାଏ

କେମିତି ପ୍ରସ୍ତୁତ ହୁଏ ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକା ?

After 2nd paragraph post ads

ଶକ୍ତିଶାଳୀ ରାଷ୍ଟ୍ର ହେବାର ଆଧାର କ’ଣ ? କେବଳ ଅନ୍ତର୍ଜାତୀୟୀ ମିଡିଆରେ ଚର୍ଚ୍ଚାରେ ରହିବା ଦ୍ୱାରା ଶକ୍ତିଶାଳୀ ରାଷ୍ଟ୍ରର ମାନ୍ୟତା ମିଳିଯାଏ କି ? ନା କେବଳ ସାମରିକା ଶକ୍ତି ଏହି ପରିଚୟ ଦିଏ ? କିମ୍ବା ଉଭୟ ସାମରିକା ଓ ଆର୍ଥିକ ଶକ୍ତି ହିଁ ଗୋଟିଏ ରାଷ୍ଟ୍ରକୁ ଶକ୍ତିଶାଳୀ କରିଥାଏ । ୟୁଏସ ନ୍ୟୁଜ୍ ନିଜର ଶକ୍ତିଶାଳୀ ରାଷ୍ଟ୍ରଙ୍କ ସୂଚୀ ପ୍ରସ୍ତୁତ କରିବା ବେଳେ ବୈଦେଶିକ ନୀତି,ସାମରିକ ଶକ୍ତି ସହିତ ଆହୁରି ଅନେକ କାରକଙ୍କୁ ସାମିଲ କରିଥାଏ । ଏଥିରେ ଅନ୍ତର୍ଜାତୀୟ ମଂଚରେ ଦୁନିଆର ବାକି ଦେଶଙ୍କ ଉପରେ ସମ୍ପୃକ୍ତ ଦେଶର କେତେ ପ୍ରଭାବ ରହିଛି ତାକୁ ମଧ୍ୟ ପରଖା ଯାଏ ।

ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକାର ଭାରତର ସ୍ଥାନ କେଉଁଠି ?

ବିଶ୍ୱର ଚତୁର୍ଥ ବୃହତ୍ ସେନାର ଅଧିକାରୀ ଭାରତ । ୟୁକ୍ରେନ୍ ଯୁଦ୍ଧ ପାଇଁ ଉଭୟ ଆମେରିକା ଓ ଋଷ ଭାରତକୁ ନିଜ ପଟକୁ ନେବାକୁ ଉଦ୍ୟମ କରୁଛନ୍ତି । ଏମିତିରେ ଆପଣ ମଧ୍ୟ ଜାଣିବାକୁ ଚାହୁଁଥିବେ ଭାରତର ସ୍ଥାନ ତାଲିକାରେ କେଉଁଠି । ଅଧିକ ସସପେନ୍ସ ନରଖି ଆମେ ଏଇଠି କହି ଦେଉଛୁ ଯେ, ଭାରତ ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକାର ପ୍ରଥମ ୧୦ ସ୍ଥାନରେ ମଧ୍ୟ ନାହିଁ । ଏହି ତାଲିକାରେ ସଭା ଉପରେ ଯଦି ଆମେରିକା ଅଛି ତେବେ ଭାରତର ସ୍ଥାନ ୧୩

ଏବେବି ଏକ ନମ୍ବର ଆମେରିକା

Middle post content

ୟୁକ୍ରେନକୁ ବଂଚାଇବାକୁ ଆମେରିକା ସାମ୍ନାକୁ ଆସିନି ସତମୈଦାନ ଉପରେ ନିଜର ସେନାକୁ ମୁତୟନ କରିନି ସତ । ଏହାସହିତ ଆଫଗାନିସ୍ତାନରୁ ଲଜ୍ଜିତ ହୋଇ ପଳାୟନ କରିଥାଇ ପାରେ ଅଙ୍କଲ ସାମ କିନ୍ତୁ ସତ ହେଲା ଆମେରିକା ଏବେ ମଧ୍ୟ ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ରାଷ୍ଚ୍ର । ସାମରିକା,ଆର୍ଥିକ ଓ କୂଟନୈତିକ ଶକ୍ତିରେ ଆମେରିକାକୁ ଟକ୍କର ଦେବାକୁ କେହି ନାହାନ୍ତି । ୨୪୫ ବର୍ଷର ପୁରୁଣା ଏହି ଦେଶର ବିଶ୍ୱ ଉପରେ ଏବେ ମଧ୍ୟ ଗଭୀର ପ୍ରଭାବ ରଖୁଛି । ହଲିଉଡ୍ ଦ୍ୱାରା ଏହା ବିଶ୍ୱର ମନୋରଂଜାନ ବଜାର ଉପରେ ଯଦି ରାଜ କରୁଛି ତେବେ ସାମରିକ ଶକ୍ତି ଏହାକୁ ବିଶ୍ୱ ଦାଦା ବନାଇଛି । ଆଉ ଡଲାର ଭଳି ଶକ୍ତିଶାଳୀ ମୁଦ୍ରା ଆମେରିକାକୁ କରିଛି ବିଶ୍ୱ ସାହୁକାର

ଦ୍ୱିତୀୟ ସ୍ଥାନରେ ଡ୍ରାଗନ !

ତାଲିକାରେ ଥିବା ଦ୍ୱିତୀୟ ରାଷ୍ଟ୍ରର ନାମ ପଢି ଆପଣଙ୍କ ମୁହଁ ଆମ୍ବିଳା ହୋଇଯିବ । କାରଣ ଆପଣ ଏହି ସ୍ଥାନରେ ମିତ୍ର ଋଷର ନାମ ଆଶା କରୁଥିବେ । କିନ୍ତୁ ଗତ ଏକ ଦଶନ୍ଧୀ ମଧ୍ୟରେ ଚୀନ୍ ଆର୍ଥିକ କ୍ଷେତ୍ରରେ ଯେଉଁଭଳି ବିକାଶ କରିଛି ତାହା ତାକୁ ସିଧାସଳଖ ଆମେରିକା ଟକ୍କରରେ ରଖିଛି । ଆମେରିକାକୁ ଚୀନ୍ ଖାଲି ଆର୍ଥିକ କ୍ଷେତ୍ରରେ ଚ୍ୟାଲେଂଜ୍ କରୁନାହିଁ ଏହା ପାଖରେ ମଧ୍ୟ ଦୁନିଆର ଦ୍ୱିତୀୟ ବୃହତ୍ ସେନା ରହିଛି । ହଲିଉଡ ସିନେମା ଯଦି ଆମେରିକାର ସଫ୍ଟ ପାୱାର ତେବେ ଚୀନ୍ ସିନେମା ମଧ୍ୟ ବିଶ୍ୱରେ ପରିଚିତ ହେଲାଣି । ଏହା ସହିତ ଚୀନ୍ ଅନ୍ତରୀକ୍ଷ ଅନୁନ୍ଧାନ କ୍ଷେତ୍ରରେ ଆମେରିକାକୁ ଚ୍ୟାଲେଂଜ୍ କରୁଛି । ଚୀନ୍ ପାଖରେ ଉପଗ୍ରହକୁ ମାରି ଖସାଇବା ଭଳି ଟେକ୍ନୋଲୋଜି ରହିଛି । ଚୀନ୍ ଆଗାମୀ ଦୁଇ ଦଶନ୍ଧୀ ମଧ୍ୟରେ ଆମେରିକାକୁ ଯଦି ଏକ ନମ୍ବର ସ୍ଥାନରୁ ବେଦଖଲ କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ପୁଟିନଙ୍କ ଋଷ ଗୋଟିଏ ସ୍ଥାନ ତଳକୁ ଖସିଛି

୧୯୯୧ରେ ସୋଭିଏତ ଋଷର ବିଘଟନ ସହିତ ଆମେରିକା ବିଶ୍ୱର ଏକ ମାତ୍ର ସୁପରପାୱାର ହୋଇଥିଲା । ୨୦୦୦ ମସିହା ପରେ ଭ୍ଲାଦିମିର ପୁଟିନ୍ କ୍ଷମତାକୁ ଆସିଥିଲେ । ସେବେଠାରୁ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ପୁଟିନଙ୍କ ହାତରେ ଋଷ କ୍ଷମତାର ଡୋରିପୁଟିନ୍ ଋଷର ପୁରୁଣା ଗୌରବ କିଛି ମାତ୍ରାରେ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ଋଷର ପୋଲ୍ ମଧ୍ୟ ଖୋଲି ଯାଇଛି । ଋଷ ସେନା ଯଦି ଗୋଟିଏ ଛୋଟ ଦେଶକୁ ୫୦ ଦିନ ମଧ୍ୟରେ ବି କବଜା କରିପାରିନାହିଁ ତେବେ ଏହାର ସେନାର ଟ୍ରେନିଂ ଓ ସାମରିକ ଟେକ୍ନୋଲୋଜିରେ ସମସ୍ୟା ରହିଛି ବୋଲି କୁହାଗଲାଣି । ଏହା ସତ୍ୱେ ଋଷ ଏମିତି ଗୋଟିଏ ଶକ୍ତି ଯାହାକୁ ନଜରଅନ୍ଦାଜ କରାଯାଇ ପାରିବ ନାହିଁ । ସବୁଠାରୁ ବଡ଼କଥା ହେଉଛି ଋଷର ଶକ୍ତି ହେଉଛି ଏହାର ପ୍ରାକଋତିକ ସମ୍ପଦ । ତୈଳଠାରୁ ଗ୍ୟାସ ସବୁର ଭଣ୍ଡାର ଋଷ । ଏହା ସହିତ ଖାଦ୍ୟାନ୍ନ ରପ୍ତାନୀ ମାମଲାରେ ମଧ୍ୟ ଋଷ ଆଗରେ

ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକାରେ ଋଷ ପରେ ଯଥାକ୍ରମେ ଅଛନ୍ତି ଜର୍ମାନୀ,ଇଂଲଣ୍ଡ ଓ ଜାପାନ । ଜର୍ମାନୀ ଓ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭଷ୍ମ ଭିତରୁ ପୁନଃଜନ୍ମ ନେଇଛନ୍ତି । ସେହିଭଳି ବ୍ରିଟେନ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିଜ ସାମ୍ରାଜ୍ୟ. ହରାଇଥିଲା କିନ୍ତୁ ଏବେ ମଧ୍ୟ ଏହା ନିଜ ଆର୍ଥିକ ଶକ୍ତି ବଜାୟ ରଖିବାରେ ସକ୍ଷମ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami