ଛାତ୍ରରୁ ସଫଳ ଚାଷୀ

Above Post Content

ଆଜିର ଯୁବପିଢ଼ି ଚାକିରି ପଛରେ ଗୋଡ଼ାଉଥିବାବେଳେ ମୟୂରଭଞ୍ଜ, କରଞ୍ଜିଆର ଦୀପକ କୁମାର ଏହାର ବ୍ୟତିକ୍ରମ । ସ୍ନାତକ ପଢ଼ା ସାରି ସେ ନିଜ ଭିଟାମାଟିରେ ଚାଷକୁ ଆପଣାଇଛନ୍ତି । ଦୀର୍ଘ ଚାରିବର୍ଷ ଧରି ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ପରିବା ଚାଷ କରି ସଫଳ ଚାଷୀଭାବେ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

vegetable farming, deepak kumar, successful farming, mayurbhanj district, rising odisha
After 2nd paragraph post ads

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଦୀପକ ବାଣିଜ୍ୟରେ ସ୍ନାତକ ପଢ଼ାସାରି ଗାଁର ୧୫ ଏକର ଜମିରେ ଚାଷକାମ ଆରମ୍ଭ କରିଥିଲେ । ସେ ଆମ୍ବ, କାଜୁ, ଲିଚୁ, ଲେମ୍ବୁ ଗଛ ସହିତ ଋତୁ ଅନୁଯାୟୀ ପରିବା ଚାଷ ମଧ୍ୟ କରୁଛନ୍ତି । ସବୁ ଚାଷକୁ ଧାଡ଼ିପ୍ରାଣଳୀରେ କରିଥାନ୍ତି । ଦଶେରୀ, ଆମ୍ରପାଲ୍ଲୀ, ଚାଁଉସା, ଲେଙ୍ଗଡ଼ା, ସ୍ୱର୍ଣ୍ଣରେଖା ଭଳି ବିଭିନ୍ନ କିସମର ଆମ୍ବ ଚାଷ ସହିତ ବାଇଗଣ, କଲରା, ଭେଣ୍ଡି, ବୋଇତାଳୁ (କଖାରୁ), ଜହ୍ନ ଆଦି ଫସଲରେ କ୍ଷେତ ହସି ଉଠିଛି । ଗଛମୂଳରେ ଅଦା ଚାଷ କରି ମଧ୍ୟ ସେ ଖୁବ୍ ଲାଭବାନ ହୋଇପାରିଛନ୍ତି । ତାଙ୍କ ବାପା ଏକ ହୋଟେଲ ଚଳାଉଥିବାବେଳେ ଏଥିପାଇଁ ଦୈନିକ ପନିପରିବାର ଆବଶ୍ୟକତାକୁ ମେଣ୍ଟାଉଛି ଦୀପକଙ୍କ ତଟକା ପନିପରିବା ।

Middle post content

ସାର ଲାଗି ବ୍ୟବହାର କରନ୍ତି ବର୍ଜ୍ୟବସ୍ତୁ

ୟୁଟ୍ୟୁବର ସହାୟତାରେ ସେ ଆଧୁନିକ କୃଷି ପ୍ରଣାଳୀମାନ ଶିଖି ଜମିରେ ଉପଯୋଗ କରନ୍ତି । ଗୋବର ଓ ଖତ ସହ ରାଇସ୍ ମିଲ୍‌ରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ସାରରୂପେ ଚାଷରେ ପ୍ରୟୋଗ କରିଥାନ୍ତି । ଚାଷ ପାଇଁ ହାତଚାଳିତ ମେସିନ୍‌, ପାୱାର ଟିଲର ଓ ବିଭିନ୍ନ ବୈଜ୍ଞାନିକ କୌଶଳର ମଧ୍ୟ ସାହାଯ୍ୟ ନେଇଥାନ୍ତି ଦୀପକ । ନିଜ ସ୍ପ୍ରେ ମେସିନ୍‌ରୁ କୀଟନାଶକ ଔଷଧ କ୍ଷେତରେ ସିଂଚନ କରନ୍ତି ।

ସେ ଦୈନିକ ୧୦ରୁ ୧୧ ଜଣ ଶ୍ରମିକଙ୍କୁ ନେଇ ନିଜ କାମ ତୁଲାନ୍ତି । ଚାଷରୁ ବର୍ଷକୁ ପାଖାପାଖି ୮ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବକ । ପରିବାଗୁଡ଼ିକୁ ନିକଟସ୍ଥ କରଞ୍ଜିଆ ମାର୍କେଟରେ ବିକ୍ରି ଦୀପକ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami