ଭାରତର ଯୁବବର୍ଗ କଣ ଚାହାନ୍ତି?

550

ବିଶ୍ୱର ଦ୍ରୁତତମ ଅର୍ଥନୀତି ଭାରତ ହେଉଛି ପୃଥିବୀର ତରୁଣ ଜନସଂଖ୍ୟାର ଏକ ପଞ୍ଚମାଂଶଙ୍କ ଘର । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ଅର୍ଦ୍ଧାଧିକଙ୍କ ବୟସ ହେଉଛି ୨୫ ବର୍ଷରୁ କମ ଏବଂ ଏକ ଚତୁର୍ଥାଂଶଙ୍କ ବୟସ ୧୪ ବର୍ଷରୁ କମ । ଭାରତର ତରୁଣ ଜନସଂଖ୍ୟା ଏହାର ସବୁଠାରୁ ମୂଲ୍ୟବାନ ଓ ଆହ୍ୱାନମୁଳକ ସମ୍ବଳ । ଏହି ଜନସଂଖ୍ୟା ଭାରତକୁ ଏକ ଅନନ୍ୟ ସୁଯୋଗ ଦେଇଥାଏ । କିନ୍ତୁ ଯଦି ମାନବ ସମ୍ବଳ ବିକାଶରେ ସଠିକ ଉପଯୋଗ ନହୁଏ ତେବେ ଏହି ସୁଯୋଗ ହାତଛଡା ହୋଇଯିବ । ଏହାସହିତ ବର୍ତ୍ତମାନର ବିଶ୍ୱ ଅନିଶ୍ଚିତ ଓ ଅଧିକ ଗତିଶୀଳ

ଯେହେତୁ ଭାରତ ଦ୍ରୁତ ଭାବରେ ଏକ ସମୟରେ ଅର୍ଥନୈତିକ, ଜନସଂଖ୍ୟା, ସାମାଜିକବୈଶୟିକ ପରିବର୍ତ୍ତନ ଦେଇ ଗତି କରୁଛି, ତେଣୁ ଯେଉଁଭଳି ଭାବେ,ଏହି ଅଭିବୃଦ୍ଧି ସମାବର୍ତ୍ତି ହେବ ଓ ଏଥିରେ ସମାଜର ସବୁ ବର୍ଗଙ୍କର ଭାଗିଦାରୀ ରହିବ ତାହା ସୁନିଶ୍ଚିତ କରିବାକୁ ପଡିବ । ଭାରତ ସେପର୍ଯ୍ୟନ୍ତ ନିଜର ପ୍ରକୃତ ଅଭିବୃଦ୍ଧି ସମ୍ଭାବନାକୁ ହୃଦୟଙ୍ଗମ କରିବାକୁ ସମର୍ଥ ହୋଇ ନାହିଁ ଯେପର୍ଯ୍ୟନ୍ତ ଅର୍ଥନୀତିର ବିକାଶରେ ଯୁବବର୍ଗ ପର୍ଯ୍ୟାପ୍ତ ତଥା ଉତ୍ପାଦନକ୍ଷମ ଭାବେ ଅଂଶ ଗ୍ରହଣ କରିବେ ନାହିଁ ।

ଭାରତର ଯୁବବର୍ଗ କେଉଁ କୌଶଳ ଓ ଚାକିରି ଚାହୁଁଛନ୍ତି ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସେମାନଙ୍କ ଆଶା-ଆକାଂକ୍ଷାକୁ ପୁରା କରୁଛି କି ନାହିଁ ତାହା ଜାଣିବା ପାଇଁ ବିଶ୍ୱ ଅର୍ଥନୈତିକ ଫୋରମଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ ମିଳିତ ଭାବେ ୫ ହଜାରରୁ ଅଧିକ ଯୁବକଯୁବତୀଙ୍କ ମଧ୍ୟରେ ସର୍ବେକ୍ଷଣ କରିଥିଲା । ଏହି ସର୍ବେକ୍ଷଣାର ପରିଣାମ କହୁଛି ଯେ, ଭାରତୀୟ ଯୁବା ମହତ୍ୱାକାଂକ୍ଷୀ ଓ ନିଜ କ୍ୟାରିୟର ସମ୍ପର୍କିତ ନିଷ୍ପତ୍ତିରେ ଅଧିକ ସ୍ୱାୟତତା ଦେଖାଇଥାଏ । ସେମାନେ ପରିବର୍ତ୍ତନଶୀଳ କୌଶଳର ଆବଶ୍ୟକତାକୁ ସ୍ୱୀକାର କରନ୍ତି ଓ ଉଚ୍ଚ ଶିକ୍ଷା, ଅତିରିକ୍ତ ପ୍ରଶିକ୍ଷଣ ଓ କୌଶଳ ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅଧିକ ଉତ୍ସୁକ ରହିଥାନ୍ତି । ଏହା ସହିତ ଅନେକ କାରକ ସେମାନଙ୍କ ମହତ୍ୱାକାଂକ୍ଷାର ପଥରୋଧ କରନ୍ତି ଓ କାମର ବଦଳୁଥିବା ପ୍ରକୃତି ସହିତ ଖାପ ଖୁଆଇବା ଦିଗରେ ସେମାନଙ୍କୁ ଅଟକାଇଥାନ୍ତି ।

ଭାରତର ଯୁବା ଯେଉଁଭଳି ଭାବେ ଶିକ୍ଷାଲାଭ ପରେ ଅର୍ଥନୈତିକ ଗତିବିଧିରେ ସହଜତାର ସହ ସାମିଲ ହୋଇ ପାରିବେ ସେଥିପାଇଁ ନୀତିଗତ ଓ ରଣନୈତିକ ଭାବେ କ’ଣ କରାଯାଇପାରେ ତାହା ଉପରେ ସର୍ଭେ ଫଳାଫଳ ଆଲୋକପାତ କରିପାରେ ।

୧. ଭାରତୀୟ ଯୁବା ସ୍ୱାଧୀନ, ଆଶାବାଦୀ ଓ ପରିବର୍ତ୍ତନଶୀଳ ଶ୍ରମ ବଜାରକୁ ନେଇ ଉନ୍ମୁକ୍ତ

ଭାରତରେ ଯୁବବର୍ଗଙ୍କ କ୍ୟାରିୟର ଚୟନ ଓ ଶିକ୍ଷା ସମ୍ବନ୍ଧିତ ବିକଳ୍ପକୁ ନେଇ ପରିବାର ଓ ସାଥିଙ୍କ ପ୍ରଭାବରେ ହ୍ରାସ ଆସୁଛି । ଆଗରୁ ଜଣେ ଯୁବକ ଉପରେ କ୍ୟାରିୟର ଚୟନ କରିବା ବେଳେ ପରିବାର ଓ ସାଥିଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଚାପ ରହୁଥିଲା । ଏବେ କିନ୍ତୁ ଏଭଳି ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ଯୁବ ସମାଜ ଏବେ ଉତ୍ପାଦକ ରୋଜଗାର ଅବସରକ୍ୟାରିୟର ପଥ ଖୋଜୁଛନ୍ତି ଯାହା ସେମାନଙ୍କ ବ୍ୟକ୍ତିଗତ ଆକାଂକ୍ଷାକୁ ଦର୍ଶାଇଥାଏ ।

ପ୍ରାୟତଃ ଅର୍ଦ୍ଧାଧିକ ଉତ୍ତରଦାତ୍ତା ପସନ୍ଦର ପ୍ରାଥମିକ କାରଣ ଭାବେ ଅଧ୍ୟୟନ କ୍ଷେତ୍ରରେ ସେମାନଙ୍କ ରୁଚି କଥା କହିଥିଲେ । ଅନ୍ୟପକ୍ଷରେ ୧୯ ପ୍ରତିଶତ ପରିବାର ଦ୍ୱାରା ପ୍ରଭାବିତ ହୋଇ କ୍ୟାରିୟର ବାଛିଥିବା କଥା କହିଥିଲେ । ଏହା ବ୍ୟତିତ ଏକ ତୃତିୟାଂଶ ଉଦ୍ୟୋଗୀ ହେବାରେ ରୁଚି ଦେଖାଇଥିଲେ । ୬୩ ପ୍ରତିଶତ ଆୟର ଅନ୍ୟକୌଣସି ଉତ୍ସ ଦ୍ୱାରା ନିଜ ଉପାର୍ଜନ ବୃଦ୍ଧି କରିବାରେ ରୁଚି ଦେଖାଇ ଥିଲେ । ଏହା ରୋଜଗାରର ବୈକଳ୍ପିକ ପନ୍ଥା ପ୍ରତି ଭାରତୀୟ ଯୁବବର୍ଗ ଦେଖାଉଥିବା ଉନ୍ମୁକ୍ତତାର (ଖୋଲାପଣ) ଉଦାହରଣ ।

୨. ଭାରତୀୟ ଯୁବବର୍ଗ କ୍ୟାରିୟରକୁ ନେଇ ଅଧିକ ମାର୍ଗଦର୍ଶନ ଓ ପରାମର୍ଶ ଆବଶ୍ୟକ କରନ୍ତି

ସର୍ଭେର ଅନେକ ନିଜ ଇଛା ମୁତାବକ ଓ ଉପଯୁକ୍ତ ଚାକିରୀ ଅବସର ଖୋଜିବାରେ ବାଧାର ସମ୍ମୁଖୀନ ହେଉଥିବା କଥା କହିଥିଲେ । ଚାକିରୀ ଓ ଦକ୍ଷତା ବିକାଶର ସୂଚନାରେ ବିଷମତା ଓ ଉପଯୁକ୍ତ କ୍ୟାରିୟର ଚୟନ ଦିଗରେ ମାର୍ଗଦର୍ଶନର ଅଭାବ ଭଳି କାରଣ ଭାରତୀୟ ଯୁବାଙ୍କୁ ପଶ୍ଚାତଗାମୀ କରାଉଛି । ସର୍ଭେରେ ଭାଗ ନେଇଥିବା ୫୧ ପ୍ରତିଶତ କହିଥିଲେ ଯେ, ସେମାନଙ୍କ ଯୋଗ୍ୟତା ସହିତ ମେଳ ଖାଉଥିବା ଚାକିରୀର ଉପଲବ୍ଧତା ବାବଦରେ ସୂଚନା ଅଭାବ ଏକ ମହତ୍ୱପୂର୍ଣ୍ଣ ବାଧା । ସେହିଭଳି ୩୦ ପ୍ରତିଶତ କୌଣସି ପ୍ରକାରର ପରାମର୍ଶ କିମ୍ବା ପରମର୍ଶ ସୁଯୋଗ ପର୍ଯ୍ୟନ୍ତ ସେମାନଙ୍କ ପ୍ରବେଶ ନଥିବା କଥା କୁହନ୍ତି । ୪୪ ପ୍ରତିଶତଙ୍କ ଅନୁସାରେ ଏହା ହେଉଛି ଚାହିଦା-ଯୋଗାଣ ମଧ୍ୟ୍ୟରେ ଥିବା ମେଳ ଅଭାବର ସବୁଠାରୁ ବଡ କାରଣ ।

କ୍ୟାରିୟର ପରାମର୍ଶ ଓ ପରାମର୍ଶ ସେବା ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ, ଦକ୍ଷତା ଓ ଆକାଂକ୍ଷା ମଧ୍ୟରେ ଥିବା ବୈଷମ୍ୟକୁ ଦୁର କରିବାରେ ସାହାଯ୍ୟ କରି ଭାରତୀୟ ଯୁବବର୍ଗର କ୍ୟାରିୟର ଚୟନ ବିକଳ୍ପରେ ସୁଧାର ଆଣା ଯାଇ ପାରିବ ।

୩. ଭାରତୀୟ ଯୁବା ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶରେ ରୁଚି ରଖନ୍ତି

ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮୪ ପ୍ରତିଶତଙ୍କ ଅନୁସାରେ ସ୍ୱପ୍ନର ଚାକିରୀ ପାଇଁତ ସ୍ନାତକୋତ୍ତର ଡିଗ୍ରୀ ଆବଶ୍ୟକ ହୋଇଥିବା ବେଳେ ୯୭ ପ୍ରତିଶତ ଉଚ୍ଚ ଶିକ୍ଷାରେ ଡିଗ୍ରୀ ପାଇବା ଲକ୍ଷ୍ୟ ରଖନ୍ତି । ସେମାନେ ମଧ୍ୟ ଉପଲବ୍ଧ ଅନ୍ୟ ଶିକ୍ଷାକୁ ନେଇ ରୁଚି ଦେଖାନ୍ତି । ୭୬ ପ୍ରତିଶତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭାଗ ନେବାର ଇଛା ରଖନ୍ତି । ରୋଜଗାର ସୁଯୋଗ ବୃଦ୍ଧି ଓ ଅଧିକ ଦରମା ଏହି ଲକ୍ଷ୍ୟର ମୁଖ୍ୟ କାରଣ ।

ବିକଶିତ ରାଷ୍ଟ୍ର ଗୁଡିକରେ ୬୦ରୁ ୭୦ ପ୍ରତିଶତ ଯୁବା ଧନ୍ଦାମୁଳକ କିମ୍ବା ପେଷାଦାର ତାଲିମପ୍ରାପ୍ତ ହୋଇଥିବା ବେଳେ ଭାରତରେ ମାତ୍ର ୩ ପ୍ରତିଶତ ଏହିଭଳି ପ୍ରଶିକ୍ଷଣ ପାଇଥାନ୍ତି । ଭାରତକୁ ନିଜର ଯୁବବର୍ଗର ଆଶାର ଲାଭା ଉଠାଇବାକୁ ପଡିବ ଓ ଉଚ୍ଚ ଗୁଣବତ୍ତାଯୁକ୍ତ ଶିକ୍ଷା ତଥା ପ୍ରଶିକ୍ଷଣର ପ୍ରଚାର ପ୍ରସାର କରିବାକୁ ପଡିବ । ବର୍ତ୍ତମାନ ସମୟରେ ସରକାରଙ୍କ ଦ୍ୱାରା ସଂଚାଳିତ କୌଶଳ ବିକାଶ କାର୍ଯ୍ୟକ୍ରମକୁ ନେଇ ସଚେତନତାର ଘୋର ଅଭାବ ରହିଛି । ଏହା ସହିତ ଏହି କାର୍ଯ୍ୟକ୍ରମ ଗୁଡିକର ଗୁଣବତ୍ତା ଓ ପ୍ରାସଙ୍ଗିକତାକୁ ନେଇ ମଧ୍ୟ ସନ୍ଦେହ ରହିଛି । ଏହି ସବୁ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ପାଇଁ ଏଗୁଡିକୁ ଅଧିକ ପ୍ରାସଙ୍ଗିକ,ସୁଲଭ ଓ ଉପଲବ୍ଧ କରିବାକୁ ପଡିବ ।

୪. ଦକ୍ଷତା ବିକାଶ କ୍ଷେତ୍ରରେ ଥିବା ଅନ୍ତର ଦୂର କରିବାକୁ ଘରୋଇ କ୍ଷେତ୍ରକୁ ଆଗକୁ ଆସିବାକୁ ପଡିବ

ଭାରତୀୟ ଯୁବବର୍ଗର ଦକ୍ଷତା ଓ କୌଶଳ ବିକାଶ ଦିଗରେ ଦେଶର ଘରୋଇ କ୍ଷେତ୍ରକୁ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପଡିବ । ଭାରତକୁ ଏବେ ଏକ ବିରୋଧାଭାଷର ସମ୍ମୁଖୀନ ହେବାକୁ ପଡୁଛି । ଆଉ ସେହି ବିରୋଧାଭାଷ ହେଉଛି ଯେ, ଘରୋଇ କ୍ଷେତ୍ର କୁଶଳବଜାର ପାଇଁ ପ୍ରସ୍ତୁତ ଶ୍ରମିକଙ୍କ ଅଭାବର କଥା କହି ଶୋକ ବନାଉଥିବା ବେଳେ ଦେଶର ଯୁବବର୍ଗ ମଧ୍ୟରେ ବେକାରୀ ସମସ୍ୟା ଉତ୍କଟ । ଆଧାରଭୁତ ଶିକ୍ଷା ପ୍ରଦାନ କରିବାରେ ସରକାରଙ୍କ ଭୂମିକା ସତ୍ୱେ ଘରୋଇ କ୍ଷେତ୍ରର ଭାଗିଦାରୀର ଆବଶ୍ୟକତା ରହିଛି । ଏହା ସୁନିଶ୍ଚିତ କରିବ ଯେ, ପ୍ରଶିକ୍ଷଣ ଉଦ୍ୟମ ଚାହିଦା ମୁତାବକ ହେବା ସହିତ ଏଭଳି କୌଶଳ ଶିକ୍ଷା ଦେବ ଯାହା ଉଦ୍ୟୋଗର ଆବଶ୍ୟକତା ପୁରଣ କରିବ । ଏଭଳି କାର୍ଯ୍ୟକ୍ରମକୁ ଉଦ୍ୟୋଗ ଜଗତର ପେଷାଦାରଙ୍କ ସହିତ ଆଲୋଚନା, ସେମିନାର ଓ କାର୍ଯ୍ୟକ୍ଷେତ୍ରର ପରିଦର୍ଶନ ଦ୍ୱାରା ଅଧିକ ପରିଷ୍କୃତ କରାଯାଇ ପାରିବ ।

୫. ଭାରତର ସାମାଜିକ-ସାଂସ୍କୃତିକ ମାପଦଣ୍ଡ ଜଟିଳତାକୁ ଅଧିକ ବଢାଉଛନ୍ତି

ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୩୪ ପ୍ରତିଶତଙ୍କ କହିବା ହେଉଛି ଯେ, ଚାକିରୀ ସନ୍ଧାନରେ ସେମାନଙ୍କ ବୈବାହିକ ସ୍ଥିତି, ଲିଙ୍ଗ, ବୟସ, ପାରିବାରିକ ପୃଷ୍ଠଭୂମିକୁ ନେଇ ଭେଦଭାବପୂର୍ଣ୍ଣ ଓ ବ୍ୟକ୍ତିଗତ ପୂର୍ବାଗ୍ରହ ଏକ ପ୍ରମ୍ମୁଖ ପ୍ରତିବନ୍ଧକ ଅଟେ । ୮୨ ପ୍ରତିଶତ ମହିଳା ପାର୍ଟଟାଇମ୍ ବଦଳରେ ପୂର୍ଣ୍ଣକାଳିକ ବା ଫୁଲ ଟାଇମ୍ ଚାକିରୀ ଆଦର୍ଶ ରୋଜଗାର ବୋଲି କହିଛନ୍ତି । ମହିଳା ପାର୍ଟ-ଟାଇମ୍ ଚାକିରୀକୁ ପସନ୍ଦ କରନ୍ତି ବୋଲି ଯେଉଁ ରୁଢିବାଦୀ ଧାରଣା ରହିଛି ତାହାକୁ ଏହା ଖାରଜ କରୁଛି । ସେହିଭଳି ଘରୋଇ ଓ ବିନା ଦରମାରେ କାମ ମହିଳାଙ୍କ ପାଇଁ ଉପଯୁକ୍ତ ଏବଂ ବଞ୍ଛନୀୟ ବୋଲି ଧାରଣା ରହିଥିବା ବେଳେ ସର୍ଭେରେ ଭାଗ ନେଇଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ସେମାନଙ୍କ ପାଇଁ ଏହା ପସନ୍ଦର ବିକଳ୍ପ ବୋଲି କହିଥିଲେ ।

ଯେମିତିକି ଚତୁର୍ଥ ଶିଳ୍ପ ବିପ୍ଲବ ସହିତ କାର୍ଯ୍ୟର ପ୍ରକୃତି ବଦଳିଛି ତେଣୁ ବର୍ତ୍ତମାନ ଥିବା ଲିଙ୍ଗ ଆଧାରିତ ଭେଦଭାବ ଦୁର କରିବା ପାଇଁ ଯଦି ସମର୍ପିତ ନୀତି ଓ ଉଦ୍ୟମ କରାନଯାଏ ତେବେ ଏହା ଆଗକୁ ଅଧିକ ବ୍ୟାପକ ହେବାର ଆଶଙ୍କା ରହିଛି । ଭବିଷ୍ୟତର କାର୍ଯ୍ୟକ୍ଷେତ୍ରରେ ଆଜିର ପୂର୍ବାଗ୍ରହକୁ ଦୋହରାଇବା ବଦଳରେ କମ କରିବା ପ୍ରୟାସର ଆବଶ୍ୟକତା ରହିଛି ।

୬. ଚାକିରୀ ଖୋଜିବାରେ ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ବଡ ଭୂମିକା ଗ୍ରହଣ କରିବେ

ନିଯୁକ୍ତି ସୂଚନା ପାଇଁ ଗଣମାଧ୍ୟମ ଓ ଇଣ୍ଟରନେଟ୍ ଉପରେ ନିର୍ଭର କରିଥାନ୍ତି ବୋଲି ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୮୧ ପ୍ରତିଶତ କହିଥିଲେ । ଫ୍ୟୁଚର ଅଫ୍ ୱାର୍କ, ଏଜୁକେସନ ଆଣ୍ଡ୍ ସ୍କିଲ୍ସ ସର୍ଭେ ଅନୁସାରେ ଏହା ସ୍ପଷ୍ଟ ଯେ, ସର୍ଭରେ ସାମିଲ କେବଳ ୧୪ ପ୍ରତିଶତ ଫାର୍ମ୍ ନିଯୁକ୍ତି ପାଇଁ ଅନଲାଇନ୍ ରିକ୍ରୁଟମେଣ୍ଟ୍ ଚ୍ୟାନେଲ ବ୍ୟବହାର କରନ୍ତି ।
ଭାରତୀୟ ଯୁବବର୍ଗ ମଧ୍ୟରେ ସୋସିଆଲ ମିଡିଆ ଓ ଇଣ୍ଟରନେଟ ବ୍ୟବହାରର ବ୍ୟାପକତା ସେମାନଙ୍କ ମଧ୍ୟରେ ଶିକ୍ଷା, ରୋଜଗାର ଅବସର, କୌଶଳ ବିକାଶର ଆବଶ୍ୟକତା ଓ ଉପଲବ୍ଧ କୌଶଳ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟିର ସୁଯୋଗ ଦିଏ ।

୬୩ ପ୍ରତିଶତ ଉତ୍ତରଦାତ୍ତାଙ୍କ ଅନୁସାରେ ଚାକିରୀ ଚୟନ କରିବା ପାଇଁ ଭଲ ଦରମା ହେଉଛି ସବୁଠାରୁ ମହତ୍ୱପୂର୍ଣ୍ଣ ମାପଦଣ୍ଡ । ଅଧିକ ବେତନ ଓ ଚାକିରୀ ସୁରକ୍ଷା ନିମନ୍ତେ ସଂଖ୍ୟାଧିକ ଭାରତୀୟ ଯୁବା ରାଷ୍ଟ୍ରାୟତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି, ଯାହା ଅଣପାରମ୍ପାରିକ ନିଯୁକ୍ତିସ୍ୱରୋଜଗାରକୁ ନେଇ ସେମାନଙ୍କ ସନ୍ଦେହକୁ ପ୍ରକାଶିତ କରିଥାଏ । ବଦଳୁଥିବା ଶ୍ରମ ବଜାର ଓ ସୃଷ୍ଟି ହେଉଥିବା ନୂଆ ଚାକିରି ବାବଦରେ ଇଣ୍ଟରନେଟ୍ ଜରିଆରେ ସୂଚନା ଏହି ପାରମ୍ପାରିକ ଧାରଣାକୁ ବଦଳାଇବା ସହିତ ଭିନ୍ନ ପେଶା ଓ ଶିକ୍ଷା ଗତିବିଧିକୁ ନେଇ ଭାରତୀୟଙ୍କ ମଧ୍ୟରେ ନୂଆ ଚେତନା ସୃଷ୍ଟି କରିପାରିବ ।

ଏଣ୍ଟରପ୍ରନ୍ୟୁରସିପକୁ ବୁଷ୍ଟ୍ ଦେବା ପାଇଁ ଭାରତ ସରକାରଙ୍କ ଷ୍ଟାର୍ଟ୍ ଅପ୍ ଇଣ୍ଡିଆ ଉଦ୍ୟମ, ସ୍କିଲ ଇଣ୍ଡିଆ ମିଶନ, କୌଶଳ ବିକାଶ ପାଇଁ ମନ୍ତ୍ରଣାଳୟ ପ୍ରତିଷ୍ଠାଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡିକର କାୟାକଳ୍ପ ଏହି ଦିଗରେ ଉଚିତ ପଦକ୍ଷେପ ।

ଯଦିଓ ଏହି ଉଦ୍ୟମ ସବୁ ଦକ୍ଷତା ଓ କୌଶଳ ବିକାଶ ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତା ଆଡକୁ ଇଙ୍ଗିତ କରୁଛି ତଥାପି ବିଶେଷ ରଣନୀତି ତିଆରି କରାଯିବାର ଆବଶ୍ୟକତା ରହିଛି । ଯାହା ଯୁବବର୍ଗର ରୋଜଗାର ପ୍ରାଥମିକତା ଓ ଶ୍ରମବଜାରର ବାସ୍ତବିକତାକୁ ସମ୍ବୋଧନ କରିବ । ଚତୁର୍ଥ ଶିଳ୍ପ ବିପ୍ଲବ ସହିତ ଯେମିତି ଯେମିତି କାର୍ଯ୍ୟର ପ୍ରକୃତି ବଦଳୁଛି, ସେମିତି ଏହି ଅନ୍ତର ଆହୁରି ଅଧିକ ବ୍ୟାପକ ହେବାର ସମ୍ଭାବନା ରହିଛି । ଆଗକୁ ବିଭିନ୍ନ ସରକାରୀ ଏଜେନ୍ସିବିଭାଗ, ଘରୋଇ କ୍ଷେତ୍ର, ଆକାଡେମିକ୍ ବିଶେଷଜ୍ଞ, ପ୍ରଶିକ୍ଷଣ ସଂଗଠନ, ନାଗରିକ ସମାଜଯୁବବର୍ଗ ମଧ୍ୟରେ ସହଯୋଗ ଯୁବା ଭାରତର କ୍ଷମତା ବଢାଇବା ପାଇଁ ମହତ୍ୱପୂର୍ଣ୍ଣ ହେବ । ଆଗାମୀ ପିଢିର ଆକାଂକ୍ଷାକୁ ପୁରା କରିବା ପାଇଁ ଆମ କ୍ଷମତା ଶ୍ରମ ଉତ୍ପାଦକତା ବୃଦ୍ଧିସମାବେଶୀ ବିକାଶକୁ ଗତି ଦେବାରେ ମହତ୍ୱପୂର୍ଣ୍ଣ ହେବ ।

Leave A Reply

Your email address will not be published.

Close Bitnami banner
Bitnami