ଆମେରିକାକୁ ହେଲା ୨୪୫ ବର୍ଷ, ମାର୍କ ବଢିବ ବୋଲି ଜାତୀୟ ପତାକା ଡିଜାଇନ କରିଥିଲେ ହାଇସ୍କୁଲ ଛାତ୍ର

Above Post Content

ଜୁଲାଇ ୪ ହେଉଛି ଆମେରିକାର ସ୍ୱାଧିନତା ଦିବସ୨୪୫ ବର୍ଷ ତଳେ ଆମେରିକା ବ୍ରିଟେନ ଅଧିନରୁ ନିଜକୁ ସ୍ୱାଧିନ ଘୋଷଣା କରିଥିଲା । ଆମେରିକା ଏବେ ବିଶ୍ୱର ସୁପରପାୱାର । କିନ୍ତୁ ଯେତେବେଳେ ଏହା ସ୍ୱାଧିନତା ପାଇଥିଲା, ସେତେବେଳେ ଚିତ୍ର ଅଲଗା ଥିଲା । ସେତେବେଳେ ବିଶ୍ୱର ଏକମାତ୍ର ସୁପରପାୱାର ଥିଲା ଗ୍ରେଟ୍ ବ୍ରିଟେନ୍ ଓ ତାକୁ ଚ୍ୟାଲେଂଜ ଦେବାକୁ ଉଭା ହେଉଥିଲା ଫ୍ରାନ୍ସ । ଅନେକଙ୍କ ପାଇଁ ଆମେରିକା ସ୍ୱପ୍ନର ଦେଶ । ତେବେ ଏହି ଦେଶ ସମ୍ବନ୍ଧରେ ଆସନ୍ତୁ ଜାଣିବା କିଛି ରୋଚକ କଥା ।

1) ଆମେରିକାର ସରକାରୀ ଭାଷା କ’ଣ ?

After 2nd paragraph post ads

ଆମେରିକାର ସରକାରୀ ଭାଷା କ’ଣ ? ଏହି ପ୍ରଶ୍ନର ସହଜ ଉତ୍ତର ହେଉଛି ଇଂରାଜୀ । ତେବେ ସତ ହେଉଛି ଆମେରିକାର କୌଣସି ଆଧିକାରୀକ ଭାଷା ନାହିଁ । କିନ୍ତୁ ସ୍ୱାଧିନତା ପାଇବା ପରେ ଜର୍ମାନୀ ଭାଷାକୁ ସରକାରୀ ଭାଷା କରିବା ପାଇଁ ସେଠାରେ ଉଦ୍ୟମ ହୋଇଥିଲା । ଆମେରିକା ସ୍ୱାଧିନ ହେବା ପରେ ସେଠାରେ କେଉଁ ଭାଷାକୁ ସରକାରୀ ମାନ୍ୟତା ଦିଆଯିବ ତାକୁ ନେଇ ଢେର ଆଲୋଚନା ହୋଇଥିଲା । ସେତେବେଳର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଜର୍ମାନୀ ସହିତ ଭଲ ସମ୍ପର୍କ ଥିଲା ଓ ବ୍ରିଟେନକୁ ଘୃଣା କାରଣରୁ ସରକାରୀ ଭାଷା ଭାବେ ଜର୍ମାନୀକୁ ସ୍ୱିକୃତୀ ଦେବାକୁ ମତ ପ୍ରକାଶ କରିଥିଲେ । ୧୭୯୫ରେ ଜର୍ମାନୀ ଭାଷାକୁ ସରକାରୀ ଭାଷା ଭାବେ ପ୍ରାୟତଃ ମାନ୍ୟତା ମିଳିବାକୁ ଯାଉଥିଲା ତେବେ ପରେ ହୋଇଥିବା ଭୋଟରେ ଏହି ପ୍ରସ୍ତାବ କାଟ୍ ଖାଇଥିଲା । ଗୋଟିଏ ଭୋଟରେ ଜର୍ମାନୀ ଭାଷା ଆମେରିକାର ଆଧିକାରିକ ଭାଷା ମାନ୍ୟତା ପାଇବାରୁ ବଂଚିତ ହୋଇଥିଲା ।

2) ଆରମ୍ଭରେ ଆମେରିକାରେ ଥିଲେ ୧୩ ରାଜ୍ୟ

ସ୍ୱାଧିନତା ପାଇବା ବେଳେ ଆମେରିକାରେ ମୋଟ ରାଜ୍ୟ ସଂଖ୍ୟା ଥିଲା ୧୩ । ପରେ ଆମେରିକା ଟେକସାସକୁ ଆମେରିକା ମେକ୍ସିକୋଠାରୁ ବଳପୂର୍ବକ ଅଧିକାର କରିଥିଲା । ସେହିଭଳି ବଳପୂର୍ବକ ଅଧିକାର କରିଥିବା ଶେଷ ରାଜ୍ୟ ହେଉଛି ହାୱାଇ । ଏହା ପ୍ରଥମେ ଏକ ସ୍ୱାଧିନ ରାଷ୍ଟ୍ର ଥିଲା । ଜଣେ ଆମେରିକୀୟ ଧର୍ମଜାଜକ ସେଠାକୁ ଧର୍ମପ୍ରଚାର ପାଇଁ ଯାଇ ସେଠାକାର ରାଜପରିବାରକୁ କ୍ଷମତାରୁ ହଟାଇଥିଲେ । ରାଣୀଙ୍କୁ କ୍ଷମତାରୁ ହଟାଇବାରେ ଆମେରିକା ତାଙ୍କୁ ସାହାଯ୍ୟ କରିଥିଲା । ଆମେରିକୀୟ ମିଶନାରୀ ଓ ବ୍ୟବସାୟୀ ମିଳିମିଶି ହାୱାଇକୁ ନିଜ କବଜାକୁ ନେଇଥିଲେ । ହାୱାଇରେ ଏବେ ମଧ୍ୟ ସ୍ୱାଧିନତା ଦାବିରେ ଆନ୍ଦୋଳନ ହୁଏ ।

ଆମେରିକାର ଗୋଟିଏ ରାଜ୍ୟ ହେଉଛି ନେଭେଦା । ଏହି ରାଜ୍ୟର ଅଧା ଜମି କେନ୍ଦ୍ର ସରକାର ହାତରେ ଅଛି । ଏହି ରାଜ୍ୟକୁ ଆମେରିକା ସରକାର ଏକରକମ କିଣିଛନ୍ତି କହିଲେ ଭୁଲ ହେବନାହିଁ । ଆମେରିକା ଅନେକ ନ୍ୟାସନାଲ ମନୁମେଣ୍ଟାଲ ସହିତ ଏରିଆ ୫୧ ମଧ୍ୟ ରହିଛି । କୁହାଯାଏ ସେଠାରେ ଆମେରିକା ଏଲିଅନଙ୍କ ଉପରେ ଗୁପ୍ତ ଗବେଷଣା କରୁଛି ।

Middle post content

3) ସବୁଠାରୁ ବଡ ରାଜ୍ୟ ଆଲାସ୍କାକୁ ମଧ୍ୟ କିଣିଥିଲା ଆମେରିକା

ଆମେରିକାର ସବୁଠାରୁ ବଡ ରାଜ୍ୟ ଆଲାସ୍କା । ଏହା ମୁଳ ଆମେରିକାର ଅଂଗ ନଥିଲା । ଏହାକୁ ୧୮୬୨ ମସିହାରେ ଆମେରିକା ରୁଷଠାରୁ କିଣିଥିଲା । ଏଥିପାଇଁ ଋଷକୁ ଆମେରିକା ଦେଇଥିଲା ୭୬ ଲକ୍ଷ ଟଙ୍କା । ଏବେ ଏହାର ମୁଲ୍ୟ ଆଙ୍କିବା ସହଜ ନୁହେଁ । ଆମେରିକାର ସୁନାଖଣି ଭାବେ ଆଲସ୍କା ପରିଚିତ ।

4) ପିଜା ଖାଇବାରେ ସବୁଠୁ ଆଗରେ

ପିଜା ଇଟାଲିରୁ ଆମେରିକା ଆସିଥିଲା । ଉନଂବିଶ ଶତାବ୍ଦିରେ ଇଟାଲିରୁ ଅନେକ ସଂଖ୍ୟାରେ ପ୍ରବାସୀ ଆସିଥିଲେ । ଏହି ପ୍ରବାସୀଙ୍କ ସହିତ ପିଜା ମଧ୍ୟ ଆମେରିକା ଆସିଥିଲା । ଆଉ ଏବେ ପୃଥିବୀରେ ସବୁଠୁ ଅଧିକ ପିଜା ଖାଉଥିବା ଦେଶ ହେଉଛି ଆମେରିକା । ୱାଶିଂଟନ ପୋଷ୍ଟ୍ ଅନୁସାରେ ଆମେରିକାରେ ଦୈନିକ ଯେତିକି ପିଜା ଖିଆଯାଏ ସେଥିରେ ୧୦୦ ଏକର ଜମି ଆଛାଦିତ ହୋଇ ପାରିବ । ଆମେରିକାର ନିଜ ଖାଦ୍ୟ ହମବର୍ଗର ମଧ୍ୟ ପିଜାଠାରୁ ଢେର ପଛରେ ଅଛି ।

5) ମାର୍କ୍ ପାଇଁ ଜାତୀୟ ପତାକା ଡିଜାଇନ୍ !

ଆମେରିକା ଜାତୀୟ ପତାକାକୁ ଜଣେ ସ୍କୁଲ ଛାତ୍ର ଡିଜାଇନ୍ କରିଥିଲେ । ଆଉ ଏହା ପଛରେ ରହିଛି ଏକ ରୋଚକ କାହାଣୀ । ରବର୍ଟ ଜି ହେଫ୍ଟ ନାମକ ଏହି ଛାତ୍ରଙ୍କ ପ୍ରଦର୍ଶନ ଭଲ ନଥିଲା । ସେ କ୍ଲାସରେ ଲଗାତର କମ ଅଙ୍କ ପାଉଥିଲେ । ଥରେ ଜଣେ ଶିକ୍ଷକ ଥଟ୍ଟା କରି ତାଙ୍କୁ କହିଥିଲେ ଯେ, ଯଦି ସେ ଆମେରିକାର ଜାତୀୟ ପତାକା ଡିଜାଇନ୍ କରିଦେବେ ତେବେ ତାଙ୍କୁ ଭଲ ଗ୍ରେଡ୍ ମିଳିବ । ଏହି ଥଟ୍ଟାକୁ ଗମ୍ଭୀରତାର ସହିତ ନେଇ ରବର୍ଟ ପତାକା ଡିଜାଇନ୍ ଆରମ୍ଭ କରିଥିଲେ । ସେ ଜାତୀୟ ପତାକାରେ ୫୦ ତାରାଙ୍କୁ ସ୍ଥାନ ଦେଇଥିଲେ । ପ୍ରତି ତାରା ଗୋଟିଏ ଗୋଟିଏ ରାଜ୍ୟର ପ୍ରତିନିଧିତ୍ୱ କରନ୍ତି । ୪ ଜୁଲାଇ ୧୯୬୦ରେ ତୃତୀୟ ଥର ପାଇଁ ରବର୍ଟଙ୍କ ପତାକାକୁ ଆମେରିକାର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା । ଏହା ପୂର୍ବରୁ ୧୭୭୫ ଓ ୧୭୭୭ରେ ଦୁଇ ଥର ଆମେରିକା ଜାତୀୟ ପତାକା ବାଛିଥିଲା । ହଁ, ରବର୍ଟଙ୍କ ଗ୍ରେଡ୍ ମଧ୍ୟ ବୃଦ୍ଧି ପାଇଥିଲା । ତାଙ୍କ ଗ୍ରେଡକୁ ବି’ରୁ ଏ’ କରି ଦିଆଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami