ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି

Above Post Content

ପଶ୍ଚିମ ଏସିଆରେ ଗୋଟିଏ ଦେଶ ଅଛି । ଦେଶର ନାମ ହେଉଛି ଲେବାନନ୧୯୮୦ରୁ ଏହି ଦେଶରେ ଗୃହଯୁଦ୍ଧ ଚାଲିଛି । ଯୁଦ୍ଧ ଭିତରେ ଲେବାନନ ଅର୍ଥନୀତି ଭୁସୁଡି ପଡିଛି । ଯାହାର ପ୍ରଭାବ ଲେବାନନ୍ ସେନା ଉପରେ ମଧ୍ୟ ପଡିଛି । ଲେବାନନ ସେନା ଅର୍ଥାଭାବ କାରଣରୁ ଏବେ ଆୟର ନୂଆ ସ୍ରୋତ ଖୋଜୁଛି । ଏହି କ୍ରମରେ ଲେବାନନ ସେନା ଏବେ ନିଜ ହେଲିକପ୍ଟରରେ ବେସାମରିକ ନାଗରିକଙ୍କୁ ଭଡାର ନେଉଛି । ସେନା ଆଶା କରୁଛି ଯେ, ଏମିତି କରି ଏହା କିଛି ଅର୍ଥ ରୋଜଗାର କରିପାରିବ

ଅନ୍ୟପକ୍ଷରେ ଲେବାନନ ସେନାର ଓଲଟା ହେଉଛି ପାକିସ୍ତାନୀ ସେନା । ପାକିସ୍ତାନୀ ସେନା ପାଖରେ ଟଙ୍କାର ଅଭାବ ହିଁ ନାହିଁ । ଏହାର ଜେନରାଲ ଆରାମରେ ଜୀବନ ବିତାଉଛନ୍ତି । ପାକ୍ ସେନାକୁ ଏମିତି ଖାଲିରେ ଗରିବ ଦେଶର ଧନୀ ସେନା ବୋଲି କୁହାଯାଏନି । ଦୁଇ ବର୍ଷ ତଳେ ବିଶ୍ୱ ବ୍ୟାଙ୍କ ପାକିସ୍ତାନ ସରକାରକୁ ସେନା ବଜେଟ୍ ହ୍ରାସ କରି ଗରିବ ନାଗରିକଙ୍କ କଥା ବୁଝିବାକୁ କହିଥିଲା ।

After 2nd paragraph post ads

କେତେ ଧନୀ ପାକିସ୍ତାନୀ ସେନା ?

ଏମିତିରେ ପାକିସ୍ତାନୀ ସେନାକୁ ‘ଦେଶ ଭିତରେ ଆଉ ଗୋଟିଏ ଦେଶ’ ବୋଲି କୁହାଯାଏ । କାରଣ ପାକିସ୍ତାନୀ ସେନା ଖାଲି ଦେଶର ରାଜନୀତିକୁ ନିୟନ୍ତ୍ରଣ କରେନାହିଁ । ଏହା ମଧ୍ୟ ପାକିସ୍ତାନର ସବୁଠାରୁ ଧନୀ ସଂଗଠନ । ଏହା ପାଖରେ ରହିଛି ଅଚଳାଚଳ ସମ୍ପତ୍ତି

ସବୁ ବ୍ୟବସାୟରେ ପାକ୍ ସେନାର ସେୟାର

Middle post content

ପାକିସ୍ତାନୀ ସେନା ଖାଲି ଯୁଦ୍ଧ ଲଢେ ନାହିଁ । ଏହା ମଧ୍ୟ ବ୍ୟବସାୟ କରେକ୍ୱାର୍ଟଜ୍ ଡଟ କମ୍ ଅନୁସାରେ ପାକ୍ ସେନା ପାଖରେ ୨୦୧୬ ମସିହାରେ ୫୦ରୁ ଅଧିକ ବ୍ୟବସାୟୀକ ପ୍ରତିଷ୍ଠାନର ସେୟାର ଥିଲା କିମ୍ବା ଏହା ମାଲିକ ଥିଲା । ଏହି ସେୟାର ମୁଲ୍ୟ ୨୦ ବିଲିଅନ ଡଲାରରୁ ଅଧିକ ହେବ । ୨୦୨୧ରେ ଏହା ଆହୁରି ଅଧିକ ହୋଇଥିବ ଏଥିରେ ସନ୍ଦେହ ନାହିଁ । ପେଟ୍ରୋଲ ପମ୍ପ, ଶିଳ୍ପ ପ୍ଲାଣ୍ଟ୍, ବ୍ୟାଙ୍କ, ସ୍କୁଲ, ବିଶ୍ୱବିଦ୍ୟାଳୟ, ଦୁଗ୍ଧ ଶିଳ୍ପ, ସିମେଣ୍ଟ ପ୍ଲାଣ୍ଟ୍ ଠାରୁ କେକ୍, ବିସ୍କୁଟ ତିଆରି କରୁଥିବା କମ୍ପାନୀର ମାଲିକାନା ସେନା ପାଖରେ ଅଛି । ଦେଶର ୮ଟି ସବୁଠାରୁ ବଡ ସହରରେ ସେନାର ଲ୍ୟାଣ୍ଡ୍ ବ୍ୟାଙ୍କ ଅଛି । ପାକିସ୍ତାନୀ ସେନା ହେଉଛି ଦେଶର ସବୁଠାରୁ ବଡ ଜମିଦାର ବୋଲି ମଧ୍ୟ କୁହାଯାଏ । ଏକ ପୁରୁଣା ହିସାବ ଅନୁସାରେ ପାକ୍ ସେନା ପାଖରେ ଦେଢ ଲକ୍ଷ ଏକରରୁ ଅଧିକ ଜମି ରହିଛି ।

ଚ୍ୟାରିଟି ନାଁରେ ଚାଲିଛି ବ୍ୟବସାୟ

ପାକିସ୍ତାନୀ ସେନା ଯେଉଁ ସବୁ ବ୍ୟବସାୟ ସହିତ ଜଡିତ ଅଛି ତାକୁ ସମାଜ ସେବା ନାଁ ରେ ଚଳାଯାଏ । ପାକ୍ ସେନା ପ୍ରସ୍ତୁତ ସମସ୍ତ ପ୍ରଡକ୍ଟରେ ସେନା ନାମ ଉଲ୍ଲେଖ ଥାଏ । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏମିତି କରାଯାଇଥାଏ । ସେନାର ବଡ ବଡ ଜେନରାଲ ସିଧାସଳଖ ଏହି ବ୍ୟବସାୟ ସହିତ ଜଡିତ ଥାନ୍ତି ।

ହିସାବ ଦିଏନି ପାକ୍ ସେନା

ପାକିସ୍ତାନୀ ସେନା ପାଖରେ ଢେର ଦୌଲତ ଅଛି । କିନ୍ତୁ ସେନା ଏହାର ହିସାବ କେବେ ମଧ୍ୟ ଦେଇ ନଥାଏ । କିମ୍ବା ଯଦି ଦେଇଥାଏ ତେବେ ସମ୍ପୂର୍ଣ୍ଣ ହିସାବ ଦେଇନଥାଏ । ୨୦୦୭ରେ ପାକିସ୍ତାନୀ ବିଶେଷଜ୍ଞ ଡ.ଆୟଶା ସିଦ୍ଦିକି ଦାବି କରିଥିଲେ ଯେ, ସେନା ପାଖରେ ୨୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ଅଛି । ପାକିସ୍ତାନୀ ସଂସଦ ମଧ୍ୟ ୨୦୧୬ରେ ଏହି ତଥ୍ୟ ଦେଇଥିଲା । ଯାହାର ଅର୍ଥ ହେଉଛି ପାକିସ୍ତାନୀ ସେନା ପ୍ରକୃତ ଲାଭକୁ ଲୁଚାଉଛି । କାରଣ ୨୦୦୭ରେ ସମ୍ପତ୍ତିର ମୂଲ୍ୟ ୨୦ ବିଲିଅନ୍ ଥିଲା କିନ୍ତୁ ୧୦ ବର୍ଷ ପରେ ମଧ୍ୟ ସେହି ୨୦ ବିଲିଅନ ଥିଲା । ୧୦ ବର୍ଷ ମଧ୍ୟରେ ସମ୍ପତ୍ତି ବୃଦ୍ଧି ନହେବା ନିଶ୍ଚିତ ଭାବେ ସନ୍ଦେହଜନକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami