ରିଟେଲ ଓ ହୋଲସୋଲ ବ୍ୟବସାୟୀ ହୋଇଥିଲେ ଏମିତି ବନନ୍ତୁ MSME, ଏହି ୱେବସାଇଟରେ କରାନ୍ତୁ ପଂଜିକରଣ

Above Post Content

ରିଟେଲର୍ସ, ହୋଲସେଲର୍ସ ଏବେ MSME ଶ୍ରେଣୀରେ

ନିକଟରେ କେନ୍ଦ୍ର ସରକାର MSMEର ପରିସର ବଢାଇବା ପାଇଁ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ କ୍ଷୁଦ୍ର ଓ ଲଘୁ ବ୍ୟବସାୟୀଙ୍କୁ MSME ପରିସର ମଧ୍ୟରେ ସାମିଲ କରାଯିବ । ଏନେଇ ଶୁକ୍ରବାର ଦିନ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ନୀତିନ ଗଡକାରୀ ନୂଆ ଗାଇଡ ଲାଇନ୍ ଘୋଷଣା କରିଛନ୍ତି ।

After 2nd paragraph post ads

ନୀତିନ ଗଡକରୀ ଏକ ଟ୍ୱିଟ୍ କରି କହିଥିଲେ ଯେସ ଏପର୍ଯ୍ୟନ୍ତ ରିଟେଲ ଓ ହୋଲସୋଲ ବ୍ୟବସାୟୀଙ୍କୁ ଏମଏସଏମଇ ପରିସରରୁ ବାହାରେ ରଖା ଯାଇଥିଲା । କିନ୍ତୁ ଏବେ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଅନୁସାରେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରାୟୋରିଟି ସେକ୍ଟର ହିସାବରେ ଋଣ ପ୍ରଦାନ କରାଯିବ ।

ଏବେ ରିଟେଲ ଓ ହୋଲସୋଲ ବ୍ୟବସାୟୀ ଏମଏସଏମଇ ଭାବେ ନିଜ ନାମ ପଂଜିକରଣ କରିପାରିବେ । ଏହାର ଲାଭ ୨.୫ କୋଟିରୁ ଅଧିକ ବ୍ୟବସାୟୀ ଉଠାଇ ପାରିବେ ।

କେମିତି କରିବେ ପଂଜିକରଣ ?

Middle post content

Step 1) ରିଟେଲ ଓ ହୋଲସୋଲ ବ୍ୟବସାୟୀ MSME ଭାବେ କେନ୍ଦ୍ର ସରକାରଙ୍କ ନୂଆ ପୋର୍ଟାଲ udyamregistration.gov.in ରେ ନାମ ପଂଜିକରଣ କରି ପାରିବେ ।

Step 2) ୱେବସାଇଟରେ କ୍ଲିକ୍ କରିଲେ ସର୍ବପ୍ରଥମେ ଆପଣଙ୍କୁ ‘For New Entrepreneurs’ ଦେଖାଇବ । ଏଥିରେ କ୍ଲିକ୍ କରନ୍ତୁ । ଏହାକୁ କ୍ଲିକ୍ କରିଲେ ଏକ ନୂଆ ପେଜ୍ ଦେଖାଇବ । ସେହି ପେଜରେ ଆପଣ ନିଜ ଆଧାର ନମ୍ବର ସହିତ ଅନ୍ୟ ଜରୁରୀ ଦସ୍ତାବିଜ୍ ସମ୍ପର୍କିତ ଦସ୍ତାବିଜ୍ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରୋପରାଇଟରଙ୍କ ଆଧାର ଦେବାକୁ ପଡିବ ।

Step 3) ଯଦି ଆପଣଙ୍କର ପାର୍ଟନରସିପ୍ ଫାର୍ମ ତେବେ ମଧ୍ୟ ଉଦ୍ୟମୀ ଭାବେ ପଂଜିକରଣ ପାଇଁ ଆପଣଙ୍କୁ ପ୍ରୋପରାଇଟରଙ୍କ ଆଧାର ନମ୍ବର ଦେବାକୁ ପଡିବ । ଫାର୍ମରେ ଯିଏ ମ୍ୟାନେଜିଂ ପାର୍ଟନର ହୋଇଥିବେ ତାଙ୍କର ଆଧାର ନମ୍ବର ଦେବାକୁ ପଡିବ । କିନ୍ତୁ ଯଦି ଫାର୍ମ୍ ହିନ୍ଦୁ ଅବିଭାଜିତ ପରିବାରର ହୋଇଥାଏ ତେବେ ଆପଣଙ୍କୁ କେବଳ କର୍ତ୍ତାଙ୍କ ଆଧାର ଦେବାକୁ ପଡିବ ।

Step 4) ଯଦି ଆପଣଙ୍କର କୌଣସି କମ୍ପାନୀ ଅଛି କିମ୍ବା ଲିମିଟେଡ୍ ଲାଇବିଲିଟି ପାର୍ଟନରସିପ୍ ଅଛି ଅଥବା ସୋସାଇଟି, ଟ୍ରଷ୍ଟ୍ କିମ୍ବା କୋଅପରଟିଭ ସୋସାଇଟି ହୋଇଥାଏ ତେବେ ଅଧିକୃତ ଦସ୍ତଖତକାରୀଙ୍କ ଜିଏସଟିଏନ୍ ନମ୍ବର ଓ ପ୍ୟାନ୍ ନମ୍ବର ଦେବାକୁ ପଡିବ ।

Step 5) ପଂଜିକରଣ ପୁରା କରିବା ପାଇଁ ଆପଣଙ୍କୁ ୱାନ୍ ଟାଇମ୍ ପାସୱାର୍ଡ ବା ଓଟିପି ଜେନେରେଟ୍ କରିବାକୁ ପଡିବ । ଓଟିପି ଆଧାର ସହିତ ସଂପୃକ୍ତ ଫୋନ୍ ନମ୍ବରକୁ ଆସିବ । ଏହା ପରେ ସମ୍ବନ୍ଧିତ ନିର୍ଦ୍ଦେଶ ପାଳନ କରି ନିଜ ପଂଜିକରଣ ପୁରା କରିପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami