ଦୈନିକ 30 ମିନଟରୁ ଅଧିକ ମୋବାଇଲ ବ୍ୟବହାର ଦ୍ୱାରା ବଢ଼ିପାରେ ରକ୍ତଚାପ

Above Post Content

ଦୈନନ୍ଦିନ ଜୀବନରେ ମୋବାଇଲ୍ ଫୋନ୍ ଏକ ଅବିଚ୍ଛେଦ ଅଙ୍ଗ ପାଲଟିଛି । କାହା ସହିତ କଥାବାର୍ତ୍ତା ହେଉ କି ଖାଇବା ଅର୍ଡର, ଅନଲାଇନ୍ ସପିଂ ଆଦି ପାଇଁ ଫୋନ୍ ନିହାତି ଜରୁରୀ । କହିବାକୁ ଗଲେ ଆଜିକା ସମୟରେ ବିନା ମୋବାଇଲରେ ଜୀବନ ଅସମ୍ଭବ ମନେହେବ । ତେବେ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ବି ଠିକ୍ ନୁହେଁ । ଏହା ମଣିଷର ଶରୀର ଉପରେ କୁପ୍ରଭାବ ପକାଉଥିବା ବେଳେ ହାଇ ବ୍ଲଡ ପ୍ରେସସରର କାରଣ ମଧ୍ୟ ପାଲଟିଥାଏ ।

ମୁମ୍ବାଇରେ ହୋଇଥିବା ଏକ ଷ୍ଟଡି ଅନୁସାରେ, ୩୦ ମିନିଟରୁ ଅଧିକ ଫୋନ୍ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ଏଥିରୁ ବାହାରୁଥିବା ରେଡ଼ିଓ ଫ୍ରିକ୍ୱେନ୍ସି ହାଇ ବ୍ଲଡପ୍ରେସରର ବଡ଼ କାରଣ। ତେବେ ଖାଲି ବଡ଼ ଲୋକ ନୁହଁନ୍ତି କୁନି କୁନି ପିଲାଙ୍କ ଉପରେ ମଧ୍ୟରେ ସ୍ମାର୍ଟଫୋନର ଖରାପ ପ୍ରଭାବ ପଡୁଛି

After 2nd paragraph post ads
Middle post content

ରାତି ପାହିଲେ ପିଲାଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ୍ ଫୋନ୍ ।ଆଜିକା ସମୟରେ ପିଲାମାନଙ୍କୁ ସହଜରେ ଖୁଆଇବାକୁ କିଛି ମାତା-ପିତା ପିଲାଙ୍କ ହାତରେ ମୋବାଇଲ୍ ଧରାଇଦିଅନ୍ତି । ସେହିପରି ଆଉ କିଛି ମାତା-ପିତା କାର୍ଯ୍ୟ ବ୍ୟସ୍ତତା ପାଇଁ ସେମାନଙ୍କ ପିଲାଙ୍କୁ ମୋବାଇଲ୍ ଫୋନ୍ ଧରାଇ ଦିଅନ୍ତି । ଏହାକୁ କିଛି ଦିନ ପରେ ମାତାପିତା ଅଣଦେଖା କରନ୍ତି। ଜାଣନ୍ତୁ ପିଲାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର, ସେମାନଙ୍କ ପାଇଁ କେଉଁ ବିପଦ ସୃଷ୍ଟି କରିପାରେ।

ଅଧିକାଂଶ ପିଲା ମୋବାଇଲରେ ଗେମ୍ ଖେଳି ସମୟ ଅପଚୟ କରୁଛନ୍ତି । ଗେମ୍ ଖେଳିବାରେ ପିଲାଙ୍କ ନିନ୍ତ୍ରଣ ରହିନଥାଏ । ଗେମରେ ଜିତିବା ଜିଦରେ ଘଣ୍ଟ ଘଣ୍ଟା ଧରି ଗେମ୍ ଖେଳିବା ଦ୍ୱାରା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରେ । ପିଲାଟି କିଛିଦିନ ପରେ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦିଏ । ଗେମ୍ ଖେଳିବା ଦ୍ୱାରା ପିଲା ପାଠ ପଢ଼ାଠାରୁ ଦୂରେଇ ଯାଏ । ମାତା-ପିତା ହିଁ ପିଲାଙ୍କୁ ମୋବାଇଲ୍ ଫୋନର ଅଭ୍ୟାସ ଲଗେଇଦିଅନ୍ତି ।

ମୋବାଇଲ୍ ଫୋନର ମାତ୍ରାଧିକ ବ୍ୟବହାର ଦ୍ୱାରା ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଶାରୀରିକ ସହ ମାନସିକ ପ୍ରଭାବ ମଧ୍ୟ ପଡ଼ିଥାଏ । ମାତ୍ରାଧିକ ମୋବାଇଲ୍ ବ୍ୟବହାର ଯୋଗୁଁ ପିଲାଙ୍କ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ, ଆଖିରେ ଯନ୍ତ୍ରଣା ହେବା ଆରମ୍ଭ କରେ। ପ୍ରତ୍ୟେକ ସମୟରେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ପିଲାଙ୍କ ଶୋଇବା ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ପିଲାର ସ୍ମରଣ ଶକ୍ତି ହ୍ରାସ ପାଇଥାଏ, ଏମିତିକି ସ୍କୁଲରେ ପାଠପଢ଼ାରେ ମଧ୍ୟ ମନଲାଗିନଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami