ଦୌଡ଼ି ଦୌଡ଼ି ଯାଇ ନାମାଙ୍କନ ଦାଖଲ କଲେ ମନ୍ମଥ

Above Post Content

ଭୁବନେଶ୍ୱର: ନିଆରା ଢଙ୍ଗରେ ନାମାଙ୍କନ ଭରିଲେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲେ । ଆଜି ସକାଳୁ ଲିଙ୍ଗରାଜଙ୍କୁ ଦର୍ଶନ ସମୟରେ ଶଙ୍ଖ ଫୁଙ୍କିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିସହ ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ । ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ ।

Middle post content

ଗାଡ଼ି କି ଶୋଭାଯାତ୍ରାରେ ଗଲେନି ମନ୍ମଥ

After 2nd paragraph post ads

ଗାଡ଼ି ବା କୌଣସି ଆକର୍ଷଣୀୟ ଶୋଭାଯାତ୍ରା ନୁହେଁ ବରଂ ଦୌଡ଼ି ଦୌଡ଼ି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ ମନ୍ମଥ । ତାଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଯାଉଥିବାର ଦେଖିବାକୁ ମିଳିଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଲୋକମାନେ ଭଲପାଇବା ଓ ସମର୍ଥନ ଜଣାଇଥିଲେ । ତାଙ୍କର ଏପରି ଉଦ୍ୟମକୁ ଦେଖି ଲୋକେ ଖୁବ୍ ପ୍ରଶଂସା କରିଥିଲେ । ମନ୍ମଥଙ୍କ ପ୍ରତି ଦିନକୁ ଦିନ ଭୁବନେଶ୍ୱରରେ ଜନସମର୍ଥନ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତା ଓ ସେବା ନୀତିକୁ ଆଧାର କରି ମନ୍ମଥ ନିର୍ବାଚନ ଲଢୁଥିବାବେଳେ ବିଜୟୀ ହେବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami