ତେଲ ପକାଇବାକୁ ଟଙ୍କା ନାହିଁ, କାଙ୍ଗାଳ ପାକିସ୍ତାନର ଜାତୀୟ ଏୟାରଲାଇନ୍ସ ସଂକଟରେ

Above Post Content

ତେଲ ଟଙ୍କା ଦିଅ, ବିମାନ ନିଅ

ସାଉଦି ଆରବରେ ପାକିସ୍ତାନର ଜାତୀୟ ଏୟାର ଲାଇନ୍ସର ବିମାନ ଅଟକି ରହିଛି । ଅଟକି ରହିଛି ମାନେ ବିମାନ ଖରାପ ହୋଇନି କିମ୍ବା ଅନ୍ୟକୌଣସି ବୈଶୟିକ ଅସୁବିଧା ନାହିଁ । ସତ ହେଉଛି ବିମାନକୁ ସାଉଦି ଆରବ ଅଟକ ରଖିଛି । ସେହିଭଳି ୟୁଏଇ ବା ୟୁନାଇଟେଡ୍ ଆରବ ଏମିରଟରେ ମଧ୍ଯ ପାକ୍ ବିମାନ ଅଟକି ରହିଛି । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କ’ଣ ପାଇଁ ଏହି ଦୁଇ ମୁସଲିମ୍ ରାଷ୍ଟ୍ର ଆଉ ଗୋଟିଏ ମୁସଲିମ ରାଷ୍ଟ୍ର ବିମାନକୁ ଅଟକାଇ ରଖିଛନ୍ତି । ଉତ୍ତର ହେଉଛି ଯେ, ପିଆଇଏ ତେଲ ପକାଇ ଟଙ୍କା ଦେଉନି । ଟଙ୍କା ଆଦାୟ ପାଇଁ ବିମାନକୁ ଦୁଇ ଦେଶ ଅଟକାଇ ରଖିଛନ୍ତି । ତେଲ ଟଙ୍କା ଦିଅ, ବିମାନ ନିଅ ବୋଲି ପାକିସ୍ତାନକୁ ସ୍ପଷ୍ଟ କୁହାଯାଇଛି । ଆସନ୍ତୁ ଜାଣିବା ପୁରା ଘଟଣା କ’ଣ ।

After 2nd paragraph post ads

ପାକିସ୍ତାନର ସବୁଠାରୁ ବଡ ଏୟାରଲାଇନ୍ସ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ବୁଡିବାକୁ ଯାଉଛି । ପରିସ୍ଥିତି ଏଭଳି ଯେ ଏୟାରଲାଇନ୍ସର ବିମାନରେ ଉଡାଣ ଭରିବା ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ଟଙ୍କା ଟିଏ ବି ନାହିଁ । ଫଳରେ ପାକିସ୍ତାନର ମିତ୍ର ଦେଶ ଏବେ ହାତ ଛାଡି ସାରିଲେଣି । ବିମାନ ଇନ୍ଧନର ଟଙ୍କା ନ ସୁଝିବା କାରଣରୁ ପାକିସ୍ତାନ ଏୟାରଲାଇନ୍ସର ବିମାନ ଅଟକାଇ ଦେଇଛନ୍ତି ବନ୍ଧୁ ଦେଶ ସାଉଦି ଓ UAE

Middle post content

ଏହି ଘଟଣା ପରେ ଜଣେ ଅଧିକାରୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଏୟାରଲାଇନ୍ସକୁ ଏମର୍ଜେନ୍ସୀ ଫଣ୍ଡ ଉପଲବ୍ଧ କରାଯିବ ନାହିଁ ତେବେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପାକିସ୍ତାନରେ ବିମାନ ସେବା ବନ୍ଦ ରହିବ । ଦେଶରେ ପ୍ରତିଦିନ PIAର ୨୩ଟି ବିମାନ ଉଡୁଥିବାବେଳେ ଏବେ ଇନ୍ଧନ ଅଭାବ କାରଣରୁ ଏହି ସଂଖ୍ୟା ୧୬ରେ ପହଞ୍ଚିଛି । ସେହିପରି ବିମାନ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ କମୁଥିବାରୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛି ପାକିସ୍ତାନ

ପାକିସ୍ତାନର ସରକାରୀ ବିମାନ ଏତେ କାଙ୍ଗାଳ ହୋଇଯାଇଛି ଯେ ଇନ୍ଧନ ପଇସା ନ ସୁଝିବା କାରଣରୁ PIAର ଏକ ବିମାନକୁ ସାଉଦି ଆରବର ଦମନ ଏୟାରପୋର୍ଟରେ ଅଟକାଇ ଦିଆଯାଇଛି । ସେହିପରି ଏୟାରଲାଇନ୍ସର ଆହୁରି ୪ଟି ବିମାନକୁ ଦୁବାଇ ବିମାନ ବନ୍ଦରରେ ରଖି ଦେଇଛନ୍ତି UAE ସରକାର । ନିକଟରେ ପାକିସ୍ତାନ ବିମାନର ଅନ୍ତରାଷ୍ଟ୍ରୀୟ ଆସୋସିଏସନ IATA (ଇଣ୍ଟରନ୍ୟାସନାଲ ଏୟାର ଟ୍କାନ୍ସପୋର୍ଟ ଆସୋସିଏସନ)କୁ ୩୫ ଲକ୍ଷ ଡଲାର ସୁଝିବା ପରେ PIAକୁ ସେ୍ବା ଯୋଗାଇବା ପାଇଁ ଅନୁମତି ମିଳିଥିଲା ।

ହେଲେ ଏବେ ବି ଯଦି ଏୟାରଲାଇନ୍ସକୁ ଏମର୍ଜେନ୍ସୀ ଫଣ୍ଡ୍ ବାବଦରେ ୨୩୦ କୋଟି ଟଙ୍କା ଦିଆ ନଯାଏ ନିକଟ ଭବିଷ୍ୟତରେ ପାକିସ୍ତାନ ବିମାନ ଆଉ ସେବା ଯୋଗାଇ ପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଜଣେ ଅଧିକାରୀ ।

ଗତ ସେପ୍ଟେମ୍ବର ୭ରେ PIA କହିଥିଲା ଯେ ଆର୍ଥିକ ସଙ୍କଟ କାରଣରୁ ୧୩ ଟି ରୁଟ୍ ମଧ୍ୟରୁ ୫ ଟିରେ ଉଡାଣ ବାତିଲ କରିଦିଆଯାଇଛି । ଏହା ସହ ଆହୁରି ୪ଟି ଅତିରିକ୍ତ ବିମାନ ଉଡାଣ ବାତିଲର ମଧ୍ୟ ସମ୍ଭାବନା ରହିଛି । ସେତେବେଳେ PIA ସରକାରଙ୍କୁ ୨୨.୯ଆରବ କୋଟି ଟଙ୍କା ମାଗିଥିବାବେଳେ ପାକିସ୍ତାନର ଆର୍ଥିକ ସମନ୍ବୟ ସମିତି (ECC) ତାକୁ ଖାରିଜ କରିଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami