କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା

Above Post Content

କରୋନାର ସମ୍ଭାବ୍ୟ ତୃତୀୟ ଲହର ଛୋଟ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି । ମହାମାରୀ କବଳରୁ ଛୋଟ ପିଲାମାନଙ୍କୁ ସୁରକ୍ଷିତ ରଖିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରତ୍ୟେକ ମା’ମାନଙ୍କର ପ୍ରମୁଖ ଦାୟିତ୍ୱ ହେବା ଉଚିତ୍ । ଏହି ସମୟରେ ମା’ ମାନେ ହିଁ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ ବୋଲି ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଚିତ୍ରଶିଳ୍ପୀ ସତ୍ୟରଞ୍ଜନ ଦାସ ।

Middle post content

ପ୍ରଥମ ଓ ଦ୍ୱିତୀୟ ଲହରରେ କରୋନାର ଭୟଙ୍କର ରୂପ ବିଶ୍ୱବାସୀଙ୍କ ମନରୁ ନ ଲିଭୁଣୁ ତୃତୀୟ ଲହର ଆଶଙ୍କା ପାଇଁ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । ତେଣୁ ଏଥିପାଇଁ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ଚିତ୍ର ମାଧ୍ୟମରେ ସଚେତନତା ବାର୍ତା ଦେଇଛନ୍ତି ଚିତ୍ର ଶିଳ୍ପୀ ସତ୍ୟ । କାନ୍‌ଭାସ୍‌ରେ ପ୍ରସ୍ତୁତ କରିଥିବା ଏହି କଳାକୃତିରେ କରୋନା ଟିକାର ଗୁରୁତ୍ୱ ସମ୍ପର୍କରେ ସେ ବର୍ଣ୍ଣନା କରିଛନ୍ତି । ଟିକା କିଭଳି କରୋନା ସଞ୍ଜିବନୀ ସାଜିଛି ତାହାକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି । ତେଣୁ ଛୋଟ ପିଲାମାନଙ୍କ ଟିକାକରଣ କରାଗଲେ କରୋନା ଯୁଦ୍ଧରେ ସେମାନେ ଜିତିପାରିବେ ବୋଲି ଚିତ୍ରରେ ଦର୍ଶାଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଛୋଟ ପିଲାମାନଙ୍କୁ କରୋନା କବଳରୁ ରକ୍ଷା କରିବା ପରିବାର ସଦସ୍ୟଙ୍କ ସମେତ ବିଶେଷ କରି ମା’ମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ସେ ଚିତ୍ରଣ କରିଛନ୍ତି । ସାଧାରତଃ ପରିବାରର ଅନ୍ୟ ସଦସ୍ୟଙ୍କ ଅପେକ୍ଷା ମା’ମାନେ ଅଧିକ ସମୟ ପିଲାଙ୍କ ସଂସ୍ପର୍ଶରେ ଆସିବା ସହ ନିକଟତର ହୋଇଥାନ୍ତି । ତେଣୁ ପ୍ରଥମେ ମା’ମାନେ ନିଜେ ସୁସ୍ଥ ଏବଂ ସୁରକ୍ଷିତ ରହିବା ଉଚିତ୍ । ବାଲିଆନ୍ତା ବ୍ଲକ୍ ବ୍ରାହ୍ମଣ ସୁଆଁଲୋ ଗ୍ରାମର ସୁଦର୍ଶନ ଦାସ ଏବଂ ବାସନ୍ତୀ ଦାସଙ୍କ ପୁଅ ସତ୍ୟରଞ୍ଜନ ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜରେ ଗ୍ରାଜୁଏସନ୍ କରିବା ପରେ ନୂଆଦିଲ୍ଲୀସ୍ଥିତ କଲେଜ ଅଫ୍ ଆର୍ଟରେ ସ୍ନାତକୋତର କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ସଚେତନତାମୂଳକ ଚିତ୍ର ଜୀବନ୍ତ ରୂପ ଦେଇ ବହୁ ପ୍ରଶଂସା ସାଉଁଟିଛନ୍ତି ସତ୍ୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami