‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ?

Above Post Content

ଉତ୍ତର ପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଚିଠା ଉପରେ ଲୋକଙ୍କ ମତାମତ ମାଗିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ଜନସଂଖ୍ୟା ନୀତିର ଘୋଷଣା ହୋଇଛି । ଏହି ନୀତି ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ସହିତ ସ୍ଥାନୀୟ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗୁ ପାଇଁ କୁହାଯାଇଛି । ଏହା ସହିତ ଏଥିରେ ଗୋଟିଏ ପରିବାର ଗୋଟିଏ ଶିଶୁ ଉପରେ ଜୋର ଦିଆଯାଇଛି । ତେବେ ଏହି ଏକ ଶିଶୁ ନୀତିକୁ ନେଇ ଚାରିପଟୁ ବିରୋଧ ଆରମ୍ଭ ହୋଇଛି । ବାକି ବିରୋଧୀଙ୍କୁ ଛାଡନ୍ତୁ ଖୋଦ ସଂଘ ପରିବାରର ସବୁଠାରୁ ମୁଖର ସଦସ୍ୟ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏହି ନୀତି ବିରୋଧରେ ମୋର୍ଚ୍ଚା ଖୋଲି ସାରିଲାଣି ।

1) ନୀତିକୁ ବିରୋଧ

After 2nd paragraph post ads

ଗୋଟିଏ ଶିଶୁ ନୀତିକୁ ଅନେକ ରାଜନୈତିକ ଦଳ ବିରୋଧ କରୁଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ଜନସଂଖ୍ୟା ନିୟନ୍ତ୍ରଣ ଆଇନରୁ ଏହାକୁ ବାଦ ଦେବା ପାଇଁ ଦାବି କରିଛି । ବିଶ୍ୱ ହିନ୍ଦୁ ପରିଷଦ ଦୁଇ ଶିଶୁ ନୀତି ସପକ୍ଷରେ ମୁହଁ ଖୋଲିଛି । ପରିଷଦର କହିବା ହେଉଛି ସମାଜର ବିଭିନ୍ନ ବର୍ଗର ଜନସଂଖ୍ୟାକୁ ନେଇ ଅଲଗା ଅଲଗା ଧାରଣା ରହିଛି । ଏମିତିରେ ଏକ ଶିଶୁ ନୀତି ଦ୍ୱାରା ଜନସଂଖ୍ୟାରେ ଅସନ୍ତୁଳନତା ପରିଲକ୍ଷିତ ହେବ । ଯେମିତି ଗୋଟିଏ ସମ୍ପ୍ରଦାୟର ପିଲାଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇବ । ଅନ୍ୟପକ୍ଷରେ କୌଣସି ସମ୍ପ୍ରଦାୟର ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇବ

2) ଏକ ଶିଶୁ ନୀତିର ଅଲଗା ନକରାତ୍ମକ ପ୍ରଭାବ ରହିବ

ଏକ ଶିଶୁ ନୀତିର ସବୁଠୁ ବଡ କୁପ୍ରଭାବ ହେଉଛି ଏହା ଦ୍ୱାରା ଆୟକାରୀଙ୍କ ସଂଖ୍ୟା କମିବ । ଅନ୍ୟପକ୍ଷରେ ଜଣକ ଆୟ ଉପରେ ଅନେକ ନିର୍ଭରଶୀଳ ହେବେ । ଗୋଟିଏ ସନ୍ତାନ ଜନ୍ମର ଦୁଇ ପୀଢି ପରେ ହିଁ ପରିବାରର ଜଣେ ଯୁବକଙ୍କ ଉପରେ ନିଜ ମାତାପିତା ଓ ଜେଜେବାପା-ଜେଜେ ମା’ଙ୍କ ଦାୟିତ୍ୱ ପଡିବ

Middle post content

3) ଟୋଟାଲ ଫର୍ଟିଲିଟି ରେଟ୍ ହ୍ରାସ ମଧ୍ୟ ବଡ ବିପଦ

ବର୍ତ୍ତମାନ ଦେଶ ହାରାହାରି ଟିଏଫଆର ୨.୧ । କିନ୍ତୁ ଅନେକ ରାଜ୍ୟରେ ଏହା ଦୃତଗତିରେ ହ୍ରାସ ପାଉଛି । ଏପରିକିକ ଯୁବବର୍ଗ ବିବାହ କରିବାକୁ କିମ୍ବା ସନ୍ତାନ ଜନ୍ମ ପାଇଁ ଅନିଛୁକ ହେଉଛନ୍ତିଆନ୍ଧ୍ରପ୍ରଦେଶରେ ଟୋଟାଲ ଫର୍ଟିଲିଟି ରେଟ୍ ସବୁଠାରୁ କମ ୧.୭ ରହିଛି । ଫଳରେ ଏହି ସବୁ ରାଜ୍ୟ ଗୁଡିକ ଆଗକୁ ଅନେକ କାମ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବେ

4) ଦେଶରେ ମଧ୍ୟ ଏଭଳି ସ୍ଥିତି ଉତ୍ପନ ହୋଇପାରେ

ବର୍ତ୍ତମାନ ଭାରତରେ ସବୁଠାରୁ ଅଧିକ ଯୁବକ ରହୁଛନ୍ତି । ଜାପାନ, ଚୀନ ଭଳି ଦେଶରେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭାରତରେ ସ୍ଥିତି ଓଲଟା ରହିଛି । କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଯଦି ଏକକ ଶିଶୁ ନିୟମକୁ ଲାଗୁ କରାଯାଏ ତେବେ ଭାରତରେ ମଧ୍ୟ ଚୀନ ସ୍ଥିତି ସୃଷ୍ଟି ହୋଇପାରେ । ଚୀନ୍ ନିକଟରେ ଦୁଇ ସନ୍ତାନ ନୀତିକୁ ଫେରିଛି । ଏହାର ଗୋଟିଏ ପରିବାର ଗୋଟିଏ ସନ୍ତାନ ନୀତି ଦେଶ ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି । ତେଣୁ ଚୀନ ଏବେ ନିଜ ନାଗରିକଙ୍କୁ ଦୁଇ ସନ୍ତାନ ପାଇଁ ପ୍ରେରିତ କରୁଛି । ଜାପାନ ଭଳି ଦେଶ ନିଜ ଭବିଷ୍ୟତ ପାଇଁ ଯୁବ ଦମ୍ପତ୍ତିଙ୍କୁ ଏକରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଇନସେଣ୍ଟିଭ୍ ପ୍ରଦାନ କରୁଛି । ଚୀନ୍, ଜାପାନ ଓ ଦ.କୋରିଆ ଭଳି ଦେଶରେ ସ୍ଥିତି ସଂଗୀନ । ଜାପାନକୁ ତ’ କାମ ପାଇଁ ବାହାର ଦେଶରୁ ଲୋକଙ୍କ ଆମଦାନୀ କରିବାକୁ ପଡୁଛି ।

5) ଧାର୍ମିକ ଅସନ୍ତୁଳନତା ବଢିବା ଡର

ଭାରତରେ ଯଦି ଜନସଂଖ୍ୟାରେ ଅସନ୍ତୁଳନତା ସୃଷ୍ଟି ହୁଏ ତେବେ ଏହାର ପ୍ରଭାବ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପଡିପାରେ । ବର୍ତ୍ତମାନ ଯାହା ସ୍ଥିତି ଅଛି, ସେଥିରେ ଧର୍ମ ଆଧାରରେ ବିଦ୍ରୋହର ଆଶଙ୍କା ରହିଛି । ଏମିତିରେ ଯଦି କୌଣସି ଗୋଟିଏ ସମ୍ପ୍ରଦାୟର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବ ତେବେ ଆର ପକ୍ଷ ଅସୁରକ୍ଷା ବାତବରଣ ଭିତରେ ରହିବାକୁ ବାଧ୍ୟ ହେବ । ଯାହାକି ଠିକ୍ ପାକିସ୍ତାନ ସ୍ଥିତି ଭଳି ହେବ । ଯେଉଁଠି ହିନ୍ଦୁ ସବୁବେଳେ ମୁସଲମାନଙ୍କ ସଂଖ୍ୟା କାରଣରୁ ଦବିକରି ଓ ଭୟଭିତ ହୋଇ ରହୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami