ଅସହାୟ ପିଲାଙ୍କ ସାହାରା ଚନ୍ଦନା

Above Post Content

ଇଚ୍ଛା ଥିଲା ଓକିଲ ହୋଇ ନିର୍ଯାତିତ, ଅସହାୟ, ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା । ଯଦିଓ ଏହି ଇଚ୍ଛା ତାଙ୍କର ଇଚ୍ଛାରେ ରହିଲା, ତଥାପି ସେ ଏବେ ସାଜିଛନ୍ତି ଏକାଧିକ ଅସହାୟ ପିଲାଙ୍କ ମା’ । ଅଭାବ ଅନଟନରେ ଯୁଝି ହେଉଥିବା ଏହି ପିଲାଙ୍କୁ ପଣତ ଛାୟାର ସାହାରା ଦେଇଛନ୍ତି ଭୁବନେଶ୍ୱରର ଚନ୍ଦନା ସ୍ୱାଇଁ । ଘର ତଥା ପରିବାରର କର୍ତବ୍ୟ ଭିତରେ ୩୦ ଜଣ ଅନାଥ ପିଲାଙ୍କ ପ୍ରତି କେବେ ବି କମି ନାହିଁ ତାଙ୍କର ସ୍ନେହ, ମମତା ଓ ଆଦର ।

ଭୁବନେଶ୍ୱର ରହୁଥିବା ୪୬ ବର୍ଷୀୟା ଚନ୍ଦନା ସ୍ୱାଇଁଙ୍କ ଜନ୍ମ ସାଲେପୁରର ରାଇସୁଙ୍ଗୁଡ଼ାରେ । ସାତ ଭାଇଭଉଣୀ ମଧ୍ୟରେ ସେ ହେଉଛନ୍ତି ସବା ସାନ । ସ୍କୁଲରୁ ଆରମ୍ଭ କରି କଲେଜରେ ସେ ବେଶ୍ ଭଲ ପାଠ ପଢ଼ୁଥିଲେଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି । ଏହା ପରେ ଚନ୍ଦନା ଆଇନରେ ସ୍ନାତକ (ଏଲ୍‌ଏଲ୍‌ବି) ପଢ଼ା ଶେଷ କଲେ । ସେ ସ୍କୁଲ ସମୟରୁ ନିଜ ଗୋଡ଼ରେ ଠିଆ ହେବା ଲକ୍ଷ୍ୟ ରଖିଥିଲେ ।

After 2nd paragraph post ads
Middle post content
chandana swain, bhubaneswar, Odisha, lawyer, orphan childrens, shelter to orphans, foods to orphan childrens, abandoned childrens, rising odisha

ବିବାହ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ଧଳା ପୋଷାକ ଉପରେ କଳା କୋର୍ଟ ପିନ୍ଧି କେସ୍ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ମାତ୍ର ସେ କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ନିବାସୀ ବିଭୂତିଭୂଷଣ ରାଉତଙ୍କୁ ବିବାହ କଲେ । ବିଭୂତି ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି । ବିବାହ ପରେ କୋର୍ଟ ଯିବା ପାଇଁ ଯଦିଓ ସମୟ ବାହାର କରୁଥିଲେ, ତଥାପି ମାତୃତ୍ୱ ପରେ ଏସବୁ ତାଙ୍କ ଲାଗି ଆଉ ସମ୍ଭବ ହେଲାନାହିଁ । ଛୁଆ ଯୋଗୁଁ ନିତିଦିନ କୋର୍ଟ ଯିବା ତାଙ୍କ ପାଇଁ ଅଡୁଆ ହେଲା । ସେଇଠୁ ସେ ପରିବାରକୁ ସମୟ ଦେବା କଥା ଚିନ୍ତା କଲେ । ଯେଉଁଥି ପାଇଁ ଚନ୍ଦନା ଓକିଲାତି ପେସାରୁ ଓହରିଗଲେ । କିଛି ଦିନ ପରେ ଗୋଟିଏ ସ୍କୁଲ କଲେ ଓ ଅସହାୟ ଗରିବ ପିଲାଙ୍କୁ ପଢ଼ାଇବା ଆରମ୍ଭ କଲେ । ଏପରିକି ୩୦ ଜଣ ଅନାଥ ପିଲାଙ୍କ ସମସ୍ତ ଖର୍ଚ୍ଚ ଚନ୍ଦନା ବହନ କରୁଛନ୍ତି । ଏହାରି ଭିତରେ ତାଙ୍କ ମନରେ ସୃଷ୍ଟି ହେଲା ଅସହାୟ ଓ ନିରୀହ ପିଲାଙ୍କ ମା’ ସାଜିବାର ଝୁଙ୍କ । ଫଳରେ ସେମାନଙ୍କୁ ମଣିଷ କରିବା ପାଇଁ ଚନ୍ଦନା ଅହରହ ପରିଶ୍ରମ କରିବାକୁ କୁଣ୍ଠା କଲେ ନାହିଁ । ଅନ୍ୟପଟେ ଶାଶୂ ଓ ଶ୍ୱଶୁର, ସ୍ୱାମୀଙ୍କ ସେବା ସହ ପିଲାଙ୍କ ପଢ଼ାରେ କେବେ ବି ଅବହେଳା କରିନାହାନ୍ତି ଚନ୍ଦନା । ସୁଗୃହିଣୀ ଭାବେ ସବୁ ଜଞ୍ଜାଳ ତୁଲାଉଛନ୍ତି ଓ ପିଲାଙ୍କୁ ଟ୍ୟୁସନ୍ ମଧ୍ୟ କରୁଛନ୍ତି । ଏହାବାଦ୍ ସେ ଡେ କେୟାର ବୋଡିଂରେ କର୍ମଜୀବୀ ମହିଳାଙ୍କ ଛୁଆକୁ ସମ୍ଭାଳନ୍ତି । ସେଥିରୁ ଯାହା କିଛି ରୋଜଗାର ହୁଏ ପିଲାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ସମ୍ପ୍ରତି କୋଭିଡ୍ ଯୋଗୁ ସକାଳୁ ରାତିଯାଏଁ ଚନ୍ଦନାଙ୍କୁ ବିଶ୍ରାମ ମିଳୁନାହିଁ । ପିଲାଙ୍କ ଲାଗି ରୋଷେଇଠୁ ଆରମ୍ଭ କରି କପଡ଼ା ସଫା, ପାଠପଢ଼ାଇବା ସବୁ ଦାୟିତ୍ୱକୁ ସେ ହସି ହସି ତୁଲାଉଛନ୍ତି । ଚନ୍ଦନା କୁହନ୍ତି ଯଦିଓ ତାଙ୍କ ଆର୍ଥିକ ପରିସ୍ଥିତି ସେତେଟା ସୁଦୃଢ଼ ନୁହେଁ, ତଥାପି କୁନିକୁନି ପିଲାଙ୍କ ହସ ହିଁ ତାଙ୍କ ପାଇଁ ସବୁକିଛିି । ପିଲାଟିବେଳୁ ସେମାନଙ୍କର ସବୁ ଅଭାବକୁ ସେ ପୂରଣ କରିଛନ୍ତି । ଅବଶ୍ୟ ଏ ଦିଗରେ ଚନ୍ଦନାକୁ କିଛି ସମାଜସେବୀ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅନାଥ ପିଲାଙ୍କ ବାପାମାଆ ସାଜିଥିବା ଚନ୍ଦନାଙ୍କ ଏହି ମହତ ଉଦ୍ଦେଶ୍ୟ ସମାଜରେ ଉଦାହରଣ ସୃଷ୍ଟି କରିପାରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami