ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି

Above Post Content

ଆପଣ ଗୋଟିଏ ମହଙ୍ଗା ମୋବାଇଲ କିମ୍ବା ଲାପଟପ କିଣନ୍ତି । କିନ୍ତୁ ବେଳେ ବେଳେ କିଣିବାର କିଛି ଦିନ ପରେ ଆପଣଙ୍କ ଦାମୀ ସାମଗ୍ରୀ ଖରାପ ହୋଇଯାଏ । ଏମିତିରେ ଆପଣଙ୍କ ପାଖରେ ତାକୁ ସଜାଡିବା କିମ୍ବା ପୁଣି ନୂଆ ମଡେଲ କିଣିବା ଛଡା ଆଉ କୌଣସି ବିକଳ୍ପ ନଥାଏ । ଯଦି ଆପଣ ସଜାଡିବାକୁ ଯାଆନ୍ତି ତେବେ ପାଇବେ ଯେ, ମରାମତି କରିବା ପାଇଁ ଆପଣଙ୍କୁ ବେଳେବେଳେ ସେହି ଉତ୍ପାଦର ୫୦ ପ୍ରତିଶତ ଖର୍ଚ୍ଚ କରିବାକୁ ପଡେ । କାରଣ ପାର୍ଟସ ଦାମି ହୋଇଥାଏ । ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଆପଣଙ୍କ ଫୋନ୍ କିମ୍ବା ଲାପଟପ ଆଗଭଳି ଠିକସେ କାମ କରିବାର କୌଣସି ଗ୍ୟାରେଣ୍ଟି ନଥାଏ ଏହାକୁ ନେଇ ୟୁରୋପରେ ଆରମ୍ଭ ହୋଇଛି ରାଇଟ୍ ଟୁ ରିପାୟର ବା ସଜାଡିବା ଅଧିକାର କ୍ୟାମ୍ପେନ । ତେବେ ଏହି କ୍ୟାମ୍ପେନକୁ ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି ।

କ’ଣ ପାଇଁ ହେଉଛି ଚର୍ଚ୍ଚା ?

After 2nd paragraph post ads

ଗତ ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ଗୋଟିଏ ବିଧେୟକରେ ଦସ୍ତଖତ କରିଛନ୍ତି ଯାହାଦ୍ୱାରା ଫେଡରାଲ ଟ୍ରେଡ୍ କମିଶନ ସେହି ନିୟମ ସବୁକୁ ବଦଳାଇ ପାରିବେ ଯାହାକୁ ଆଳ କରି କମ୍ପାନୀ ନିଜ ଉତ୍ପାଦ କମ ସମୟରେ ଖରାପ ହେଲେ ମଧ୍ୟ ତାକୁ ସଜାଡୁ ନାହାନ୍ତି । ଆଇନର ଦ୍ୱାହି ଦେଇ କମ୍ପାନୀ ଖରାପ ଉତ୍ପାଦ ସଜାଡିବାର ଉତ୍ତରଦାୟିତ୍ୱରୁ ଖସି ଯାଉଛନ୍ତି । ନିକଟରେ ଇଂଲଣ୍ଡ ମଧ୍ୟ ଏହି ଭଳି ଗୋଟିଏ ଆଇନ୍ ଆଣିଛି । ଏହି ଆଇନ ଅନୁସାରେ ଉପଭୋକ୍ତା ଯେଉଁ କମ୍ପାନୀର ସାମଗ୍ରୀ କିଣିଥିବେ ତାକୁ ସଜାଡିବା ଦାୟିତ୍ୱ ମଧ୍ୟ ସେହି କମ୍ପାନୀର ହେବ

୨୦୧୯ରେ ୟୁରୋପୀୟ ସଂଘ ରାଇଟ୍ ଟୁ ରିପାୟର ନିୟମ ଲାଗୁ କରିଥିଲେ

ଏହି ନିୟମ ଅନୁସାରେ କମ୍ପାନୀ ଏଭଳି ଉତ୍ପାଦ ତିଆରି କରିବେ ଯାହା ଅଧିକ ଦିନ ଚାଲିବ । ପ୍ରଡକ୍ଟ ବିକ୍ରି ସହିତ ସ୍ପେୟାର ପାର୍ଟସ ଯୋଗାଇବା ମଧ୍ୟ କମ୍ପାନୀଙ୍କ ଦାୟିତ୍ୱ ହେବ । ମେସିନ ଯେମିତି ଅତିକମରେ ୧୦ ବର୍ଷ ଚାଲିବ ସେଥିପାଇଁ ଏହି ନିୟମ ଲାଗୁ ହୋଇଥିଲା । ୱାସିଂ ମେସିନ, ଫିଜ୍ ଓ ଅନ୍ୟ ବୈଦ୍ୟୁତିକ ଉତ୍ପାଦ ଏହି ନିୟମ ଅନ୍ତର୍ଗତରେ ଆସେ ।

ରାଇଟ୍ ଟୁ ରିପାୟର କ୍ୟାମ୍ପେନର କାରଣ କ’ଣ ?

Middle post content

ଗତ କିଛି ବର୍ଷ ହେବ ଅଭିଯୋଗ ଆସୁଛି ଯେ, କମ୍ପାନୀ ଗୁଡିକ ଜାଣିଶୁଣି ଖରାପ ମାନର ସାମଗ୍ରୀ ଉତ୍ପାଦନ କରୁଛନ୍ତି । ଖରାପ ମାନର ସାମଗ୍ରୀ ଶୀଘ୍ର ଖରାପ ହୁଏ । ଏହାର ସ୍ପେୟାର ପାର୍ଟସ ମଧ୍ୟ ସହଜରେ ମିଳେନାହିଁ କିମ୍ବା ଉତ୍ପାଦନକାରୀ କମ୍ପାନୀ ମଧ୍ୟ ସ୍ପେୟାର ପାର୍ଟ୍ସ ଯୋଗାଇ ଦେବାର ଆଶ୍ୱାସନା ଦେଇ ନ ଥାଏ । ଫଳରେ ବାଧ୍ୟ ହୋଇ ଉପଭୋକ୍ତ ପୁଣି ନୂଆ ସାମଗ୍ରୀ କିଣିଥାଏଅଧିକ ବିକ୍ରୀ ପାଇଁ କମ୍ପାନୀ ଜାଣିଶୁଣି ଏଭଳି କରିଥାନ୍ତି ବୋଲି ଅଭିଯୋଗ ହେଉଛି । ଏହାଦ୍ୱାରା କମ୍ପାନୀର ବିକ୍ରି ବୃଦ୍ଧି ହୁଏ । କିନ୍ତୁ ଗ୍ରାହକ ଓ ପରିବେଶ ଖରାପ ହୁଏ । କାରଣ କମ୍ପାନୀ ଇଲେକ୍ଟ୍ରୋନିକ୍ ଜଙ୍କ୍ ନଷ୍ଟ କରିବାର ଦାୟିତ୍ୱ ମଧ୍ୟ ନେଇ ନଥାଏ । କମ୍ପାନୀଙ୍କ ଏଭଳି ମନମୁଖି କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ରାଇଟ୍ ଟୁ ରିପାୟାର କ୍ୟାମ୍ପେନ୍ ଆରମ୍ଭ ହୋଇଛି ।

ଜାଣିଶୁଣି କ୍ୱାଲିଟି ହ୍ରାସ କରାଯାଉଛି

ଗତ କିଛି ବର୍ଷ ଧରି ଇଲେକଟ୍ରୋନିକ୍ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀଙ୍କ ପ୍ରଡକ୍ଟର କ୍ୱାଲିଟି କ୍ରମାଗତ ଭାବେ ହ୍ରାସ ପାଉଛି । ଏକ ଅଧ୍ୟୟନ ଅନୁସାରେ ୨୦୦୪ରୁ ୨୦୧୨ ମଧ୍ୟରେ ହୋମ୍ ଆପ୍ଲେଏନ୍ସ କ୍ୱାଲିଟି ହ୍ରାସ ପାଇଛି । ୨୦୦୪ରେ ଇଲେକଟ୍ରୋନିକ୍ ମେସିନ୍ ୫ ବର୍ଷ ପର୍ଯ୍ୟନ୍ତ ଠିକଠାକ୍ ଚାଲୁଥିଲା ଓ ୫ ବର୍ଷ ପରେ ସେହି ମେସିନ୍ ମଧ୍ୟରୁ ୩.୫ ପ୍ରତିଶତ ଖରାପ ହେଉଥିଲା । କିନ୍ତୁ ୨୦୧୨ ବେଳକୁ ୫ ବର୍ଷ ପରେ ଖରାପ ହେଉଥିବା ମେସିନ ସଂଖ୍ୟା ୮.୩ ପ୍ରତିଶତ ହୋଇଥିଲା । ୨୦୧୨ ପରଠାରୁ ଆସୁଥିବା ମେସିନ୍ ୫ ବର୍ଷ ମଧ୍ୟ ଠିକରେ ଚାଲୁନି

କମ୍ପାନୀ କାହିଁକି ବିରୋଧ କରୁଛନ୍ତି ?

ଏକ ରିପୋର୍ଟ ଅନୁସାରେ ଆପଲ, ମାଇକ୍ରୋସଫ୍ଟ ଓ ଟେସ୍ଲା ଭଳି ବଡ଼ କମ୍ପାନୀ ଏହି କ୍ୟାମ୍ପେନକୁ ବିରୋଧ କରୁଛନ୍ତି । ଏହି ତିନି କମ୍ପାନୀ ଖରାପ ଉତ୍ପାଦକୁ ନିଜେ ସଜାଡିବା ଗ୍ୟାରେଣ୍ଟି ଦେଉ ନାହାନ୍ତି କି ଥାର୍ଡ୍ ପାର୍ଟିକୁ ସଜାଡିବା ପାଇଁ ଅନୁମତି ଦେଉଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଯେ, ସେମାନଙ୍କ ଉତ୍ପାଦ ସେମାନଙ୍କ ବୌଦ୍ଧିକ ସମ୍ପତ୍ତି । ଏମିତିରେ ଯଦି ସେମାନେ ସେହି ଉତ୍ପାଦର ମରାମତି ପାଇଁ ଥାର୍ଡ୍ ପାର୍ଟିକୁ ଅନୁମତି ଦେବେ କିମ୍ବା ତା’ର ପାର୍ଟ୍ସ ଖୋଲା ବଜାରରେ ଉପଲବ୍ଧ କରାଇବେ ତେବେ ସେମାନଙ୍କ ଅସ୍ଥିତ୍ୱ ଲୋପ ପାଇଯିବ ।

ଗ୍ରାହକ କ’ଣ କରିବେ ?

ଏହି ସମସ୍ୟାକୁ ଭାରତୀୟ ଗ୍ରାହକ ମଧ୍ୟ ଅନୁଭବ କରୁଛନ୍ତି । ଗୋଟିଏ ମୋବାଇଲ ବର୍ଷକ ଭିତରେ ସ୍ଲୋ ହୋଇଯାଉଛି । ମୋବାଇଲ ସିଷ୍ଟମ ଅପଗ୍ରେଡେସନ୍ ନାଁରେ କମ୍ପାନୀ ଜାଣିଶୁଣି ଏହାକୁ ସ୍ଲୋ କରିଦେଇଥାଏ ବୋଲି ଅଭିଯୋଗ ହୁଏ । ଭାରତ ଭଳି ଦେଶରେ ଯେଉଁଠି ଗୋଟିଏ ଟିଭି ଅତିକମରେ ୧୦ ବର୍ଷ କାମ କରିବ ବୋଲି ବିବେଚନା କରାଯାଏ, ସେଠାରେ ଅଳ୍ପଦିନରେ ଟିଭି, ଫ୍ରିଜ୍ ଖରାପ ହେବା ସାଧାରଣ କଥା ପାଲଟି ଗଲାଣି । ଭାରତରେ ମଧ୍ୟ ଧିରେ ଧିରେ ରାଇଟ୍ ଟୁ ରିପାୟର ଦାବି ଉଠିଲାଣି । ତେବେ କମ୍ପାନୀଙ୍କ ଉଦ୍ୟମ ହେଉଛି ଯେଣତେଣ କରି ଏହାକୁ ଅଟକାଇବା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami