ଭାରତରେ ଚାଲୁଥିଲା 10 ହଜାର ଓ 5 ହଜାର ଟଙ୍କିଆ ନୋଟ୍

Above Post Content

ଭାରତ ସରକାର ଶୁକ୍ରବାର ଦିନ ନୋଟ୍ ବନ୍ଦୀ ପାର୍ଟ୍ ଟୁ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁସାରେ 2016 ମସିହାରେ ନୂଆ କରି ଜାରି କରାଯାଇଥିବା 2 ହଜାର ଟଙ୍କିଆ ନୋଟ୍ ଆଉ ବଜାରକୁ ଆସିବ ନାହିଁ । ଏହା ସହିତ ଏହି ନୋଟ୍ ସେପ୍ଟେମ୍ବର ମାସଠାରୁ ବୈଧ ଟେଣ୍ଡର ରହିବ ନାହିଁ। ଏମିତିରେ 2 ହଜାରିଆ ନୋଟ୍ 2019ରୁ ରିଜର୍ଭ ବ୍ୟାଙ୍କ ଛାପିବା ବନ୍ଦ କରିଦେଇଥିଲା। ଏବେ ସରକାର ଏହାକୁ ହଟାଇବାକୁ ନେଇ ନେଇଥିବା ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରୁଛନ୍ତି। କିନ୍ତୁ ସରକାରୀ ଦଳର କହିବା ହେଉଛି ଏହା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେବେ ନାହିଁ। 2 ହଜାରିଆ ନୋଟ୍ ବ୍ୟାନ୍ ହେବା ଦ୍ୱାରା କେବଳ କଳା ଟଙ୍କା ମାଲିକ,ଭ୍ରଷ୍ଟ ଅଧିକାରୀ ପ୍ରଭାବିତ ହେବେ। କାରଣ 2 ହଜାରିଆ ନୋଟ୍ ଦ୍ୱାରା କଳା ଟଙ୍କା ଠୁଳ ସହଜ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମେରିକା ଭଳି ବିକଶିତ ରାଷ୍ଟ୍ରରେ 1ଶହ ଟଙ୍କାରୁ ଅଧିକ ମୂଲ୍ୟର ନୋଟ୍ ପ୍ରଚଳନ ନାହିଁଜିମ୍ବାଓ୍ୱେ,ଭେନିଜୁଏଲା ଭଳି ଦେଶରେ ହିଁ ବଡ଼ ନୋଟ୍ ପ୍ରଚଳିତ। ଏହି ଦୁଇ ଦେଶରେ ଏକ ମିଲିୟନ ନୋଟ୍ ମଧ୍ୟ ପ୍ରଚଳିତ ଅଛି। ତେବେ ଭାରତରେ ବଡ଼ ନୋଟର ଇତିହାସ ଢେର ପୁରୁଣା। ଦେଶ ସ୍ୱାଧିନତା ପୂର୍ବରୁ ଓ ପରେ ମଧ୍ୟ 5 ହଜାର ଓ 10 ହଜାର ଟଙ୍କା ପ୍ରଚଳିତ ଥିଲା1970 ଦଶକର ଅନ୍ତିମ ଭାଗରେ 10 ହଜାର ଟଙ୍କାକୁ ଦେଶରେ ବ୍ୟାନ୍ କରାଯାଇଥିଲା।

୧୯୪୬ରେ ପ୍ରଥମ ବିମୁଦ୍ରୀକରଣ

After 2nd paragraph post ads

ଦେଶରେ ପ୍ରଥମ ଥର ପାଇଁ ୧୯୪୬ରେ ଅର୍ଥାତ୍ ସ୍ୱାଧୀନତାର ଏକ ବର୍ଷ ପୂର୍ବରୁ ବିମୁଦ୍ରୀକରଣ ହୋଇଥିଲା । ସେତେବେଳେ ସର୍ବପ୍ରଥମେ ୫ଶହ, ୧ହଜାର ଏବଂ ୧୦ହଜାର ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିଦିଆଯାଇଥିଲା । ଏପରିକି ବ୍ରିଟିଶ କାଳର ୧୦୦ ଟଙ୍କିଆ ଉପରେ ଥିବା ସମସ୍ତ ନୋଟକୁ ବନ୍ଦ କରିଦିଆଯାଇଥିଲା ।

Middle post content

୧୯୭୮ ମସିହାରେ ପୁଣି ନୋଟ୍ ବ୍ୟାନ୍

ମୋରାଜୀ ଦେଶାଇ ସରକାରଙ୍କ ସମୟରେ ବି ବନ୍ଦ ହୋଇଥିଲା ନୋଟ୍ । ୧୯୭୮ ମସିହା ଜାନୁଆରୀ ୧୬ ତାରିଖରେ ତତ୍କାଳୀନ ମୋରାରଜୀ ଦେଶାଇଙ୍କ ସରକାର ସମୟରେ ୧ ହଜାର, ୫ ହଜାର ଓ ୧୦ ହଜାର ଟଙ୍କାର ନୋଟକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା । କଳାଧନ ଉପରେ ରୋକ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଏନେଇ ନ୍ୟୁଜ ପେପର ଜରିଆରେ ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ତେବେ ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବାକୁ ନିକଟରେ ଘୋଷଣା କରିଛି ଆରବିଆଇ । ଯାହାଫଳରେ ଏହି ନୋଟ୍ ଏକପ୍ରକାର ଅଚଳ ହେବାକୁ ଯାଉଛି । ତେବେ ୨ହଜାର ଟଙ୍କିଆ ନୋଟ୍ ବୈଧ ରହିବ । ଆପଣମାନେ ସେପ୍ଟେମ୍ବର ୩୦ ଯାଏଁ ଦୁଇ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇପାରିବେ । ସେଥିପାଇଁ ଆଦୌ ଛାନିଆ ହୁଅନ୍ତୁ ନାହିଁ ।

ରିଜର୍ଭ ବ୍ୟାଙ୍କ କହୁଛି ୨୦୧୮-୧୯ରୁ ଛପା ବନ୍ଦ ହେଲାଣି ଦୁଇ ହଜାର ଟଙ୍କିଆ ନୋଟନଭେମ୍ବର ୨୦୧୬ରେ ଆରମ୍ଭ ହୋଇଥିଲା ୨୦୦୦ ଟଙ୍କିଆ ନୋଟ୍୨୦୧୭ ମାର୍ଚ୍ଚ ପୂର୍ବରୁ ବିତରଣ ହୋଇଥିଲା ୮୯% ଟଙ୍କା । ଏବେ ବଜାରରେ ୩ଲକ୍ଷ ୬୨ ହଜାର କୋଟି ଟଙ୍କାର ୨୦୦୦ ହଜାର ଟଙ୍କିଆ ନୋଟ ରହିଛି । ମାତ୍ର ୧୦ ପ୍ରତିଶତ କାରବାର ଦୁଇ ହଜାର ଟଙ୍କା ମାଧ୍ୟମରେ ହେଉଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami