ବିଜେପି ଦାଗି ଅପରାଧୀଙ୍କୁ ଦଳରେ ସାମିଲ କରୁଛି

Above Post Content

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲା ବିଜେଡି । ଅଭ୍ୟାସଗତ ଅପରାଧୀଙ୍କୁ ଦଳରେ ସାମିଲ କରୁଛି ବିଜେପି । ଦଳରେ ଏମିତି ନେତା ରହିଛନ୍ତି ସେମାନେ ଗୋଟେ ଗୋଟେ ଦାଗି ନେତା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହେଉଛନ୍ତି ଜଣେ ଦାଗି ନେତା । ସେ ଜେଲରୁ ଆସି ଏବେ ବାହାରେ ଥିବାବେଳେ ଦାୟିତ୍ୱରେ ଥିବା ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସେ ମାଡ଼ ମାରି ଜେଲରେ ରହିଥିଲେ ସୁଦ୍ଧା ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଉଛି । ଏହା ହେଉଛି ବିଜେପିର ସଂସ୍କୃତି ।

Middle post content

ଦଳରେ ଗଣ୍ଡା ଗଣ୍ଡା ଅପରାଧି

After 2nd paragraph post ads

କେବଳ ଜଣେ ନେତା ନୁହେଁ ବିଜେପିରେ ଏଭଳି ଗଣ୍ଡା ଗଣ୍ଡା ଅପରାଧରେ ଲିପ୍ତ ଥିବା ନେତା ଦଳରେ ରହିଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ମାତ୍ର ତାଙ୍କୁ ବିଜେପି ଖୋର୍ଦ୍ଧାରୁ ଟିକେଟ ଦେଇଛି । ଇରାଶିଷ ଆଚାର୍ଯ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବହୁ ନେତା ରାଜ୍ୟ ବିଜେପି ଅପରାଧୀ ନେତାଙ୍କ ଉଦାହରଣ । ହତ୍ୟା ମାମଲାରେ ଜେଲରେ ରହିଥିଲେ ଇରାଶିଷ । ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀର ବହୁ ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଲୁଟିଥିଲେ । କିନ୍ତୁ ସେ ଏବେ ଦଳରେ ରଣନୀତିକାର ସାଜିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami