ଭାରତ ସମର୍ଥନରେ ଖୋଲିକରି ସାମ୍ନାକୁ ଆସିଲା ଆମେରିକା,ଚୀନକୁ ନିନ୍ଦା

Above Post Content

ଅରୁଣାଚଳ ପ୍ରସଙ୍ଗରେ ଭାରତକୁ ଖୋଲା ସମର୍ଥନ କରିଛି ଆମେରିକା। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଛି ଆମେରିକା ବୈଦେଶିକ ମନ୍ତ୍ରଣାଳୟ। ଆମେରିକା କହିଛି ଯେ, ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ। ଆଂଚଳିକା ଦାବି ହିସାବରେ ସ୍ଥାନୀୟ ଅଂଚଳର ନାମ ବଦଳାଇବା ଭଳି ଏକତରଫା ପ୍ରୟାସକୁ ଆମେ ନିନ୍ଦା କରୁଛୁ। ରବିବାର ଦିନ ଅରୁଣାଚଳ ପ୍ରଦେଶର 11 ସ୍ଥାନର ପରିବର୍ତ୍ତିତ ନାମକୁ ଚୀନର ନାଗରିକ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା। ଯାହାକୁ ଭାରତ ବିରୋଧ କରିଥିଲା। ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷୀଣ ତିବ୍ବତ ବୋଲି କହୁଛି।

ହ୍ୱାଇଟ୍ ହାଲୁଚସ୍ ପ୍ରେସ ସଚିବ କ୍ୟାରିନ୍ ଜ୍ୟା ପିୟରେ ମଙ୍ଗଳବାର ଦିନ କହିଛନ୍ତି ଯେ,ଆମେରିକା ଅନେକ ବର୍ଷ ଧରି ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ଭାବେ ମାନି ଆସିଛି। ଆମେ ସ୍ଥାନର ନାମ ପରିବର୍ତ୍ତନ କରି କୌଣସି ଦାବିକୁ ଆଗକୁ ବଢାଇବର ଏଭଳି ଏକତରଫା ପ୍ରୟାସର କଠୋର ନିନ୍ଦା କରୁଛୁ

After 2nd paragraph post ads

ଭାରତ କହିଲା ବଦଳିବ ନାହିଁ ବାସ୍ତବତା

Middle post content

ଅନ୍ୟପକ୍ଷରେ ଭାରତ କହିଛି ଯେ, ଅରୁଣାଚଳ ପ୍ରଦେଶ ଏହାର ଅଭିନ୍ନ ଅଙ୍ଗ। ମନଗଢା ନାମ ରଖିଦେଲେ ବାସ୍ତବିକତା ବଦଳିଯିବ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଏହି ଖବର ବାବଦରେ ଆମେ ଜାଣିଛୁ। ଚୀନ୍ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରିନାହିଁ। ଆମେ ଏହାକୁ ପ୍ରତ୍ୟାଖାନ କରୁଛୁ। ସୂଚନାଯୋଗ୍ୟ ଯେ, ଚୀନ୍ ଅରୁଣାଚଳ ପ୍ରଦେଶ ପାଇଁ ଚୀନ ତିବ୍ବତ ଓ ପିନୟିନ୍ ଅକ୍ଷରରେ ନାମର ତୃତୀୟ ସୂଚୀ ଜାରି କରିଛି।

ଆମେରିକା ସହରକୁ ଚୀନର ଟାର୍ଗେଟ୍

ପ୍ରଥମ ଥର ପାଇଁ ଆମେରିକାର କୌଣସି ସହରକୁ ଚୀନ୍ ନିଜ ପରମାଣୁ କ୍ଷେପଣାସ୍ତ୍ର ଟାର୍ଗେଟ୍ ଭିତରକୁ ନେଇଛିପେଣ୍ଟାଗନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚୀନ୍ ତାର ପରମାଣୁ କ୍ଷେପଣାସ୍ତ୍ର ବହନକାରୀ ବୁଡ଼ା ଜାହଜକୁ ମୁତୟନ କରିଛି। ଦକ୍ଷୀଣ ଚୀନର ହେନାନ୍ ଦ୍ୱିପ ନିକଟରେ ଚୀନ୍ ଏହି ପରମାଣୁ ବୁଡା଼ଜାହଜକୁ ମୁତ୍ତୟନ କରିଛିବୁଡା଼ ଜାହଜରେ ଥିବା ପରମାଣୁ ଅସ୍ତ୍ରବହନକାରୀ କ୍ଷେପଣାସ୍ତ୍ରର ନାମ ହେଉଛି ଜେଏଲ୍-3। ଏହାର ଲକ୍ଷ୍ୟଭେଦ ସୀମା ହେଉଛି 10ରୁ 12 ହଜାର କିଲୋମିଟର। ଏହି କ୍ଷେପଣାସ୍ତ୍ର ଟାର୍ଗେଟରେ ଆମେରିକାର ବିଭିନ୍ନ ସହର ଥିବା କୁହାଯାଉଛି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami