୪୦ ବର୍ଷରେ ରିଟାୟର ହୋଇ ଯଦି ଆରାମ କରିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ..

Above Post Content

ଚାକିରି ଜୀବନରେ ଘାତପ୍ରତିଘାତ ରହିଥାଏ । ଏହା ସହିତ ସବୁଦିନିଆ ଚିନ୍ତା । ଏହି ଚିନ୍ତାରୁ ମୁକ୍ତି ପାଇଁ ଅନେକ ଚାହାନ୍ତି ସଅଲ ରିଟାୟରମେଣ୍ଟ୍ । ଆଜିର ସମୟରେ ଅନେକ ଯୁବକ ୩୫ରୁ ୪୦ ବର୍ଷ ମଧ୍ୟରେ ରିଟାୟର କରି ନିଜ ଇଛା ମୁତାବକ ଜୀବନ ଜିଇଁବାକୁ ଚାହାନ୍ତି । ତେବେ ଏଥିପାଇଁ କ’ଣ କରିବାକୁ ହେବ ? କ’ଣ କଲେ ଆପଣ ମଧ୍ୟ ୪୦ ବର୍ଷରେ ଅବସର ନେଇ ଆରାମରେ ଜୀବନ ବିତାଇ ପାରିବେ ? କିଛି ନିୟମକୁ ପାଳନ କରିଲେ ଏହା ସମ୍ଭବ ହୋଇ ପାରିବ । ଆସନ୍ତୁ ଜାଣିବା କ’ଣ ସେହି ନିୟମ ସବୁ..

କେତେ ହେବ ଖର୍ଚ୍ଚ ?

After 2nd paragraph post ads

ସଅଳ ରିଟାୟରମେଣ୍ଟ ବା ଅବସର ଚାହୁଁଥିଲେ ପ୍ରଥମେ ନିଜକୁ ଦୁଇଟି ପ୍ରଶ୍ନ ପଚାରନ୍ତୁ । ସମୟ ଆଗରୁ ରିଟାୟରମେଣ୍ଟ ଲାଇଫ୍ ପାଇଁ ଆପଣଙ୍କୁ କେତେ ଅର୍ଥ ଆବଶ୍ୟକ ପଡ଼ିବ ପ୍ରଥମେ ନିଜକୁ ସେଇ ପ୍ରଶ୍ନ ପଚାରନ୍ତୁ । ଦ୍ୱିତୀୟ ପ୍ରଶ୍ନ ଯାହା ନିଜକୁ ପଚାରିବେ ତା’ ହେଉଛି ଆପଣ କେଉଁ ବୟସରେ ଅବସର ନେବାକୁ ଚାହୁଁଛନ୍ତି ? ପ୍ରଥମ ପ୍ରଶ୍ନକୁ ଆପଣ ଏଭଳି ମଧ୍ୟ କରି ପାରିବେ ଯେ, ଆପଣ ସମୟ ଆଗରୁ ରିଟାୟରମେଣ୍ଟ ନେଲେ ମାସିକ ବା ବାର୍ଷିକ କେତେ ଟଙ୍କା ଚଳିବା ପାଇଁ ଆବଶ୍ୟକ କରିବେ । ଏଥିରେ ଗୋଟିଏ ଥମ୍ବ ରୁଲ ଆପଣଙ୍କୁ ସାହାଯ୍ୟ କରିବ । ତାହା ହେଉଛି ୪ ପ୍ରତିଶତର ନିୟମ । ଯଦି ଆପଣ ୫ କୋଟି ପାଣ୍ଠି ସହିତ ରିଟାୟରମେଣ୍ଟ୍ ନେଉଛନ୍ତି ତେବେ ପ୍ରତିବର୍ଷ ଆପଣ ସେଥିରୁ ୪ ପ୍ରତିଶତ ଖର୍ଚ୍ଚ କରିପାରିବେ । ଅର୍ଥାତ ୫ କୋଟିର ୪ ପ୍ରତିଶତ ୨୦ ଲକ୍ଷ ଟଙ୍କା ହିଁ ଆପଣ ପ୍ରତିବର୍ଷ ଖର୍ଚ୍ଚ କରି ପାରିବେ । ଏହା କରିବାର ଦ୍ୱିତୀୟ ତରିକା ନିୟମକୁ ଓଲଟାଇ ଦେବା ହୋଇଥାଏ । ତେଣୁ ୪ ପ୍ରତିଶତ ଓଲଟା ହେବା ଦ୍ୱାରା ୨୫ ଗୁଣ ହୋଇଥାଏ । ଅର୍ଥାତ ଆପଣଙ୍କ ରିଟାୟରମେଣ୍ଟ୍ କର୍ପସ ସେହି ରାଶିର ୨୫ ଗୁଣ ଅଧିକ ହେବା ଆବଶ୍ଯକ ଯାହା ଆପଣ ପ୍ରଥମ ବର୍ଷ ଉଠାଇବେ । ଧରି ନିଅନ୍ତୁ ଆପଣ ରିଟାୟର ହେବାର ପ୍ରଥମ ବର୍ଷ ଖର୍ଚ୍ଚ ପାଇଁ ୧୦ ଲକ୍ଷ ଟଙ୍କା ଆବଶ୍ୟକ କରନ୍ତି ତେବେ ତା’ର ୨୫ ଗୁଣ ହେଉଛି ୨ କୋଟି ୫୦ ଲକ୍ଷ । ତେଣୁ ଆପଣଙ୍କ ପାଖରେ ରିଟାୟରମେଣ୍ଟ୍ ସମୟରେ ଆପଣଙ୍କ ପାଖରେ ଅଢେଇ କୋଟି ରହିବା ଆବଶ୍ୟକ ।

ନିଜ ଆୟ ବୃଦ୍ଧି କରନ୍ତୁ

ପ୍ରତି ମାସରେ ଆପଣଙ୍କୁ ଆୟର ୫୦ରୁ ୭୦ ପ୍ରତିଶତ ସଂଚୟ କରିବାକୁ ପଡ଼ିବ । ଯାହା ସମ୍ଭବ ନୁହେଁ । ତେବେ ନିଜ ଟାର୍ଗେଟର ଯେତେ ନିକଟତର ହୋଇପାରିବେ ସେତିକ ସଂଚୟ କରନ୍ତୁ । ଏହା ସହିତ ନିଜ ଆୟକୁ ବଢାନ୍ତୁ । ପାର୍ଟ ଟାଇମ୍ ଜବ୍ କିମ୍ବା ପାସିଭ୍ ଇନକମ୍ ବାବଦରେ ଭାବନ୍ତୁ । ସାଇଡ୍ ବିଜନେସ୍ ବାବଦରେ ମଧ୍ୟ ଆପଣ ଭାବି ପାରନ୍ତି ।

ଆୟର ସିଂହଭାଗ ସଂଚୟ କରନ୍ତୁ

Middle post content

ଆୟର ସିଂହ ଭାଗ ସଂଚୟ ପାଇଁ ଆର୍ଥିକ ଅନୁଶାସନର ପାଳନ କରନ୍ତୁ । ନିଜ ସଂଚୟ ରାଶିକୁ ଲୋ-କଷ୍ଟ ଇଣ୍ଡେକ୍ସ ଫଣ୍ଡରେ ନିବେଶ କରନ୍ତୁ । ଅଧିକ ସଂଚୟ କରନ୍ତୁ କମ ଖର୍ଚ୍ଚ କରନ୍ତୁ ଓ ବୁଦ୍ଧିମାନର ସହିତ ନିବେଶ କରନ୍ତୁ ।

ଖର୍ଚ୍ଚ କମ କରନ୍ତୁ

ଖର୍ଚ୍ଚ କମ କରିବାର ବାଟ ବାହାର କରନ୍ତୁ । ଯେମିତି ନୂଆ ବଦଳରେ ପୁରୁଣା କାର ବ୍ୟବହାର କରନ୍ତୁ । ସହର ଭିତରେ ରହୁଛନ୍ତି ଯଦି ନିଜ ଗାଡି ବଦଳରେ ପବ୍ଲିକ୍ ଟ୍ରାନସପୋର୍ଟର ବ୍ୟବହାର କରନ୍ତୁ । ଘର ତିଆରି କରିବା ଅପେକ୍ଷା ଭଡା଼ ଘରେ ରୁହନ୍ତୁ । ହୋଟେଲରେ ଖାଇବା ଅପେକ୍ଷ ଘରେ ଖାଆନ୍ତୁ । କ୍ରେଡିଟ୍ କାର୍ଡ୍ ଲୋନ୍ ନିଅନ୍ତୁ ନାହିଁ । ଏଭଳି ଅନେକ ତରିକା ଦ୍ୱାରା ଆପଣ ସଂଚୟ କରିପାରିବେ ।

ସଠିକ ସ୍ଥାନରେ ନିବେଶ କରନ୍ତୁ

ଯେତେ ଶୀଘ୍ର ହୋଇପାରେ ସେତ ଶୀଘ୍ର ନିବେଶ କରନ୍ତୁ ସେହିଠାରେ ନିବେଶ କରନ୍ତୁ ଯେଉଁଠାରେ ଆପଣଙ୍କ ସମ୍ପତି ବୃଦ୍ଧି ପାଇବ । ଆମେରିକା ଭଳି ଦେଶରେ ଲୋ-କଷ୍ଟ ଇଣ୍ଡେକ୍ସ ଫଣ୍ଡ୍ କିମ୍ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡରେ ଲୋକ ନିବେଶ କରିଥାନ୍ତି । ଭାରତରେ ମଧ୍ୟ ଇଣ୍ଡେକ୍ସ ଫଣ୍ଡ୍ ଓ ଇଟିଏଫ୍ ବଡ଼ ହେବାରେ ଲାଗିଛି । ଆପଣ ଏଥିରେ ବୁଦ୍ଧିମତାର ସହିତ ନିବେଶ କରି ନିଜ ନେଟୱର୍ଥ୍ ବଢାଇ ପାରିବେ ।

ପାସିଭ୍ ଇନକମ୍ ଗୁରୁତ୍ୱପୂର୍ଣ୍ଣ

ପାସିଭ୍ ଇନକମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପାସିଭ୍ ଇନକମ୍ ଅନେକ ପ୍ରକାରର ହୋଇପାରେ । ଯେମିତି ସେୟାରରୁ ଡିଭିଡେଣ୍ଡ୍,ଆପଣଙ୍କ ଏଫଡିରୁ ସୁଧ,ବ୍ଲଗରୁ ଆୟ,ୟୁଟ୍ୟୁବ୍ ଚ୍ୟାନେଲର ମନିଟାଇଜେସନ୍ ଓ ସମ୍ପତି ଭଡାରୁ ଆୟ । ପାସିଭ୍ ଇନକମ୍ ପାଇଁ ଆପଣଙ୍କୁ ସବୁବେଳେ ଉଦ୍ୟମ କରିବାକୁ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami