ଧର୍ମେନ୍ଦ୍ରଙ୍କୁ ସିଧାସଳଖ ଟାର୍ଗେଟ କଲେ ପାଣ୍ଡିଆନ

Above Post Content

ଭୁବନେଶ୍ୱର : ନିର୍ବାଚନ ତାରିଖ ପାଖେଇ ଆସୁଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ତେବେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଦୁଇ ଦିନ ଧରି ସେ ଦକ୍ଷିଣ ଓଡ଼ିଶାରେ ପ୍ରଚାର ଚଳାଇଥିଲେ । ଗତକାଲି ସେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଥିଲେ । ନିର୍ବାଚନୀ ସଭାରେ ଦଳର ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟଦେଇ ଜିତାଇବାକୁ ନିବେଦନ କରିଥିଲେ ।

Middle post content

କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ୩/୪ଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ

After 2nd paragraph post ads

ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ପାଣ୍ଡିଆନ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଏତେ ସୁବିଧା ଦେଉଛନ୍ତି ବୋଲି ବିରୋଧୀ ରାଗରେ ଜର୍ଜର ହେଉଛନ୍ତି । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର ଚଳାଉଛନ୍ତି । ମିଶନ ଶକ୍ତି ମା’ ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ । କେନ୍ଦ୍ରମନ୍ତ୍ରୀ ଖାଲି ବଡ ବଡ କଥା କହୁଛନ୍ତି । କାମରେ ଶୂନ । ୫ ବର୍ଷ ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ । କିନ୍ତୁ ହୋଇପାରିଲା ନାହିଁ । ହେଲେ ଓଡିଶା ସରକାର ୫ଟି ରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami