ଖରା ଛୁଟିରେ +୨ ପିଲାଙ୍କୁ ଦିଆଯିବ ନିଟ୍ ଓ ଜେଇଇ କୋଚିଂ

Above Post Content

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୨୫ ତାରିଖଠାରୁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏହି ସମୟରେ +୨ ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଜେଇଇ ଆଶାୟୀଙ୍କ ପାଇଁ ନିୟମିତ ଭାବେ ରବିବାର ଓ ସରକାରୀ ଛୁଟି ଦିବସ ବ୍ୟତୀତ ସକାଳ ୧୦ଟାରେ ଅନ୍‌ଲାଇନ୍ କୋଚିଂ ବା ଶିକ୍ଷାଦାନ କରାଯିବ । ଛୁଟି ସମୟକୁ ସଦୁପଯୋଗ କରିବା ସହ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Middle post content

ଛୁଟିରେ ଶିକ୍ଷକ ଓ କର୍ମଚରୀ କରିବେ ରୋଷ୍ଟର ଡ୍ୟୁଟି

After 2nd paragraph post ads

ଛୁଟି ସମୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ସହ ଜଡ଼ିତ ହୋଇ ରହିବା ପାଇଁ ସେମାନଙ୍କୁ ହୋମ୍‌ୱାର୍କ ପ୍ରଦାନ କରିବେ ଶିକ୍ଷକ । କୌଣସି ବିଷୟରେ ଦ୍ୱନ୍ଦ୍ୱ ଥିଲେ, ସେମାନେ ସେହି ବିଷୟର ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଫୋନରେ ଯୋଗାଯୋଗ କରି ସନ୍ଦେହ ଦୂର କରିପାରିବେ । ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଶ୍ରେଣୀ ଶିକ୍ଷକ ଆଲୋଚନା କରିବେ । ସମଗ୍ର ଖରା ଛୁଟିରେ ଶିକ୍ଷକ ଓ କର୍ମଚରୀମାନେ ରୋଷ୍ଟର ଡ୍ୟୁଟି କରିବେ । ଏଥିପାଇଁ ସ୍ୱତନ୍ତ୍ର ରେଜିଷ୍ଟରରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯିବ । ନାମଲେଖାକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ନ ଛାଡ଼ିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami