କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ପାଣ୍ଡିଆନ

Above Post Content

ଗୋପାଳପୁର : କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାର ଚିଠା ଖୋଲିଦେଇଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ବୁଧବାର ଭୋରୁ ଗୋପାଳପୁରରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଅପାରଗତାର ଗୋଟି ଗୋଟି ହିସାବ ଦେଇଛନ୍ତି ।

ନିଜ ଅଞ୍ଚଳ ପାଇଁ କ’ଣ କରିଛନ୍ତି ଧର୍ମେନ୍ଦ୍ର, ପ୍ରଶ୍ନ କଲେ ପାଣ୍ଡିଆନ

After 2nd paragraph post ads
Middle post content

କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ୧୦ ବର୍ଷ ଧର୍ମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ । ହେଲେ ଓଡିଶା ପାଇଁ କ’ଣ କରିଛନ୍ତି ? ୧୦ ବର୍ଷ ଧରି କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ସତ୍ତ୍ୱେ ଓଡ଼ିଶାକୁ ଜଣେ ଓଡ଼ିଆ ଭାବେ ଅଣଦେଖା କଲେ । ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି । ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି? ତାହାର ମଧ୍ୟ ଉତ୍ତର ଦେଇପାରିବେ ନାହିଁ । ଏଥି ସହିତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ବରଂ ବିଜେଡି ଏଠି ୫ଟି ସ୍କୁଲ ଗଢିଛି । ଏବେବି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି ପିଲା ।

୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପଢ଼ୁଛନ୍ତି ପିଲା

କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ କରୁଛି ସେ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟରେ ଦେଖନ୍ତୁ ପିଲା ବ୍ଲାକ ବୋର୍ଡରେ ପଢୁଛନ୍ତି, ହେଲେ ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଯାଇ ଦେଖନ୍ତୁ ୫ଟି ସ୍କୁଲରେ ପିଲା ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି । ରାଜ୍ୟ ପାଇଁ ନହେଲା ନାହିଁ ନିଜ ଜିଲ୍ଲା ଯେଉଁଠୁ ନିର୍ବାଚନ ଲଢିବାକୁ ପ୍ରଥମେ ଚେଷ୍ଟା କରୁଥିଲେ ସେହି ଢେଙ୍କାନାଳ ପାଇଁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ବି ଖୋଲିପାରିଲେନି । ନିଜେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି ଚାହିଁଥିଲେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଖୋଲିପାରିଥାନ୍ତେ । ଏପରିକି ତାଙ୍କ ଅଧିନରେ ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ ବିଭାଗ ମଧ୍ୟ ରହିଛି ହେଲେ ଢେଙ୍କାନାଳରେ ଗୋଟିଏ ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟର ଖୋଲିପାରିଲେ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami