ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସିଇଓଙ୍କ ପାଖରେ ଅଭିଯୋଗ କଲା ବିଜେଡି

Above Post Content

ଭୁବନେଶ୍ୱର: ସୋମବାର ପୁଣି ଥରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡ଼ି । ଓଡିଶା ମହିଳା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ଯାଇ ଏକ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ୭୦ ଲକ୍ଷ ମହିଳାଙ୍କୁ ଘର କୋଣରୁ ବାହାର କରି ନୂତନ ପରିଚୟ ଦେଇଛନ୍ତି ଓଡିଶା ସରକାର । ରାଜ୍ୟ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମିଶନ ଶକ୍ତି ମାଆ ମାନଙ୍କୁ ନିର୍ବାଚନ ସଭାକୁ ନ ପଠାଇବାକୁ ଟାଙ୍ଗୀ ବ୍ଲକ ଏମବିକେମାନଙ୍କୁ ଧମାକାଉଛନ୍ତି । ବିଜେପି ତୃଣମୂଳ ସ୍ତରରେ ମହିଳାଙ୍କୁ ହିଂସା କରିବା ଓ ଚରିତ୍ର ସଂହାର ବାରମ୍ବାର କରୁଛି । ସାଧାରଣ ମହିଳାଙ୍କ ପାଇଁ ଏତେ ଇର୍ଷା କାହିଁକି ? ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଧାରାବାହିକ କାର୍ଯ୍ୟକଳାପରୁ ସେମାନଙ୍କ ପରାଜୟ ସ୍ପଷ୍ଟ ବାରି ହେଉଛି । ସିଇଓଙ୍କ ପାଖରେ ପ୍ରଶାନ୍ତ ଜଗଦେବ ଏବଂ ବିଜେପି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami