ଏଥର ନିର୍ବାଚନରେ ଆପ୍‌ର ନେତୃତ୍ୱ ନେବେ ସୁନୀତା

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତାଙ୍କୁ ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଦିଆଯାଇଛି ବଡ଼ ଦାୟିତ୍ୱ । ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏମିତି କି ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିଥିଲେ ସୁନୀତା କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍ ଜେଲରେ ଥିବାରୁ ଏବେ ସେ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ନେତୃତ୍ୱ ନେବେ ।

Middle post content

ଦଳକୁ ଏକାଠି ରଖି ପାରିବେ ସୁନୀତା

After 2nd paragraph post ads

ଆପ୍‌ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ କୂଲଦୀପ କୁମାରଙ୍କ ସମର୍ଥନରେ ସୁନୀତା କେଜ୍ରିୱାଲ ଆଜି ଜାତୀୟ ରାଜଧାନୀରେ ଏକ ମେଗା ରୋଡ୍ ଶୋ କରିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତାଙ୍କ ପାଇଁ ଆଶୀର୍ବାଦ ପାଇବା ଏବଂ ଆପ୍ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ପାଇଁ ପ୍ରଚାର କରିବେ । ସେ ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ ଏବଂ ହରିଆଣାର ଲୋକଙ୍କଠାରୁ ଆଶୀର୍ବାଦ ଲୋଡିବେ ବୋଲି ଗତକାଲି ଆପ୍ ନେତ୍ରୀ ଅତିଶୀ ଘୋଷଣା କରିଥିଲେ । ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ଦ୍ୱାରା ଖୁବ୍ ଗେଜାରରେ ପ୍ରଭାବିତ ହୋଇଥିବା ଆପ୍‌ର ପ୍ରଚାରକୁ ବୃଦ୍ଧି କରିବା ପାଇଁ ସୁନୀତା ଧୀରେ ଧୀରେ ଦଳରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଦଳ ସୂତ୍ରରୁ ପ୍ରକାଶ ପାଇଛି । ଆପ୍ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଏଭଳି ସ୍ଥିତିରେ ଦଳକୁ ଏକାଠି ରଖିବା ପାଇଁ ସୁନୀତା ହେଉଛନ୍ତି ସର୍ବୋତ୍ତମ ବ୍ୟକ୍ତି । ଦଳର କର୍ମୀଙ୍କ ଉପରେ ତାଙ୍କର ଉପସ୍ଥିତି ଏକ ସକରାତ୍ମକ ପ୍ରଭାବ ପକାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami