ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ

Above Post Content

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନ ଗଲେ ଟିକେଟ ପାଇଁ ଆଉ ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବନି । କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ । ତାହା ପୁଣି ଗୋଟିଏ ମିନିଟ୍‌ରେ । ଏଣିକି ହ୍ୱାଟସ୍ ଆପ୍ ଜରିଆରେ ଟିକେଟ୍ କାଟିପାରିବେ ପର୍ଯ୍ୟଟକ । ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଉଦ୍‌ଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।

Middle post content

ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ

After 2nd paragraph post ads

ଆଗକୁ ଆସୁଛି ପିକ୍‌ନିକ୍ ଋତୁ । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକମାନ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇଥାନ୍ତି । ଫଳରେ ପର୍ଯ୍ୟଟକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଡ଼ିଜିଟାଲ ବୁକିଂ କରିବାର ବ୍ୟବସ୍ଥା କରାଯାଇଛି । ହ୍ୱାଟସ୍ ଆପ୍ କ୍ୟୁଆର୍ କୋର୍ଡରେ ସ୍କାନ କରି ଟିକେଟ କରିହେବ । ହ୍ୱାଟସ୍ ଆପ୍ ବେସଡ୍ ଟିକେଟ ବୁକିଂ ଉଦଘାଟନ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ନନ୍ଦନକାନନରେ ଏହି ଅତ୍ୟାଧୁନିକ ସେବା ଭାରତରେ ପ୍ରଥମ । ନନ୍ଦନକାନନ ପକ୍ଷରୁ ଏକ ହ୍ୱାଟସ ଆପ୍ ନମ୍ବର ମଧ୍ୟ ଜାରି ହୋଇଛି । ୭୮୭୧୮୪୪୮୫୬ ନମ୍ବରରେ ମେସେଜ କରି ଟିକେଟ ବୁକିଂ କରିପାରିବେ ପର୍ଯ୍ୟଟକ । ୩ଟି ଭାଷାରେ ହ୍ୱାଷ୍ଟସ୍ ଆପରେ ଟିକେଟ ବୁକିଂ ହୋଇପାରିବ । ଟିକେଟର ସମୟସୀମା ରହିବ ମାତ୍ର ଗୋଟିଏ ଦିନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami