ଅବପାତର ରୂପ ନେଲା ଲଘୁଚାପ

Above Post Content

ଭୁବନେଶ୍ୱର: ଏଥର ଫିକା ପଡ଼ିପାରେ ଦଶହରା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ଲଘୁଚାପ । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ଏପଟେ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି ମା’ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଏବେ ପାର୍ବଣ ଚାଲିଥିବାରୁ ଲଘୁଚାପଜନିତ ବର୍ଷା ହୁଏ, ତେବେ ଦଶହରା ଫିକା ପଡ଼ିପାରେ ବୋଲି ଆଶଙ୍କା କରାଯାଇଛି ।

କାଲି ବାତ୍ୟା ରୂପ ନେଇପାରେ

After 2nd paragraph post ads
Middle post content

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ ମୁହାଁଇବ । ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ –ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରରେ ଦୁର୍ବଳ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜି ରାତିରେ ଅବପାତ ଗଭୀର ଅବପାତରେ ପରିଣତ ହେବ । କାଲି ମଧ୍ୟ ରାତ୍ର ସୁଦ୍ଧା ଦୁର୍ବଳ ବାତ୍ୟାର ରୂପ ନେଇପାରେ । ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

୨୭ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଓଡିଶା ଉପରେ ବିଶେଷ ପ୍ରଭାବ ନ ପଡିବାର ସମ୍ଭାବନା ରହିଛି । ହେଲେ ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୃତି ସାମାନ୍ୟ ବଢିବ । ପାର୍ବଣ ଚାଲିଥିବାରୁ ଲଘୁଚାପ ଜନିତ ବର୍ଷା ଦଶହରାକୁ ଫିକା ପକାଇପାରେ ବୋଲି ଆଶଙ୍କା କରାଯାଉଛି । ଯଦିଓ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । କିନ୍ତୁ ନବମୀ ସନ୍ଧ୍ୟା ଏବଂ ଦଶମୀରେ ବର୍ଷା ହେବାର ଆଶଙ୍କା ରହିଛି । ଯାହାର ପ୍ରଭାବ ବିଶେଷକରି ଉପକୂଳ ଓଡ଼ିଶାରେ ପଡିବ । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami