ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା

Above Post Content

କୋଲକତା: ଆସନ୍ତା ମାସରେ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋମ୍ ଗସ୍ତରେ ଯାଇଥାନ୍ତେ । ଏଥିପାଇଁ ଦିଦିଙ୍କ ବ୍ୟାଗ୍ ପ୍ୟାକ୍ ବି ସରିଥିଲା । କିନ୍ତୁ ଠିକଣ ସମୟରେ କେନ୍ଦ୍ର କେଁ ପୁରାଇଲା । ଦିଦିଙ୍କ ବିଦେଶ ଗସ୍ତକୁ କେନ୍ଦ୍ର ଗ୍ରୀନ୍ ସିଗନାଲ ଦେବାକୁ ମନା କରିଦେଇଛି । ସୂଚନାଯୋଗ୍ୟ ଯେ, ମମତାଙ୍କୁ ବିଶ୍ୱ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଆସିଥିଲା । ରୋମ ଗସ୍ତ ପାଇଁ ଅନୁମତି ନମିଳିବା ପରେ ମମତା ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ମୋଦି ସରକାର ମୋତେ ଇର୍ଷ୍ୟା କରେ ତେଣୁ ଗସ୍ତକୁ ଅନୁମତି ମିଳିଲା ନାହିଁ ।

ମମତା ବାନାର୍ଜୀ କହିଛନ୍ତି ଯେ, ‘‘ ଆପଣ ମୋତେ ଅଟକାଇ ପାରିବେ ନାହିଁ । ମୁଁ ବିଦେଶ ଗସ୍ତରେ ଯିବାକୁ ଉତ୍ସୁକ ନାହିଁ । କିନ୍ତୁ ଏହା ଦେଶର ସମ୍ମାନ ସହିତ ଜଡିତ ପ୍ରଶ୍ନ । ଆପଣ(ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁଙ୍କ ସମ୍ପର୍କରେ କୁହନ୍ତି, ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା । ଆପଣ କ’ଣ ପାଇଁ ମୋତେ ଅନୁମତି ଦେଉ ନାହାନ୍ତି ? ଆପଣ ସମ୍ପୂର୍ଣ୍ଣ ଭାବେ ଇର୍ଷାଳୁ ।

After 2nd paragraph post ads
Middle post content

ତୃଣମୂଳ କଂଗ୍ରେସର ମୁଖପାତ୍ର ଦେବାଂଶୁ ଭଟ୍ଟଚାର୍ଯ୍ୟ ଟ୍ୱିଟ୍ କରିଛନ୍ତି ଯେ, ‘‘ କେନ୍ଦ୍ର ସରକାର ଦିଦିଙ୍କୁ ରୋମ ଯିବାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏହାପୂର୍ବରୁ କେନ୍ଦ୍ର ଚୀନ ଗସ୍ତକୁ ଅନୁମତିକୁ ରଦ୍ଦ କରିଦେଇଥିଲେ । ଆମେ ଅନ୍ତର୍ଜାତୀୟ ସମ୍ବନ୍ଧ ଓ ଭାରତର ହିତକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତିକୁ ସ୍ୱୀକାର କରିନେଇଥିଲୁ । କିନ୍ତୁ ଏବେ ଇଟାଲି କ’ଣ ପାଇଁ ମୋଦିଜୀ ? ପଶ୍ଚିମବଙ୍ଗ ସହିତ ଆପଣଙ୍କ ସମସ୍ୟା କ’ଣ ? ଛି ’’

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଗଷ୍ଟ ମାସରେ ମମତା ବାନାର୍ଜୀଙ୍କୁ ରୋମସ୍ଥିତ କ୍ୟାଥଲିକ ଆସୋସିଏସନ ସେଣ୍ଟ୍ ଏଗିଡିଓର ଅଧ୍ୟକ୍ଷ ମେକ୍ରୋ ଇମ୍ପାଗ୍ଲିୟଜୋ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମମତା ଏକମାତ୍ର ଭାରତୀୟ ଥିଲେ । ୬-୭ ଅକ୍ଟୋବର ମାସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୋପ୍ ଫ୍ରାନସିସ୍, ଜର୍ମାନୀ ଚାନସେଲର ଏଞ୍ଜେଲା ମାର୍କେଲଙ୍କ ସମେତ ଅଲ-ଅଝରର ବରିଷ୍ଠ ଇମାମ ଏଚଡି ଅହମ୍ମଦ ଅଲ ତୈୟବ ମଧ୍ୟ ଯୋଗ ଦେବେ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ, କ’ଣ ପାଇଁ କେନ୍ଦ୍ର ମମତା ବାନାର୍ଜୀଙ୍କ ରୋମ୍ ଗସ୍ତକୁ ବିରୋଧ କଲା ? ଉତ୍ତର ମଧ୍ୟ ଟିଏମସି ଦେଇଛି । ଟିଏମସିର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ବୈଦେଶିକ ବିଭାଗ ତରଫରୁ ମିଳିଥିବା ପତ୍ରରେ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଠିକ ହେବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami