ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

Above Post Content

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି ପାକିସ୍ତାନୀ ପ୍ରାଧନମନ୍ତ୍ରୀ ଇମ୍ରାନ ବାରମ୍ବାର କହି ଆସୁଛନ୍ତି । ତାଲିବାନକୁ କ୍ଷମତାକୁ ଫେରିବାରେ ସାହାଯ୍ୟ କରିଥିବା ପାକିସ୍ତାନ ଭାବିଥିଲା ଯେ ତାଲିବାନ ସେମାନଙ୍କ ପ୍ରତି ଚିରକୃତଜ୍ଞ ରହିବ ଓ ଇସଲାମାବାଦ ଇସାରାରେ ଉଠବସ ହେବ । କିନ୍ତୁ ଲାଗୁଛି ଇମ୍ରାନଙ୍କ ସେହି ଆଶାକୁ ଝଟକା ଲାଗିଛି । ତାଲିବାନକୁ କଣ୍ଢେଇ କରି ଆଫଗାନିସ୍ତାନ ଉପରେ ରାଜ କରିବାର ସ୍ୱପ୍ନକୁ ଲାଗିଛି ଜୋରଦାର ଆଘାତ । ଓଲଟା ତାଲିବାନ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ କଣ୍ଢେଇ ବୋଲି କହିଛି ।

ତାଲିବାନର ସୋସିଆଲ ମିଡିଆ ମୁଖ୍ୟ ଜେନରାଲ ମୁବିନ ଇମ୍ରାନଙ୍କୁ ଆଫଗାନିସ୍ତାନ ମାମଲାରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି । ମୁବିନ୍ ନିଜ ବୟାନରେ ଇମ୍ରାନଙ୍କୁ ଶଖି କଣ୍ଢେଇ ବୋଲି କହିବାକୁ ପଛାଇ ନାହାନ୍ତି ।

After 2nd paragraph post ads
Middle post content

ସୂଚନାଯୋଗ୍ୟ ଯେ, ଦିନକ ତଳେ ବିବିସିକୁ ଏକ ସାକ୍ଷାତକାର ଦେଇ ଇମ୍ରାନ ତାଲିବାନୀ ନେତାଙ୍କୁ ଆଫଗାନିସ୍ତାନରେ ସବୁ ପକ୍ଷର ପ୍ରତିନିଧିତ୍ୱରେ ସରକାର ଗଠନ ପାଇଁ ଉପଦେଶ ଦେଇଥିଲେ । ଇମ୍ରାନ କହିଥିଲେ ଯେ, ସରକାରରେ ଯଦି ସବୁ ପକ୍ଷ ସାମିଲ ନହୁଅନ୍ତି ତେବେ ଦେଶରେ ଗୃହଯୁଦ୍ଧ ପରିସ୍ଥିତ ସୃଷ୍ଟି ହେବ । ଏମିତିରେ ଦେଶ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଯିବ ।

ଇମ୍ରାନଙ୍କ ଏହି ବକ୍ତବ୍ୟ ତାଲିବାନକୁ ଚିଡାଇ ଦେଇଛି । ଜେନରାଲ ମୁବିନ କହିଛନ୍ତି ଯେ, ଆମ ଦେଶ ମାମଲାରେ ହସ୍ତକ୍ଷେପ କରିବାର ଅଧିକାର ଇମ୍ରାନଙ୍କର ନାହିଁ । ଯଦି ସେ ଏମିତି କରନ୍ତି ତେବେ ଆମକୁ ମଧ୍ୟ ତାଙ୍କ ଦେଶ ମାମଲାରେ ମୁଣ୍ଡ ଖେଳାଇବାର ହକ୍ ମିଳିଯିବ । କେବଳ ଏତିକି ନୁହେଁ ମୁବିନ୍ ମଧ୍ୟ ଇମ୍ରାନଙ୍କ ପ୍ରଧାନମନ୍ତ୍ରିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛନ୍ତି । ସେ ପଚାରିଛନ୍ତି ଯେ, ଇମ୍ରାନ ନିଜେ ମଧ୍ୟ ନିର୍ବାଚିତ ପ୍ରଧାନମନ୍ତ୍ରୀ ନୁହନ୍ତି

ଆମ ଦେଶ ମାମଲାରେ ମୁଣ୍ଡ ଖେଳାଇଲେ ଆମେ ତୁମ ମାମଲାରେ ହସ୍ତକ୍ଷେପ କରିବୁ ବୋଲି ମୁବିନଙ୍କ ଧମକ ପାକିସ୍ତାନୀ ତାଲିବାନକୁ ସମର୍ଥନ ଆଡକୁ ଇଶାରା ଭାବେ ନିଆଯାଉଛି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ତେହରିକ୍ ଏ ତାଲିବାନ ପାକିସ୍ତାନର ମୁଖ୍ୟକୁ କାବୁଲ ଜେଲରୁ ମୁକ୍ତ କରିଦିଆଯାଇଥିଲା । ପାକିସ୍ତାନୀ ତାଲିବାନ ପାକ୍ ସେନା ପାଇଁ ବଡ଼ ବିପଦ । ଏହି ସଂଗଠନ ପାକିସ୍ତାନରେ ଆଫଗାନିସ୍ତାନ ଢାଂଚାରେ ଇସଲାମିକ୍ ଶାସନ ଚାହୁଁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami