ଜାପାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହୁଛି ଆତ୍ମା !

Above Post Content

ଜାପାନର ଟୋକିଓ ସ୍ଥିତ ପ୍ରଧାନମନ୍ତ୍ରୀ ଆବାସ ଅନେକ ଦିନ ଧରି ଖାଲି ପଡିଛି । ଯଦିଓ ଏହି ବାସଭବନର ରକ୍ଷଣାବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୨୦୧୨ ପରଠାରୁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଆଧିକାରିକ ବାସଭବନ ରହସ୍ୟମୟ କାରଣ ପାଇଁ ଖାଲି ପଡ଼ିଛି । ୨୦୧୨ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ସେଠାରେ ରହିବାକୁ ମନା କରିଦେଇଥିଲେ । ସେହିଦିନଠାରୁ ଏହି ବାସଭବନ ଖାଲି ପଡ଼ିଛି । କୁହାଯାଉଛି ଯେ, ଏହି ଘର ଉପରେ ଅଦୃଷ୍ୟ ଦୁନିଆର କବଜା ରହିଛି ।

ଜାପାନୀ ପ୍ରଧାନମନ୍ତ୍ରୀ ସରକାରୀ ବାସଭବନକୁ ଯାଉ ନାହାନ୍ତି

After 2nd paragraph post ads

ସରକାର ଗଠନ ପରେ ନିୟମ ଅନୁସାରେ ଜଣେ ପ୍ରଧାନମନ୍ତ୍ରୀଙ୍କ ଠିକଣା ସରକାରୀ ଆବାସ ହୁଏ । କିନ୍ତୁ ଗତ ୧୦ ବର୍ଷ ଧରି ଜାପାନର କୌଣସି ପ୍ରଧାନମନ୍ତ୍ରୀ ଏହି ଘରକୁ ନିଜ ଠିକଣା କରି ନାହାନ୍ତି । ସେମାନେ ନିଜ ପୁରୁଣା ଘରେ ରହିବାକୁ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଜାପାନୀ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ସୋରି କୋଟଇ ନାମରେ ପରିଚିତ । କିନ୍ତୁ ଗଲା ୧୦ ବର୍ଷ ଧରି କୌଣସି ପ୍ରଧାନମନ୍ତ୍ରୀ ସୋରି କୋଟଇରେ ରହି ନାହାନ୍ତି । ସୋରି କୋଟଇ ବାବଦରେ କୁହାଯାଏ ଯେ, ତାହା ଅଭିଷପ୍ତ । ସେଠାରେ ରହୁଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ରହିଥାଏ । ଏହି କାରଣରୁ ସିଞ୍ଜୋ ଆବେ ସୋରି କୋଟଇ ଛାଡି ଦେଇଥିଲେ ବୋଲି ଅନୁମାନ ।

ସୋରି କୋଟଇ ରହୁଛନ୍ତି ଭୂତ

୧୦ ବର୍ଷ ଧରି ସୋରି କୋଟଇ ଖାଲି ପଡିଥିବାରୁ ଏହି ଗୁଜବକୁ ହାୱା ମିଳୁଛି ଯେ, ସେଠାରେ ଭୂତଙ୍କ ରାଜୁତି ଚାଲିଛି । ସୋରି କୋଟଇର ଭୂତ ସେହି ଘରେ ରହୁଥିବା ଲୋକଙ୍କର କ୍ଷତି କରିଥାନ୍ତି । ତେବେ ଏହି ଗୁଜବ ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ କୁହାଯାଇଥିଲା ଯେ, ଆମ ପାଖରେ ଭୂତଙ୍କ ରହିବା ନେଇ କୌଣସି ତଥ୍ୟ ନାହିଁ । ବୟାନ ତ’ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଆସିଲା କିନ୍ତୁ ପ୍ରଧାନମନ୍ତ୍ରୀ ସେଠାକୁ ରହିବାକୁ ଯାଇ ନଥିଲେ ।

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଘରେ ରହୁଛନ୍ତି

ୟୋଶିହିଦେ ବର୍ତ୍ତମାନ ଜାପାନର ପ୍ରଧାନମନ୍ତ୍ରୀ । କିନ୍ତୁ ସେ ମଧ୍ୟ ପିଏମ୍ ହାଉସରେ ରହିବା ପରିବର୍ତ୍ତେ ନିଜ ପୁରୁଣା ଘରେ ରହିବାକୁ ପସନ୍ଦ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ୬ ମାସ ତଳେ ସେ ଶପଥ ନେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ପିଏମ୍ ବାସଭବନକୁ ସିଫ୍ଟ ହୋଇ ନାହାନ୍ତି । ୟୋଶିହୋକ ନୋଡା ଜାପାନାର ଶେଷ ପ୍ରଧାନମନ୍ତ୍ରୀ ଥିଲେ ଯିଏ ସୋରି କୋଟଇରେ ରହିଥିଲେ । ନୋଡା ୨୦୧୧-୧୨ କାଳରେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ନୋଡା ଏବେ ଦାବି କରୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଧିକାରିକ ବାସଭବନକୁ ସିଫ୍ଟ ହୁଅନ୍ତୁ । ନୋଡା ଏବେ ବିରୋଧୀ ଦଳ ନେତା ଅଛନ୍ତି ।

ଭୂତଘରକୁ ଯିବାକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୋଧି ଦଳର ଚାପ

Middle post content

ନୋଡା ଏବେ ବିରୋଧୀ ଦଳର ନେତା । ସେ ଚାହାନ୍ତି ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରେ ରୁହନ୍ତୁ । ନିକଟରେ ହୋଇଥିବା ଭୂମିକମ୍ପର ଉଦାହରଣ ଦେଇ ସେ କହିଛନ୍ତି ଯେ, ଭୂମିକମ୍ପ ପରେ ପରେ ହୋଇଥିବା ହାଇଲେଭଲ ମିଟିଂରେ ପହଂଚିବାକୁ ପ୍ରଧାନମନ୍ତ୍ରୀଙ୍କୁ ୨୦ ମିନିଟ୍ ସମୟ ଲାଗିଥିଲା । କିନ୍ତୁ ଯଦି ପ୍ରଧାନମନ୍ତ୍ରୀ ସୋରି କୋଟଇରେ ରହୁଥାନ୍ତେ ତେବେ ସେ ଶୀଘ୍ର ମିଟିଂରେ ପହଂଚି ପାରିଥାନ୍ତେ ।

ରକ୍ଷଣାବେକ୍ଷଣରେ ବାର୍ଷିକ ଖର୍ଚ୍ଚ ୧୦ କୋଟି

ପିଏମ୍ ହାଉସ ଖାଲି ପଡିଛି କିନ୍ତୁ ଏହାର ଦେଖାଶୁଣା ପାଇଁ ବାର୍ଷିକ ଖର୍ଚ୍ଚ ହେଉଛି ୧୦ କୋଟି ଟଙ୍କା । ଘରର ସଫେଇ ଓ ବଗିଚା ପାଇଁ ଏହି ଟଙ୍କା ଖର୍ଚ୍ଚ ହେଉଛି । ଏହି ବାସଭବନ ପାଇଁ ମଧ୍ୟ ଅଲଗା ଷ୍ଟାଫ୍ ରହିଛନ୍ତି । ଏମିତିରେ ବିରୋଧୀଙ୍କ ଅଭିଯୋଗ ହେଲା,ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଘର ଖାଲି ପଡିଥିବା ବେଳେ ଏତେ ଟଙ୍କା ଖର୍ଚ୍ଚ ହେବା ଠିକ୍ ନୁହେଁ ।

କ’ଣ ପାଇଁ ଖାଲି ପଡିଛି ସୋରି କୋଟଇ ?

ଖବର କାଗଜ ଇଣ୍ଡିପେଣ୍ଡେଟ୍ ଅନୁସାରେ ୨୦୦୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମି ପ୍ରଧାନମନ୍ତ୍ରୀ ବାସଭବନରେ ଝଡାଫୁଙ୍କା କରିଥିଲେ । ଅତୃପ୍ତ ଆତ୍ମାକୁ ଶାନ୍ତ କରିବା ପାଇଁ ଏହି ପୂଜାର ଆୟୋଜନ ହୋଇଥିଲେ । କିନ୍ତୁ ଲାଗୁଛି ଅତୃପ୍ତ ଆତ୍ମାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ ।

ସୋରି କୋଟଇର ରକ୍ତାକ୍ତ ଇତିହାସ

ଜାପାନୀ ପ୍ରଧାନମନ୍ତ୍ରୀ ମାନଙ୍କ ଏଭଳି ଊୟ ପଛରେ ଅଛି ସୋରି କୋଟଇର ରକ୍ତାକ୍ତ ଇତିହାସ । ୧୯୩୨ ମସିହାର ସାମରିକ ବିଦ୍ରୋହ କାଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶୁୟୋସି ଇନୁକାଇଙ୍କୁ କିଛି ନୌସେନା ଅଧିକାରୀ ହତ୍ୟା କରିଥିଲେ । ଏହାର ୪ ବର୍ଷ ପରେ ଆଉ ଜଣେ ପ୍ରଧାନମନ୍ତ୍ରୀ କେଇସୁକେ ଓକାଡାଙ୍କୁ ତାଙ୍କ ଭିଣୋଇଙ୍କ ସହିତ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୪ ଜଣ ପ୍ରାଣ ହରାଇଥିଲେ । ସେବେଠାରୁ ଏହି ଘର ଅତୃପ୍ତ ଆତ୍ମାଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଉଛି । ଆଉ ଗୋଟିଏ କାରଣ ହେଉଛି ଯେ, ଜାପାନୀମାନେ ସାଧାରଣତଃ ଛୋଟ ଘରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ସୋରି କୋଟଇ ୨୫ ହଜାର ବର୍ଗଫୁଟରେ ବିସ୍ତୃତ ଏକ ବିରାଟ ମହଲ । ତେଣୁ କୌଣସି ଜାପାନୀ ପ୍ରଧାନମନ୍ତ୍ରୀ ଏତେ ବଡ ଘରେ ରହିବାକୁ ଚାହୁଁନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami