ଭୋକିଲାଙ୍କୁ ଖାଦ୍ୟ ବାଂଟୁଛନ୍ତି ସୋନାଲି

Above Post Content

କରୋନା ପାଇଁ ଚାଲିଛି ଲକ୍‌ଡାଉନ୍ସପ୍ତାହନ୍ତ ସଟ୍‌ଡାଉନ୍ ସମୟରେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି । ପରିବାର ମଧ୍ୟରେ କେହି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାଙ୍କ ପାଖକୁ ନିଜ ଲୋକମାନେ ମଧ୍ୟ ଯାଉନାହାନ୍ତି । ଏଭଳି ସ୍ଥିତିରେ ରାଜଧାନୀରେ ବେସାହାରାଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ସୋନାଲି ପ୍ରିୟଦର୍ଶିନୀ । ସୋନାଲି ଭୁବନେଶ୍ୱରର ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଛନ୍ତି । ନିଜ କର୍ମମୟ ଜୀବନରୁ ସମୟ ବାହାର କରି ନିଜେ ରୋଷେଇ କରି ରାଜଧାନୀର ଗଳିକନ୍ଦିରେ ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ଭୋକିଲା ଗରିବଙ୍କୁ ମାଗଣା ଖାଦ୍ୟ ବାଂଟୁଛନ୍ତି

Middle post content

କରୋନା କାଳରେ ହଜାର ହଜାର ଶ୍ରମିକ ଜୀବିକା ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଘରେ ଚୁଲି ଜଳୁନି । ଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଏପରିସ୍ଥଳେ ସୋନାଲିଙ୍କ ଏଭଳି ମହାନତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ମଂଚେଶ୍ୱର ଚକେଇସିହାଣି ଅଂଚଳରେ ରହୁଥିବା ସୋନାଲି ନିଜେ ବଜାରରୁ ସଉଦା ଆଣି ରୋଷେଇ ଏବଂ ପ୍ୟାକିଂ କରିଥାନ୍ତି । ଦିନ ୧୨ଟାରୁ ଘରୁ ଖାଦ୍ୟ ପୁଡ଼ିଆ ଧରି ବାହାରି ପଡନ୍ତି ସୋନାଲି । ମଂଚେଶ୍ୱରରୁ ଖାଦ୍ୟ ବାଂଟିବା ଆରମ୍ଭ କରି ବାଣୀବିହାର, ସହିଦନଗର, ମାଷ୍ଟରକ୍ୟାଂଟିନ, ରାଜମହଲ, କ୍ୟାପିଟାଲ ହସ୍ପିଟାଲ, ଖଣ୍ଡଗିରି, ପୋଖରୀପୁଟ୍‌, ବରମୁଣ୍ଡା, ସିଆର୍‌ପି, ଜୟଦେବ ବିହାର, ପଟିଆ ଆଦି ସ୍ଥାନରେ ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକଙ୍କୁ ସେ ଭାତ, ଡାଲମା, ଅଣ୍ଡା ତରକାରି, ସାଲାଡ୍ ଆଦି ଦେଇଥାନ୍ତି । ଅନେକ ସମୟରେ ଖାଦ୍ୟ ପାଇଁ ପିଲାଙ୍କଠାରୁ ବୟସ୍କ ଯାଏ ସୋନାଲିଙ୍କ ଆସିବା ବାଟକୁ ଅପେକ୍ଷା କରିଥାନ୍ତି ।  ଏ ବିଷୟରେ ସୋନାଲି କହନ୍ତି ଯେ, ୬ରୁ୭ ବର୍ଷ ହେବ ସମାଜ ସେବାରେ ଜଡ଼ିତ ରହି ଲୋକମାନଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିଛି । କୋଭିଡ୍ ସମୟରେ ସେମାନଙ୍କୁ ମୁଁ ମୋ ସକ୍ଷମ ଅନୁସାରେ ସାହାଯ୍ୟ  କରିବାକୁ ଚେଷ୍ଟା କରୁଛି । ଏଥିରେ ମୋର ଜଣେ ସହଯୋଗୀ ସମୀକ୍ଷା ଦୀକ୍ଷିତ ଆର୍ଥିକ ସହାୟତା ଦେଉଥିବାବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମୋ ସାନ ଭଉଣୀ ମୋତେ ଖାଦ୍ୟ ବିତରଣ କରିବାରେ ସାହାଯ୍ୟ କରିଛି ବୋଲି କହନ୍ତି ସୋନାଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami