ଏୟାର ଇଣ୍ଡିଆ ୱାନ୍ କ’ଣ ? ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନେଇ ଯାଉଥିବା ବିମାନକୁ କାହିଁକି କୁହାଯାଏ ଉଡନ୍ତା ଦୁର୍ଗ ?

Above Post Content

ଆମେରିକା ରାଷ୍ଟ୍ରପତି ଏୟାରଫୋର୍ସ ୱାନରେ ଯାତ୍ରା କରନ୍ତି । ଏୟାରଫୋର୍ସ ୱାନ୍ ହେଉଛି ଆମେରିକା ଶକ୍ତି ଓ ସାମର୍ଥ୍ୟର ପ୍ରତୀକ । ଏୟାରଫୋର୍ସ ୱାନରେ ଏଭଳି ସିଷ୍ଟମ ସବୁ ଅଛି ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥାଏ । ୨୦୦୧ରେ ଯେତେବେଳେ ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା , ସେତେବେଳ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ୍ ବୁଶ ଗୋଟିଏ ସ୍କୁଲରେ ଛୋଟ ପିଲାଙ୍କ ସହିତ କଥା ହେଉଥିଲେ । କିନ୍ତୁ ଯେମିତି ଆକ୍ରମଣ ଖବର ପହଂଚିଲା ସେମିତି ରାଷ୍ଟ୍ରପତିଙ୍କୁ ତୁରନ୍ତ ସୁରକ୍ଷାକର୍ମୀ ଏୟାରଫୋର୍ସ ୱାନରେ ବସାଇ ଆକାଶକୁ ନେଇ ଯାଇଥିଲେ । ଆକ୍ରମଣ ଆଶଙ୍କ ଦୁର ହେବା ପରେ ହିଁ ଏୟାରଫୋର୍ସ ୱାନ୍ ଲ୍ୟାଣ୍ଡ୍ କରିଥିଲାଏହିଥିରୁ ଜଣା ପଡେ ଏୟାରଫୋର୍ସ ୱାନର ସୁରକ୍ଷା ସିଷ୍ଟମକୁ ନେଇ ସୁରକ୍ଷା ଏଜେନ୍ସି କେତେ ନିଶ୍ଚିତ ଥିଲେ ।

ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ପାଇଁ ବିଶେଷ ବିମାନ ରହିଛି । ଯାହାକୁ ଏୟାର ଇଣ୍ଡିଆ ୱାନ୍ କୁହାଯାଏ । କଷ୍ଟମ ମେଡ୍ ଏହି ବୋଇଂ ବି୭୭୭ ଭିଭିଆଇପି ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାତ୍ରା କରିଛନ୍ତି । ଗତବର୍ଷ ଏହି ବିମାନ ରିଟାୟର୍ଡ କରିଥିବା ବୋଇଂ ୭୪୭ର ସ୍ଥାନ ନେଇଥିଲା । ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ ମାର୍କିନ୍ ରାଷ୍ଟ୍ରପତି ଜୋ’ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ । ଏହା ସହିତ ସେ ଆମେରିକା ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିଗେ ସୁଗାଙ୍କୁ ମଧ୍ୟ ସାକ୍ଷାତ କରିବେ ।

After 2nd paragraph post ads

ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରାର ଗୋଟିଏ ଫଟୋ ଏବେ ଭାଇରାଲ ହେବାକୁ ଲାଗିଥିବା ବେଳେ ଏୟାର ଇଣ୍ଡିଆ ୱାନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା ଏହି ବିମାନ କେମିତି ବାକି ବିମାନଙ୍କଠାରୁ ଆଲଗା ।

ସୁରକ୍ଷା ବ୍ୟବସ୍ଥା

ଏହି ବିମାନରେ ଅତ୍ୟାଧୁନିକ ଇଲେକଟ୍ରୋନିକ୍ ୱାରଫାୟାର ସିଷ୍ଟମ ରହିଛି । ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହେଲେ ଏହା ନିଜକୁ ରକ୍ଷା କରିବା ପାଇଁ ସକ୍ଷମ ଅଟେ ।

ଏହା ହେଉଛି ପ୍ରଥମ ଭାରତୀୟ ବିମାନ ଯାହାର ନିଜସ୍ୱ ସେଲ୍ପ ପ୍ରୋଟେକ୍ସନ ସୁଟ୍ (ଏସପିଏସ) ରହିଛିଯାହାକି ଶତ୍ରୁ ରାଡାରକୁ ଜାମ୍ କରିବା ସହିତ ଆସୁଥିବା କ୍ଷେପଣାସ୍ତ୍ରକୁ ପଥଭ୍ରଷ୍ଟ କରିଥାଏ ।

Middle post content

ଯୋଗାଯୋଗ ବ୍ୟବସ୍ଥା

ଏଥିରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ଆକାଶରୁ ମଧ୍ୟ ଅବିରତ ଭାବେ ଭିଡିଓ ଓ ଅଡିଓ ଦ୍ୱାରା ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ସହିତ ସମ୍ପର୍କରେ ରହି ପାରିବେ । ଏହି କମ୍ୟୁନିକେଶନ୍ ସିଷ୍ଟମକୁ ହ୍ୟାକ୍ କରି ହେବ ନାହିଁ ।

ବିମାନରେ ମେଡିକାଲ ସେଣ୍ଟର

ଏହି ବିମାନ ମଧ୍ୟରେ କନଫରେନ୍ସ ସେଣ୍ଟର ସହିତ ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ମେଡିକାଲ ସେଣ୍ଟର ମଧ୍ୟ ରହିଛି ।

ଥରକରେ ଏତିକି ଘଣ୍ଟା ଉଡ଼େ

ଏୟାର ଇଣ୍ଡିଆ ୱାନ୍ ରାସ୍ତାରେ ନଅଟକି ସିଧା ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରିପାରେ । ଏହି ବିମାନରେ ଥରେ ଇନ୍ଧନ ଭର୍ତ୍ତି କଲେ ଏହା ଏକାଦିକ୍ରମେ ୧୭ ଘଣ୍ଟା ଉଡ଼ିପାରେ । ଏୟାର ଇଣ୍ଡିଆ ୱାନକୁ ଭାରତୀୟ ବାୟୁସେନାର ବିଶେଷ ତାଲିମପ୍ରାପ୍ତ ପାଇଲଟ୍ ଚଳାଇ ଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami