ମୋଗଲ ‘ହାରମ’ ରାଣୀ ମାନଙ୍କ ଦରମା କେତେ ଥିଲା ?

Above Post Content

ଭାରତରେ ମୋଗଲ ସାମ୍ରାଜ୍ୟର ମୁଳଦୁଅ ପକାଇଥିଲା ବାବର । ଉଜବେକିସ୍ତାନରୁ ଆସିଥିବା ବାବର ଭାରତରେ କେବଳ ପ୍ରଥମ ଥର ପାଇଁ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିନଥିଲା, ସେ ମଧ୍ୟ ତା’ ହାରମରେ ରହୁଥିବା ବେଗମ ମାନଙ୍କ ପାଇଁ ଦରମା ନିର୍ଦ୍ଧାରିତ କରିଥିଲା । ଏହି ନିୟମ ଅନୁୁସାରେ ମୋଗଲ ବାଦଶାହାଙ୍କ ହାରମରେ ରହୁଥିବା ରାଣୀ ଓ ରାଜକୁମାରୀଙ୍କୁ ମାସିକ ବେତନ ମିଳୁଥିଲା । ଭାରତୀୟ ଇତିହାସ ଅନୁସଂଧାନ ପରିଷଦର ପତ୍ରିକା ‘ଇତିହାସ’ରେ ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶିତ ହୋଇଛି । ରିପୋର୍ଟରେ କାହାକୁ କେତେ ଦରମା ମିଳୁଥିଲା ଓ କେମିତି ଜାହନରାଙ୍କ ଦରମା ମୋଗଲ ରେକର୍ଡ ଭାଙ୍ଗିଥିଲା ସେ ବିଶୟରେ ଉଲ୍ଲେଖ ଅଛି ।

ବାବର ଅମଳରୁ ଦରମା ବ୍ୟବସ୍ଥା ଆରମ୍ଭ

After 2nd paragraph post ads

ବାବର ଅମଳରେ ଦରମା ପ୍ରଥା ଆରମ୍ଭ ହୋଇଥିଲାପରାସ୍ତ ସୁଲତାନ ଇବ୍ରାହିମ ଲୋଦିଙ୍କ ମା’ଙ୍କୁ ଦରମା ଦେବାରୁ ଏହି ନିୟମ ଲାଗୁ ହୋଇଥଇଲା । ଇବ୍ରାହିମ ଲୋଦିକୁ ହରାଇ ବାବର ଦିଲ୍ଲୀ ଗାଦି ଅଧିକାର କରିଥିଲା । ପରାଜିତ ସୁଲତାନଙ୍କ ମା’କୁ ବାବର ଆଦେଶରେ ଗୋଟିଏ ପ୍ରଗଣା ଜାଗିର ଭାବେ ଆବଣ୍ଟିତ କରାଯାଇଥିଲା । ଏହି ଜାଗିରର ବାର୍ଷିକ ଆୟ ଥିଲା ୭ ଲକ୍ଷ ଟଙ୍କାରୁ ଅଧିକଏହାପରେ ସବୁ ମୋଗଲ ବାଦଶା ନିଜ ରାଣୀ ଓ ଝିଅ ତଥା ଉପପତ୍ନୀ ମାନଙ୍କୁ ଦରମା ଦେବା ଆରମ୍ଭ କରିଥିଲେ । ଶାହଜାହାନର ଝିଅ ଓ ଔରଙ୍ଗଜେବର ଭଉଣୀ ଜାହନରାଙ୍କ ଦରମା ସର୍ବାଧିକ ଥିଲାଦରମା ଛଡା ସେ ମା’ ମୁମତାଜ ମହଲଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଅଧା ପାଇଥିଲେ । ଯାହାର ମୂଲ୍ୟ ସେତେବେଳେ ୫୦ଲକ୍ଷରୁ ଅଧିକ ଥିଲା

Middle post content

ଜାହନ୍ନରାଙ୍କୁ ମିଳୁଥିଲା କେତେ ଦରମା ?

ଆରମ୍ଭରେ ଜାହନ୍ନରାଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କା ଦରମା ଭାବେ ମିଳୁଥିଲା । ପରେ ତାଙ୍କ ଦରମାରେ ୪ ଲକ୍ଷ ଟଙ୍କା ବୃଦ୍ଧି ହୋଇଥିଲା । ସମୟ ବିତିବା ସହିତ ଜାହନ୍ନରା ଭାଇ ତଥା ବାଦଶାହା ଔରଙ୍ଗଜେବଙ୍କ ନିକଟତର ହୋଇଥିଲେ । ୧୬୬୬ ମସିହାରେ ଔରଙ୍ଗଜେବ ଜାହନ୍ନରାଙ୍କ ବେତନରେ ଆଉ ୫ ଲକ୍ଷ ଟଙ୍କା ବୃଦ୍ଧି କରାଇଥିଲା । ଏହି ଦରମା ବୃଦ୍ଧି ସହିତ ଜାହନ୍ନରାଙ୍କ ଦରମା ବାର୍ଷିକ ୧୬ ଲକ୍ଷ ଟଙ୍କା ହୋଇଥିଲା । ଏହାସହିତ ଜାହନ୍ନରା ପାନିପଥ ନିକଟରେ ଥିବା ଏକ ଜାଗିରରୁ ବାର୍ଷିକ ଏକ କୋଟି ଟଙ୍କା ପାଉଥିଲେ । ଏହା ସହିତ ସୁରଟ ବନ୍ଦର ରାଜସ୍ୱରୁ ତାଙ୍କୁ ବାର୍ଷିକ ୩୦ ଲକ୍ଷ ଟଙ୍କା ମିଳୁଥିଲା । ଆଜିର ସମୟରେ ଜାହାନ୍ନରାଙ୍କ ବାର୍ଷିକ ଆୟ ଦେଢ ଶହ କୋଟି ଟଙ୍କାରୁ ଅଧିକ ଥିଲା ।

ନିଜ ଝିଅକୁ କେତେ ଦରମା ଦେଉଥିଲା ଔରଙ୍ଗଜେବ ?

ଔରଙ୍ଗଜେବ ଭଉଣୀ ଜାହନ୍ନରାଙ୍କୁ ଅଧିକ ଦରମା ଦେଉଥିଲା । କିନ୍ତୁ ଝିଅ ଜୈବନ୍ନୁସାଙ୍କୁ ଜାହନ୍ନରା ତୁଳନାରେ କମ ଦରମା ମିଳୁଥିଲା । ଜୈବୁନିସାଙ୍କୁ ବାର୍ଷିକ ୪ ଲକ୍ଷ ଟଙ୍କା ଦରମା ମିଳୁଥିଲା । ପରବର୍ତ୍ତି କାଳରେ ବାପ-ଝିଅଙ୍କ ମଧ୍ୟରେ ଝଗଡା ଯୋଗୁ ଏହି ଦରମା ବନ୍ଦ କରାଯାଇଥିଲା । ଜାହନ୍ନରା କ୍ଷମତାଯୁଦ୍ଧରେ ଦାରା ଶିକୋଙ୍କୁ ସମର୍ଥନ କରୁଥିଲେ କିନ୍ତୁ ଦାରାଙ୍କ ପରାଜୟ ପରେ ସେ ଔରଙ୍ଗଜେବଙ୍କ ଖାସ ବନିଯାଇଥିଲେ । ଜାହନ୍ନରା ଦରମା ଅଧିକ ପାଉଥିଲେ ସତ କିନ୍ତୁ ଖର୍ଚ୍ଚି ମଧ୍ୟ ଅଧିକ ଥିଲେ । ସେ ଦାରାଙ୍କ ବାହାଘରରେ ସେତେବେଳେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami