ପ୍ରଚାର ବେଳେ ହକି ଷ୍ଟାଡିୟମ୍ ନିର୍ମାଣ ବିଷୟରେ କହିଲେ ଦିଲ୍ଲୀପ ତିର୍କୀ

Above Post Content

ସୁନ୍ଦରଗଡ଼: ପ୍ରଚାର ବେଳେ ହକି ଷ୍ଟାଡିୟମ୍ ନିର୍ମାଣର କାହାଣୀ ବଖାଣିଲେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ଭୁବନେଶ୍ୱର ହେଉ କି ରାଉରକେଲାରେ ହକି ଷ୍ଟାଡ଼ିୟମର କିପରି ମୂଳଦୁଆ ପଡ଼ିଥିଲା ସେବିଷୟରେ କହିଛନ୍ତି ଦିଲ୍ଲୀପ । ଏକ ନିର୍ବାଚନୀ ସଭାରେ ଆଦିବାସୀ ସାଦରୀ ଭାଷାରେ ଭାଷଣ ଦେଲା ବେଳେ ଦିଲ୍ଲୀପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଏକ ହକି ଷ୍ଟାଡିୟମ୍ ପାଇଁ କହିଥିଲି । ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସହିତ ରାଉରକେଲା ଠାରେ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ଏବଂ ସୁନ୍ଦରଗଡ଼ ଜିଲ୍ଲା ରେ ୧୭ ଟି ବ୍ଲକରେ ୧୭ ଟି ଆଷ୍ଟ୍ର ଟଫ୍‌ର କରିକି ଦେଖାଇଲେ ବୋଲି କହିଛନ୍ତି ବିଜେଡ଼ି ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ।

Middle post content

ଷ୍ଟାଡିୟମ୍ ପାଇଁ କହିଥିଲି, ହେଲେ ମୁଖ୍ୟମନ୍ତ୍ରୀ ବିଶ୍ୱ ସ୍ତରୀୟ ଷ୍ଟାଡିୟମ୍ କରିଦେଲେ

After 2nd paragraph post ads

ନିର୍ବାଚନୀ ସଭାରେ ଦିଲ୍ଲୀପ ଆହୁରି କହିଛନ୍ତି ଯେ, ୨୦୦୩ ମସିହାର କଥା । ଯେତେବେଳେ ସେ ଭାରତୀୟ ହକି ଦଳର କ୍ୟାପଟେନ ଥିଲେ । ଭୁବନେଶ୍ୱରରେ ଆୟୋଜିତ ଏକ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଯୋଗ ଦେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଏକ ହକି ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣୁ ଶୁଣୁ ତୁରନ୍ତ କହିଲେ ଖଣ୍ଡେ ଲେଖିକି ଦିଅ । ଲେଖିକି ଦେଲା ପରେ କ୍ରୀଡା ବିଭାଗର ଏକ ଟିମ୍ ଗଠନ ହେଲା । ତା ପରେ ପ୍ରତିଷ୍ଠା ହେଲା କଳିଙ୍ଗ ହକି ଷ୍ଟାଡିୟମ୍ । ମୁଁ କେବଳ ଷ୍ଟାଡିୟମ୍ ପାଇଁ କହିଥିଲି, ହେଲେ ମୁଖ୍ୟମନ୍ତ୍ରୀ ବିଶ୍ୱ ସ୍ତରୀୟ ଷ୍ଟାଡିୟମ୍ କରିକି ଦେଲେ, ଯେଉଁଠି ଆଜି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଉଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଙ୍କ ହକି ପ୍ରତି ଭଲ ପାଇବା ଏଥିରୁ ପ୍ରମାଣିତ ହୁଏ ଯେ ରାଉରକେଲାଠାରେ ବିଶ୍ୱ ର ସବୁଠାରୁ ବଡ ହକି ଷ୍ଟାଡିୟମ୍ । ୧୭ ଟି ବ୍ଲକ ରେ ୧୭ ଟି ଆଷ୍ଟ୍ର ଟଫର ନିର୍ମାଣ କରିଛନ୍ତି । ଆଜି ହକି ପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ୱ ଦରବାର ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି , ତାହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଦୂର ଦୃଷ୍ଟି ଯୋଗୁଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami