![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି । ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି । ଏନେଇ ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଉ ଡ଼ିଗ୍ରୀ ହାସଲ କରିବା ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ରାମଚରଣଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ସ୍ୱାମୀଙ୍କ ପାଇଁ ଗର୍ବିତ ବୋଲି କହିଲେ ସ୍ତ୍ରୀ ଉପାସନା
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ଗୋଟିଏ ପଟେ ରାମ ଚରଣଙ୍କ ଫିଲ୍ମ ଗେମଚେଞ୍ଜର ଚର୍ଚ୍ଚାରେ ଥିବାବେଳେ ଫ୍ୟାନ୍ସଙ୍କୁ ସେ ଆଉ ଏକ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି । ଉପସାନା ପୋଷ୍ଟ କରି ସେ ସ୍ୱାମୀଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ରାମଚରଣ ତେଲଗୁ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ତାଙ୍କର ନିଖୁଣ ଭୂମିକାକୁ ଲୋକେ ଖୁବ୍ ପସନ୍ଦ ବି କରନ୍ତି ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)