ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ?

Above Post Content

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି ଏସ ୟଦିୟୁରେପ୍ପା ସୋମବାର ଇସ୍ତଫା ଦେଇଛନ୍ତି । ଗତ ଦୁଇ ଦଶକ ଧରି ସେ କେବଳ କର୍ଣ୍ଣାଟକ ନୁହେଁ ପୁରା ଦକ୍ଷୀଣ ଭାରତରେ ଥିଲେ ବିଜେପିର ଚେହେରା । ରାଜ୍ୟ ରାଜନୀତି ଉପରେ ତାଙ୍କର କର୍ତ୍ତୁତ୍ୱ ଢେର ଥିଲା । ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାର ଅଛି । ଏମିତିରେ ତାଙ୍କୁ ହଟାଇବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହାକୁ ବିଜେପି ମଧ୍ୟ ଜାଣିଛି । ତେବେ ପ୍ରଶ୍ନ ହେଉଛି ବିଜେପି ଏଭଳି ନିଷ୍ପତ୍ତି କାହିଁକି ନେଇଛି ? ଏହାକୁ ନିକଟରେ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ବିସ୍ତାର ସହିତ ଯୋଡି ଦେଖାଯାଉଛି । କେନ୍ଦ୍ର ମନ୍ତ୍ରି ମଣ୍ଡଳ ବିସ୍ତାରରେ ରବି ଶଙ୍କର ପ୍ରସାଦ, ରମେଶ ପୋଖରିୟାଲ ନିଶଙ୍କ ଓ ପ୍ରକାଶ ଜାବେଡକରଙ୍କ ପତ୍ତା କଟିବାକୁ ୟଦିୟୁରେପ୍ପାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଯିବା ସହିତ ଯୋଡା ଯାଉଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏହା ହେଉଛି ଅଟଳ-ଆଡଭାନୀ ଯୁଗର ପ୍ରକୃତ ଅର୍ଥରେ ଅନ୍ତର ଆରମ୍ଭ ।

ୟେଦିୟୁରପ୍ପାଙ୍କୁ ହଟାଇବା ବିଜେପି ପାଇଁ କେତେ ମହଙ୍ଗା ପଡିପାରେ ?

After 2nd paragraph post ads
Middle post content

ୟେଦିଙ୍କର ରାଜ୍ୟର ଲିଙ୍ଗାୟତ ସମ୍ପ୍ରଦାୟ ଉପରେ ଭଲ ପ୍ରଭାବ ରହିଛି । ଲିଙ୍ଗାୟତ ରାଜ୍ୟ ଜନସଂଖ୍ୟାର ୧୭ ପ୍ରତିଶତ । ରାଜ୍ୟର ଏହା ହେଉଛି ଦ୍ୱିତୀୟ ବୃହତମ ସମ୍ପ୍ରଦାୟ । କର୍ଣ୍ଣାଟକରେ ୨୩ ପ୍ରତିଶତ ଦଳିତ ସମ୍ପ୍ରଦାୟ ରୁହନ୍ତି । ଲିଙ୍ଗାୟତ ବିଜେପିର ଭୋଟ୍ ଆଧାର ୨୨୪ ଆସନ ମଧ୍ୟରୁ ୧୦୦ ଆସନରେ କିଏ ଜିତିବ କିଏ ହାରିବ ତାହା ଲିଙ୍ଗାୟତ ଭୋଟ୍ ନିର୍ଧାରିତ କରିଥାଏ । ୟଦି ଏହି ସମ୍ପ୍ରଦାୟରୁ ଆସନ୍ତି । ଏସବୁ ଜାଣି ମଧ୍ୟ ବିଜେପି କାହିଁକି ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି?  ୨୦୨୩ ନିର୍ବାଚନ ପରେ ୟଦିଙ୍କୁ ହଟା ଯାଇ ପାରିଥାନ୍ତା । ଏଭଳି ନକରି ବିଜେପି କାହିଁକି ବର୍ତ୍ତମାନ ତାଙ୍କଠାରୁ ଇସ୍ତଫା ନେଇଛି ହେଉଛି ପ୍ରଥମ ବଡ ପ୍ରଶ୍ନ । ଦ୍ୱିତୀୟ ପ୍ରଶ୍ନ ହେଉଛି ସେ କେମିତି ରାଜି ହେଲେ । ୟଦିୟୁରେପ୍ପାଙ୍କୁ ଅସନ୍ତୁଷ୍ଟ ନକରି ତାଙ୍କୁ ବୁଝାଇ ସୁଝାଇ ତାଙ୍କଠାରୁ ଦଳ ଇସ୍ତଫା ନେଇଛି ବୋଲି କୁହାଯାଉଛି । ବିଜେପି ମଧ୍ୟ ଜାଣିଛି ତାଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ କ’ଣ । ତେଣୁ ତାଙ୍କୁ ଅସନ୍ତୁଷ୍ଟ ନକରି ଇସ୍ତଫା ଦେବାକୁ ଦଳ ମନାଇଥିଲା । ପ୍ରଥମ ପ୍ରଶ୍ନର ଉତ୍ତର ହେଉଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ ପ୍ରତି ସ୍ତରରେ ନୂଆ ଚେହେରା ଦେଖିବାକୁ ଚାହୁଁଛନ୍ତି । ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଉଛି ଦଳକୁ ଚ୍ୟାଲେଂଜ୍ କରିବାକୁ ୟଦିଙ୍କଠାରେ ସେହି ପୁରୁଣା ତାକତ ଆଉ ନାହିଁ । ଏହା ସହ ତାଙ୍କ ବିରୋଧରେ ପରିବାରବାଦର ଅଭିଯୋଗ ମଧ୍ୟ ଆସି ସାରିଛି । ୟଦିଙ୍କୁ ତାଙ୍କ ପୁତ୍ର ମୋହ ଅଧିକ ଭାରି ପଡିଲା ବୋଲି କୁହାଯାଉଛି । ୟଦିଙ୍କ ୪୫ ବର୍ଷୀୟ ପୁଅ ବିବାଇ ବିଜେନ୍ଦ୍ର ଦଳ ଓ ସରକାର କାମରେ ହସ୍ତକ୍ଷେପ କରିବା ନେଇ ଅସନ୍ତୋଷ ଥିଲା । କିଛି ମାସ ତଳେ ଦଳର ବିଧାୟକ ଏହା ବିରୋଧରେ ବିଦ୍ରୋହ ମଧ୍ୟ କରିଥିଲେ । କୁହାଯାଉଛି ଯେ, ବିଜେନ୍ଦ୍ରଙ୍କ କହିବା ଅନୁସାରେ ସରକାର ଚାଲୁଥିଲା । ହାଇକମାଣ୍ଡଙ୍କୁ ଏହା ପସନ୍ଦ ନଥିଲା ।

ୟଦିଙ୍କ ପରେ ’ମାମା’ଙ୍କ ପାଳି ?

ବିଜେପି ହାଇକମାଣ୍ଡ୍ ୟଦି ୟୁରେପ୍ପାଙ୍କ ସହିତ ଅନ୍ୟ ରାଜ୍ୟର ନେତାଙ୍କୁ ମଧ୍ୟ ବଦଳାଇବା ମୁଡରେ ଅଛନ୍ତି । ସେହି ନେତା ମାନଙ୍କୁ ବଦଳାଯିବ ଯେଉଁମାନଙ୍କର ନିଜସ୍ୱ ବ୍ରାଣ୍ଡ୍ ରହିଛି ଓ ଯେଉଁମାନେ ଅଟଳ-ଆଡଭାନୀ ଯୁଗର ନେତା ଅଟନ୍ତି । ବର୍ତ୍ତମାନର କେନ୍ଦ୍ର ନେତୃତ୍ୱ ରାଜ୍ୟ ସ୍ତରରେ ଏଭଳି ନୂଆ ନେତା ଚାହୁଁଛନ୍ତି ଯେଉଁମାନଙ୍କର ଅତିତ ସହିତ କୌଣସି ସମ୍ପର୍କ ନଥିବ । ଅର୍ଥାତ ଏବେର ନେତୃତ୍ୱ ନିଜର ଟିମ୍ ରାଜ୍ୟସ୍ତରରେ ଚାହୁଁଛନ୍ତି । ଦିଲ୍ଲୀରେ ନିକଟରେ ହୋଇଥିବା କ୍ୟାବିନେଟ୍ ଅଦଳ ବଦଳ ଏହାର ଉଦାହରଣ । କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଏବେ ପାଖାପାଖି ବର୍ଷେ ଅଛି । ତେଣୁ ହାଇକମାଣ୍ଡଙ୍କ ଉଦ୍ୟମ ଥିଲା କୌଣସି ପ୍ରକାରେ ୟଦିଙ୍କୁ ଏଥିପାଇଁ ରାଜି କରାଇବା । କାରଣ କେନ୍ଦ୍ରୀୟ ନେତୃତ୍ୱ ଲିଙ୍ଗାୟତ ସମ୍ପ୍ରଦାୟକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲା । ୟଦିୟୁରେପ୍ପାଙ୍କୁ ଏବେ ୭୮ ବର୍ଷ । ସେ କର୍ଣ୍ଣାଟକରେ ବିଜେପିକୁ ଶକ୍ତିଶାଳୀ କରାଇଥିଲେ । ସେ ମଧ୍ୟ ଦକ୍ଷୀଣ ଭାରତରେ ପ୍ରଥମ ବିଜେପି ସରକାର ଗଠନ କରିଥିଲେ । ଏମିତିରେ ଯଦି ତାଙ୍କୁ ବାଦ ଦେଇ କେନ୍ଦ୍ରୀୟ ନେତୃତ୍ୱ ଭବିଷ୍ୟତ ଦେଖୁଛି ତେବେ ମଧ୍ୟପ୍ରଦେଶରେ ମଧ୍ୟ ବିଳମ୍ବରେ  ହେଉ ପଛେ ପରିବର୍ତ୍ତନ ହୋଇପାରେ । ଶିବରାଜ ସିଂ ଚୌହ୍ୱାନଙ୍କୁ ମଧ୍ୟ ତାଙ୍କ ପଦ ଛାଡିବାକୁ ପଡିଲେ ଆଶ୍ଚର୍ଯ୍ୟ ହେବାକୁ ପଡିବ ନାହିଁ । କାରଣ ଶିବରାଜ ମଧ୍ୟ ଅଟଳ-ଆଡଭାନୀ ଯୁଗର ପ୍ରତିନିଧିତ୍ୱ କରନ୍ତି । 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami