ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ?

Above Post Content

ସୋମବାର ଦିନ ଆସାମ ପୋଲିସର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି । ଗତ କେଇ ଦଶକ ଧରି ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଏହି ଯବାନଙ୍କୁ ନିଜ ଜୀବନ ହରାଇବାକୁ ପଡିଲା । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଦୁଇ ରାଜ୍ୟଙ୍କ ମଧ୍ୟରେ ସୀମାକୁ ନେଇ ବିବାଦ ହୋଇଥିଲା । ଗତ ବର୍ଷ ଦୁଇଥର ହୋଇଥିବା ବିବାଦ କାରଣରୁ ଦୁଇ ରାଜ୍ୟର ଜନତା ପରସ୍ପରର ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୮ ଜଣ ପ୍ରାଣ ହରାଇଥିଲେ । କୁହାଯାଉଛି ଯେ, ଦେଶର ପ୍ରଥମ ଥର ପାଇଁ ଦୁଇଟି ରାଜ୍ୟର ପୋଲିସଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଗୋଟିଏ ରାଜ୍ୟର ଏତେ ସଂଖ୍ୟକ ପୋଲିସ ପ୍ରାଣ ହରାଇଛନ୍ତି । ତେବେ ଦୁଇ ରାଜ୍ୟଙ୍କ ମଧ୍ୟରେ ଏହି ସୀମା ବିବାଦ କ’ଣ ?

ଆସାମର ଅନ୍ୟ ରାଜ୍ୟଙ୍କ ସହିତ ରହିଛି ସୀମା ବିବାଦ

After 2nd paragraph post ads

ମିଜୋରାମର ସୀମା ଆସାମର ବାରକ ଘାଟି ସହିତ ଲାଗିଛି । ଦୁଇ ରାଜ୍ୟର ସୀମା ବାଂଲାଦେଶ ସହିତ ଲାଗିଛି । ଉତ୍ତର ପୂର୍ବାଂଚଳ ରାଜ୍ୟ ଗୁଡିକଙ୍କ ମଧ୍ୟରେ ଅଧିକାଂଶ ସମୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ । ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ଭଳି ରାଜ୍ୟ ସହିତ ମଧ୍ୟ ସୀମା ବିବାଦ ରହିଛି । ଗତ ମାସରେ ମେଘାଳୟ ଓ ଆସାମ ପୁଣିଥରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଥିଲେ । କରୋନା ଭାଇରସ କାରଣରୁ ଲକଡାଉନ୍ କାଳରେ ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦ ପୁଣିଥରେ ଆରମ୍ଭ ହୋଇଥିଲା ।

ଜଟିଳ ସୀମା ବିବାଦ

ଉତ୍ତର ପୂର୍ବାଂଚଳରେ ସୀମା ବିବାଦ ଅତ୍ୟନ୍ତ ଜଟିଳ । ଏହି କାରଣରୁ ଆସାମ ଓ ମିଜୋରାମ ନାଗରିକ ମୁହାଁମୁହିଁ ହୋଇଥାନ୍ତି । ଉଭୟ ରାଜ୍ୟ ପରସ୍ପର ସହିତ ୧୬୫ କିଲୋମିଟର ଲମ୍ବ ସୀମା ବାଣ୍ଟିଥାନ୍ତି । ଏହି ସୀମା ବିବାଦ ସେଇ ସମୟରୁ ରହିଛି ଯେତେବେଳେ ମିଜୋରାମ ଲୁଶାଇ ହିଲ୍ ନାମରେ ପରିଚିତ ଥିଲା । ଲୁସାଇ ହିଲ ଆସାମର ହିଁ ଏକ ଜିଲା ଥିଲା । ୧୮୭୫ ମସିହାରେ ତତ୍କାଳୀନ ବ୍ରିଟିଶ ସରକାର ଏକ ବିଜ୍ଞପ୍ତି ଜାରି କରି ଲୁସାଇ ହିଲକୁ କାଚର ପ୍ଲେସଠାରୁ ଅଲଗା କରିଥିଲେ । ଏହାପରେ ୧୯୩୩ର ବିଜ୍ଞପ୍ତି ଦ୍ୱାରା ଲୁସାଇ ହିଲ୍ ଓ ମଣିପୁର ମଧ୍ୟରେ ସୀମା ରେଖାଙ୍କିତ ହୋଇଥିଲା ।

Middle post content

ବିବାଦର ଅସଲ କାରଣ

ମିଜୋରାମ ବାସିନ୍ଦାଙ୍କ ଯୁକ୍ତି ଯେ, ସୀମାକୁ ୧୮୭୫ ନୋଟିଫିକେସନ ଅନୁସାରେ ରେଖାଙ୍କିତ କରିବାର ଥିଲା । ଏହି ସୀମାରେଖାକୁ ୧୮୭୩ ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଗୁଲେସନ୍ ଆକ୍ଟ ଦ୍ୱାରା ତିଆରି କରାଯାଇଥିଲା । ମିଜୋ ନେତାଙ୍କ କହିବା ହେଉଛି ୧୯୩୩ର ନୋଟିଫିକେସନକୁ ଆଗରୁ ମଧ୍ୟ ବିରୋଧ କରାଯାଇଛି । ସେମାନଙ୍କ କହିବା ହେଉଛି ସୀମାରେଖା ନିର୍ଦ୍ଧାରଣ କରିବା ବେଳେ ମିଜୋ ନାଗରିକଙ୍କ ମତାମତ ନିଆ ଯାଇନଥିଲା । ଆସାମ ସରକାର ୧୯୩୩ ସୀମା ନିର୍ଦ୍ଧାରଣକୁ ମାନୁଥିବା ବେଳେ ମିଜୋ ଏହାକୁ ମାନନ୍ତି ନାହିଁ । ବିବାଦର ମୁଳରେ ରହିଛି ୧୯୩୩ର ନୋଟିଫିକେସନ୍ ବା ସୀମା ରେଖା ନିର୍ଧାରଣ ।

ଆସାମ ସହିତ ଅନେକ ରାଜ୍ୟର ସୀମା

ସ୍ୱାଧିନତା ମିଳିବା ପରେ ମଧ୍ୟ ଏହି ସୀମା ବିବାଦର କୌଣସି ସମାଧନ ମିଳି ପାରିନାହିଁ । ୧୯୮୬ ମସିହାରେ ଷ୍ଟେଟ୍ ଅଫ୍ ମିଜୋରାମ ଆକ୍ଟ ପାସ୍ ହୋଇଥିଲା । ୧୯୮୭ରେ ମିଜୋରାମ ଏକ ଅଲଗା ରାଜ୍ୟରେ ପରିଣତ ହୋଇଥିଲା । ଅନ୍ୟପକ୍ଷରେ ୧୯୫୦ରେ ଆସାମ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ଏହାପରେ ୧୯୬୦ରୁ ୧୯୭୦ ମଧ୍ୟରେ ଆସାମର ବିଭାଜନ ହୋଇ ଆଉ କେତୋଟି ରାଜ୍ୟ ତିଆରି ହୋଇଥିଲା । ଏହା ସହିତ ଆସାମର ସୀମା ହ୍ରାସ ପାଇଥିଲା । ମିଜୋରାମ ଲୋକଙ୍କ ଯୁକ୍ତି ହେଉଛି ଯେ, ଆସାମ ଓ ମିଜୋରାମ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ନୋ ମ୍ୟାନ୍ସ ଲ୍ୟାଣ୍ଡରେ ଯଥାସ୍ଥିତି ବଜାୟ ରଖିବା ଉଚିତ ।

ଅକ୍ଟୋବରରେ ହୋଇଥିଲା ହିଂସା

ସୋମବାରର ହିଂସା ପୂର୍ବରୁ ଅକ୍ଟୋବର ୨୦୨୦ ଓ ଫେବ୍ରୁଆରି ୨୦୧୮ରେ ମଧ୍ୟ ସୀମାକୁ ନେଇ ହିଂସା ହୋଇଥିଲା । ୨୦୧୮ରେ ହୋଇଥିବା ବିବାଦ କାଳରେ ମିଜୋରାମ ଜିରଲାଇ ପାର୍ଟି ଜଙ୍ଗଲରେ ଗଛକାଟି ଗୋଟିଏ ରେଷ୍ଟ୍ ହାଉସ ତିଆରି କରିଥିଲା । ଯାହାକୁ ଆସାମ ପୋଲିସ ଓ ବନ ବିଭାଗ ଭାଙ୍ଗି ଦେଇଥିଲେ । ରେଷ୍ଟ୍ ହାଉସ ଆସାମ ସୀମା ଭିତରେ ତିଆରି ହୋଇଛି ବୋଲି ସେତେବେଳେ ଆସାମ ପୋଲିସ ଦାବି କରିଥିଲା । ସେହି ସମୟରେ ଏମଜେଡପିର ସଦସ୍ୟ ଆସାମ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami