ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ

Above Post Content

କରୋନା ମହାମାରୀ ଯୋଗୁ ସମାଜରେ ମଣିଷ ଏବଂ ଜୀବଜନ୍ତୁମାନେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏଭଳି ସମୟରେ ବିଭିନ୍ନ ବ୍ୟକ୍ତି ଓ ସାମାଜିକ ସଂଗଠନ ଆଗେଇ ଆସି ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଭଳି ଜଣେ ୯ମ ଶ୍ରେଣୀର ଛାତ୍ରୀ କେବଳ ମହାମାରୀ ସମୟରେ ନୁହେଁ ବରଂ ପିଲାବେଳୁ ସମାଜ ସେବା ପାଇଁ ଅଂଟା ଭିଡ଼ିଛନ୍ତି । ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଡୁମୁଡୁମା ଅଂଚଳର ଦେବିକା ଦେବସ୍ମିତା । ସେ ନିଜ ପକେଟ ଖର୍ଚ୍ଚରୁ କାଟି ବୁଲା କୁକୁର, ବିଲେଇ, ଷଣ୍ଢ, ଗାଈ, ମାଙ୍କଡ ଭଳି ବୁଲା ପ୍ରାଣୀଙ୍କୁ ଖାଇବାକୁ ଦେଉଛନ୍ତି । କେତେବେଳେ ରନ୍ଧା ଖାଦ୍ୟ ତ କେତେବେଳେ ପନିପରିବା । ଆଉ କେତେବେଳେ କେକ୍‌, ବିସ୍କୁଟ ଭଳି ଖାଦ୍ୟ ବୁଲି ବୁଲି କୁକୁର, ଗାଈ, ମାଙ୍କଡ, ଆଦି ବୁଲା ଜୀବଜନ୍ତୁଙ୍କୁ ବାଂଟୁଛନ୍ତି । ପ୍ରତ୍ୟେକ ଦିନ ସ୍କୁଲ ଫେରିବା ପରେ ଯେତେବେଳେ ଅନ୍ୟ ସାଙ୍ଗମାନେ ଖେଳିବା ପାଇଁ ବାହାରି ପଡ଼ନ୍ତି, ଦେବିକା କିନ୍ତୁ ଖାଦ୍ୟ ଧରି ବାହାରି ପଡନ୍ତି ଭୋକିଲା ବୁଲା ପ୍ରାଣୀଙ୍କ ପାଖକୁ । ଆଜିକୁ ପ୍ରାୟ ୭ ବର୍ଷ ହେବ ଏଭଳି ବୁଲା ପ୍ରାଣୀଙ୍କ ସେବା କରି ଆସୁଛନ୍ତି ସେ । ଲକ୍‌ଡାଉନ୍ ଯୋଗୁ ସ୍କୁଲ ବନ୍ଦ ଥିବାରୁ ପୂର୍ବାପେକ୍ଷା ସେବା କାର୍ଯ୍ୟ ବଢ଼ିଯାଇଛି । ପ୍ରତ୍ୟେକ ଦିନ ୩୦/୪୦ ଜୀବଜନ୍ତୁଙ୍କ ପେଟକୁ ଦାନା ଯୋଗାଇ ଆସୁଛନ୍ତି । ଏହାଦ୍ୱାରା ଖୁବ୍ ଆନନ୍ଦ ମିଳେ ବୋଲି ସେ କୁହନ୍ତି । ଏ କାର୍ଯ୍ୟ ପାଇଁ ତାଙ୍କ ବାପା ମା ମଧ୍ୟ ପ୍ରୋତ୍ସାହିତ କରି ଆସୁଛନ୍ତି ବୋଲି କୁହନ୍ତି ଦେବିକା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami