ଆର୍ୟଲାଣ୍ଡର ଶତାଧିକ ବର୍ଷ ପୁରୁଣା ଶିବଲିଙ୍ଗ, କ’ଣ ଏହାର ରହସ୍ୟ

Above Post Content

ପୃଥିବୀର ସବୁଠାରୁ ବଡ଼ ଶିବଲିଙ୍ଗ କେଉଁଠାରେ ଅଛି ଜାଣିଛନ୍ତି କି ? ପୃଥିବୀର ସବୁଠୁ ବଡ ଶିବଲିଙ୍ଗ ଭାରତ ନୁହେଁ ଆର୍ୟଲାଣ୍ଡରେ ରହିଛି । ଶହ ଶହ ବର୍ଷ ତଳେ ଆର୍ୟଲାଣ୍ଡରେ ଏହି ଶିବଲିଙ୍ଗର ଉପାସନା କରାଯାଉଥିଲା । ଖ୍ରୀଷ୍ଟଧର୍ମକୁ ଧର୍ମାନ୍ତରିତ ହୋଇନଥିବା ଆର୍ୟଲାଣ୍ଡର ମୁର୍ତ୍ତିପୂଜକ ବା ପାଗନ ମାନେ ଏହାର ଉପାସନା କରୁଥିଲେ । ଏକ ସମତଳ ଭୂମି ଉପରେ ଥିବା ଏହି ଶିବଲିଙ୍ଗ ଚାରିପଟେ ପଥରର ଗୋଲାକାର ଚଉତାର ତିଆରି ହୋଇଛି ।

ଆର୍ୟଲାଣ୍ଡର କାଉଣ୍ଟି ମିଥରେ ଏକ ପର୍ବତ ରହିଛି । ଏହି ପର୍ବତର ଉପରରିଭାଗରେ ଥିବା ସମତଳ ଅଂଚଳରେ ପଥରର ଗୋଲାକାର ଚଉତରା ମଧ୍ୟରେ ଏହି ଲିଙ୍ଗକୁ ସ୍ଥାପିତ କରାଯାଇଥିଲା । ତେବେ କେବେ ଓ କିଏ ଏହାକୁ ଏଠାରେ ପ୍ରତିଷ୍ଠା କରିଥିଲା ସେନେଇ କାହା ପାଖରେ କୌଣସି ପ୍ରାମାଣିକ ସୂଚନା ନାହିଁ । ତେବେ ଏଠାକାର ଲୋକ ଏହାକୁ ଏକ ରହସ୍ୟମୟ ପଥର ଭାବେ ଗ୍ରହଣ କରିଥାନ୍ତି, ଯାହାର ଯାଦୁକରୀ ଶକ୍ତି ରହିଛି ।

After 2nd paragraph post ads
shiva linga, shivling, ireland, tara hills, ancient shiv linga, LordShiva, rising odisha

ଖ୍ରୀଷ୍ଟପୂର୍ବ ୧୬୩୨ରୁ ୧୬୩୬ ମଧ୍ୟର ଏକ ଫରାସୀ ଭିକ୍ଷୁଙ୍କ ପ୍ରାଚୀନ ଦସ୍ତାବିଜ୍- ଦ ମାଇନର୍ସ ଅଫ୍ ଦ କୋର୍ ମାଷ୍ଟର୍ସ ଅନୁସାରେ କିଛି ବିଶେଷ ଜାଦୁକରୀ ଶକ୍ତି ରଖୁଥିବା ଏକ ଗ୍ରୁପର ନେତା ତୁଥା ଡି ଦେନନ୍ ଏହାକୁ ପ୍ରତିଷ୍ଠା କରିଥିଲେ । ଏହି ଦସ୍ତାବିଜକୁ ୧୬୩୨ରୁ ୧୬୩୬ ମଧ୍ୟରେ ଲେଖାଯାଇଥିଲ । କିଛି ବୈଜ୍ଞାନିକଙ୍କ ଅନୁସାରେ ଆର୍ୟଲାଣ୍ଡରେ ବ୍ରୋଂଜ୍ ତିଆରି କରିବା ଏହି ଗ୍ରୁପର ଲୋକ ଆରମ୍ଭ କରିଥିଲେ ।

Middle post content

ତୁଥା ଡି ଦେନନର ଅର୍ଥ ହେଉଛି ଦେବି ଦାନୁଙ୍କ ସନ୍ତାନ । ସେମାନେ ଖ୍ରୀଷ୍ଟପୂର୍ବ ୧୮୯୭ରୁ ଖ୍ରୀଷ୍ଟପୂର୍ବ ୧୭୦୦ ମଧ୍ୟରେ ଆର୍ୟଲାଣ୍ଡ୍ ଉପରେ ଶାସନ କରୁଥିଲେ । ଖ୍ରୀଷ୍ଟଧର୍ମର ଭିକ୍ଷୁ ମାନେ ଏହି ପଥରରେ ପ୍ରଜନନ କ୍ଷମତାର ପ୍ରତୀକକୁ ଦେଖିଥିଲେ । ଏହା ଏତେ ମହତ୍ୱପୂର୍ଣ୍ଣ ଥିଲା ଯେ, ୫ଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସବୁ ରାଜାଙ୍କ ରାଜ୍ୟାଭିଷେକରେ ଏହି ପଥରର ଉପଯୋଗ ହୋଇଥିଲା ।

ୟୁରୋପୀୟ ପରମ୍ପରାରେ ଦେବୀ ଦାନୁ ଏକ ନଦୀର ଦେବୀ ଥିଲେ । ଦେନ୍ୟୁବ, ଦୋନ୍, ଡନିପର ଓ ଡିନିଏଷ୍ଟର ନଦୀ ମଧ୍ୟ ଏହି ଦେବୀଙ୍କ ସହିତ ସମ୍ପର୍କିତ । କିଛି ଆଇରିସ ଗ୍ରନ୍ଥରେ ଏହି ଦେବୀଙ୍କ ପିତାଙ୍କୁ ଦାଗଦା ବୋଲି କୁହାଯାଇଛି । ଦାଗଦା ଶବ୍ଦର ଅର୍ଥ ହେଉଛି ସବୁଠାରୁ ଭଲ ଭଗବାନ । ହିନ୍ଦୁ ଧର୍ମ ଗ୍ରନ୍ଥ ବେଦରେ ମଧ୍ୟ ଦେବୀ ଦାନୁଙ୍କ ଉଲ୍ଲେଖ ମିଳିଥାଏ । ବେଦର ଦେବୀ ଦାନୁ ଦକ୍ଷଙ୍କ ଝିଅ ଓ ମହର୍ଷୀ କଶ୍ୟପଙ୍କ ପତ୍ନୀ ଥିଲେ । ସିଏ ମଧ୍ୟ ନଦୀଙ୍କ ଦେବୀ ଥିଲେ । ସଂସ୍କୃତରେ ଦାନୁ ଶବ୍ଦର ଅର୍ଥ ହେଉଛି ‘ପ୍ରବାହିତ ପାଣି’ଦକ୍ଷଙ୍କର ଦୁଇ ଝିଅ ଥିଲେ । ଜଣେ ଝିଅ ସତୀ ଭଗବାନ ଶିବଙ୍କୁ ବିବାହ କରିଥିଲେ ।

ନିକଟ ଅତିତରେ ଆର୍ୟଲାଣ୍ଡର ଏହି ଶିବଲିଙ୍ଗକୁ ନଷ୍ଟ କରିବାକୁ ଉଦ୍ୟମ ହୋଇଛି । ଜୁନ୍ ୨୦୧୨ରେ ଜଣେ ବ୍ୟକ୍ତି ଶିବଲିଙ୍ଗ ଉପରେ ୧୨ ଥର ଆକ୍ରମଣ କରିଥିଲା । ଏହାପରେ ୨୦୧୪ରେ କେହି ଅଜ୍ଞାତ ବ୍ୟକ୍ତି ଶିବଲିଙ୍ଗ ତଳେ ଲାଲ ଓ ହଳଦିଆ ରଙ୍ଗ ପକାଇ ଏହାକୁ ଖରାପ କରିବାକୁ ଉଦ୍ୟମ କରିଥିଲା । ଏଠାକୁ ମଧ୍ୟ ଲୋକ କଳାଯାଦୁ କରିବାକୁ ଆସନ୍ତି ।

କେବଳ ଆର୍ୟଲାଣ୍ଡ ନୁହେଁ ବିଶ୍ୱର ଅନେକ ଦେଶରେ ଶିବଲିଙ୍ଗ ଆବିଷ୍କାର କରାଯାଉଛି । ଇସଲାମିକ ରାଷ୍ଟ୍ରଗୁଡିକରେ ମଧ୍ୟ ଶିବଲିଙ୍ଗ ଆବିଷ୍କାର ହେଉଛି । ଇସଲାମିକ ଷ୍ଟେଟ୍ ବା ଦଏସ ନିୟନ୍ତ୍ରଣରେ ଥିବା କିଛି ଅଂଚଳରୁ ନିକଟେର ଶିବଲିଙ୍ଗର ଅବଶେଷ ଆବିଷ୍କାର କରାଯାଇଥିଲା । ଯାହାକୁ ଇସଲାମିକ୍ ଷ୍ଟେଟ୍ ଧ୍ୱଂସ କରି ଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami