କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ

Above Post Content

ନୂଆଦିଲ୍ଲୀ: ନିକଟରେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ନିର୍ବାଚନ କରାଇଛି । ଏହି ନିର୍ବାଚନରେ ଇମ୍ରାନଙ୍କ ଦଳ ବ୍ୟାପକ ଅନିୟମିତତା କରିଥିବା ବିରୋଧୀଙ୍କ ଅଭିଯୋଗ । ତେବେ ଏହି ଅଂଚଳ ଯାହାକୁ ଭାରତ ପାକ୍ ଅଧିକୃତ ଓ ପାକିସ୍ତାନ ଆଜାଦ୍ କାଶ୍ମୀର ବୋଲି କୁହେ, ତାହା ଆକାରରେ ଭାରତୀୟ କାଶ୍ମୀରଠାରୁ ତିନି ଗୁଣ ବଡ । ସାମ୍ବିଧାନିକ ଭାବେ ପାକ୍ ଅଧିକୃତ କାଶ୍ମୀର ଭାରତୀୟ ଅଂଚଳକିନ୍ତୁ ୧୯୪୮ ମସିହାର ଯୁଦ୍ଧ ପରଠାରୁ ଏହା ପାକିସ୍ତାନ ନିୟନ୍ତ୍ରଣରେ ଅଛି । ନାଁକୁ ଏହା ଆଜାଦ ଓ ଏହାର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଛନ୍ତି କିନ୍ତୁ ପ୍ରକୃତ କ୍ଷମତା ପାକ୍ ସେନା ହାତରେ ରହିଥାଏ । ପାକ୍ ଅଧିକୃତ କାଶ୍ମୀରରେ ନିର୍ବାଚନ ପରେ ଭାରତ ପାକିସ୍ତାନକୁ ସବୁଥର ଭଳି ଏଥର ମଧ୍ୟ ତୁରନ୍ତ ସେହି ଅଂଚଳରୁ ହଟିବାକୁ କହିଛି । ତେବେ ଏହା ଭାରତ ମଧ୍ୟ ଜାଣିଛି ପାକିସ୍ତାନ ଏତେ ସହଜରେ ସେଠାରୁ ହଟିବ ନାହିଁ ।

ଭାରତ ଓ ପାକିସ୍ତାନ ବିଭାଜିତ ହେବା ପରେ କାଶ୍ମୀର ରାଜା ହରି ସିଂହ ସ୍ୱାଧିନ ରହିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୧୯୪୮ରେ ପାକିସ୍ତାନ କାଶ୍ମୀର ଉପରେ ଆକ୍ରମଣ କରିଥିଲା । ଭାରତରେ ମିଶ୍ରଣ ପାଇଁ ହରି ସିଂହ ସହମତି ଦେବା ପରେ ଭାରତୀୟ ସେନା ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇ ଥିଲା । ତେବେ ଯୁଦ୍ଧବିରତୀ କାରଣରୁ ଯେଉଁ ଦେଶର ସେନା ଯେଉଁଠାରେ ଥିଲେ ସେହିଠାରେ ରହିଲେ । ଜାତିସଂଘର ପ୍ରସ୍ତାବ ଅନୁସାରେ ଜନମତ ହେବାର ଥିଲା । କିନ୍ତୁ ପାକିସ୍ତାନ ନିଜ ଅଂଚଳରେ ଜନମତ କରିନଥିଲା କି ସେହି ଅଂଚଳରୁ ହଟିନଥିଲା । ସେବେଠାରୁ ଏହି ଅଂଚଳ ପାକିସ୍ତାନ କବଜାରେ ରହିଛି ।

After 2nd paragraph post ads

ପିଓକେର ଆକାର

ପିଓକେ କାଶ୍ମୀରଠାରୁ ଆକାରରେ ତିନି ଗୁଣ ବଡ଼ । ପିଓକେର ମୋଟ କ୍ଷେତ୍ରଫଳ ହେଉଛି ପାଖାପାଖି ୧୩ ହଜାର ବର୍ଗ କିଲୋମିଟର । ସେଠାରେ ୪୦ ଲକ୍ଷ ଲୋକ ରୁହନ୍ତି । ଭାରତ ଓ ପାକିସ୍ତାନ ଉଭୟ ଏହା ଉପରେ ନିଜ ଦାବି ରଖନ୍ତି ।

Middle post content

ପିଓକେର ଅଛନ୍ତି ରାଷ୍ଟ୍ରପତି !

ଏହା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା । ପାକିସ୍ତାନ ଏହାକୁ ସ୍ୱାଧୀନ ଦେଶ ବୋଲି କହିଥାଏ । ପାକିସ୍ତାନୀ ମିଡିଆ ଏହାକୁ ଆଜାଦ କାଶ୍ମୀର ବୋଲି କୁହେ । ପିଓକେର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରହିଛନ୍ତି । ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଶାସନ ମୁଖ୍ୟ । କିନ୍ତୁ ସତ ହେଉଛି ଏହି ଦୁଇ ପଦବୀର କୌଣସି କ୍ଷମତା ନାହିଁ । ପାକ୍ ଆର୍ମି କହିବା ଅନୁସାରେ ପିଓକେରେ ଶାସନ ଚାଲେ ।

ଏହା କାଶ୍ମୀରର ଏକ ଅଙ୍ଗ । ଯାହାର ସୀମା ପାକିସ୍ତାନୀ ପଂଜାବ, ଆଫଗାନିସ୍ତାନ ଓ ଚୀନ ସହିତ ଲାଗିଛି । ଯଦି ଗିଲଗିଟ୍-ବାଲତିସ୍ତାନକୁ ହଟାଇ ଦିଆଯାଏ ତେବେ ଆଜାଦ କାଶ୍ମୀରର କ୍ଷେତ୍ରଫଳ ୧୩ ହଜାର ୩ଶହ ବର୍ଗ କିଲୋମିଟର ହେବ । ଯାହାର ଜନସଂଖ୍ୟା ହେଉଛି ୪୦ ଲକ୍ଷ । ଏହି ଅଂଚଳ ଭାରତୀୟ କାଶ୍ମୀରଠାରୁ ତିନିଗୁଣ ବଡ । ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରାବାଦ । ଆଜାଦ କାଶ୍ମୀରରେ ୮ ଜିଲ୍ଲା ରହିଛି ।

ପାକ୍ ଅଧିକୃତ କାଶ୍ମୀରର ଏକ ବଡ ଅଂଚଳ ହୁନଜା ଗିଲଗିଟ୍ ଶକ୍ସଗାମ ଉପତ୍ୟକା ଓ ରକସାମ ବାଲତିସ୍ତାନକୁ ୧୯୬୩ରେ ପାକିସ୍ତାନ ଚୀନକୁ ହସ୍ତାନ୍ତରିତ କରିଥିଲା । ଯାହାକୁ ଟ୍ରାନ୍ସ କାରାକୋରମ କୁହାଯାଏ ।

ପିଓକେର ବାସିନ୍ଦା କୃଷି ଉପରେ ନିର୍ଭର କରନ୍ତି । ମକ୍କା, ଗହମ ଚାଷ ସହିତ ପଶୁପାଳନ ହେଉଛି ସେମାନଙ୍କ ମୁଖ୍ୟ ଆଜିବିକା । ଏହି ଅଂଚଳରେ କୋଇଲା ଓ ଚକ ଖଣି ରହିଛି । ବକ୍ସାଇଟ୍ ମଧ୍ୟ ସେଠାରେ ମିଳିଥାଏ । ପସ୍ତୋ, ଉର୍ଦ୍ଦୁ, କାଶ୍ମୀର ଓ ପଂଜାବୀ ଏଠାକାର ପ୍ରମ୍ମୁଖ ଭାଷା । ଏଠାରେ ସାକ୍ଷରତା ହାର ୭୨ ପ୍ରତିଶତ କିନ୍ତୁ ସ୍କୁଲ ଓ କଲେଜର ସଂଖ୍ୟା ବହୁତ କମ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami