ଚର୍ଚ୍ଚାରେ ଅକ୍ଷୟଙ୍କ ଇ-ମୋଟର ସାଇକେଲ

Above Post Content

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଲୋକେ ସାଇକେଲ ବ୍ୟବହାର କରୁଛନ୍ତି । ଏଥିସହିତ ଇ-ବାଇକ୍‌ର ଚାହିଦା ବୃଦ୍ଧି ପାଉଛି । ଇ-ବାଇକ୍ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ହେଲେ ୧୦ ଦିନରେ ଇ-ବାଇକ୍ ଓ ଇ-ମୋଟର ସାଇକେଲ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମର ସୀମାଂଚଳ ଦାସଙ୍କ ପୁଅ ଅକ୍ଷୟ । ୨୧ ବର୍ଷୀୟ ଅକ୍ଷୟ ପିଲାଟି ଦିନରୁ କିଛି ନୂଆ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସରଞ୍ଜାମ ନିର୍ମାଣ କରନ୍ତି । ଅକ୍ଷୟ ବର୍ତମାନ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍‌.କମ୍ ପ୍ରଥମ ବର୍ଷ ଛାତ୍ର । ସେ ପୂର୍ବରୁ ରିମୋଟ୍ କଂଟ୍ରୋଲ କାର୍‌, ମୋବାଇଲ ଚାର୍ଜ ହେଉଥିବା ଲାଇଟ୍‌, ଏମରଜେନ୍ସି ଫ୍ୟାନ୍ ଭଳି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ନିର୍ମାଣ କରିଛନ୍ତି । ଏବେ ପୁଣି ଏକ ଇ-ମୋଟର ସାଇକେଲ ନିର୍ମାଣ କରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ମୋଟର ସାଇକେଲ ୩ ଘଂଟା ଚାର୍ଜ କଲେ ୬୦ କିମି ଦୂରତା ପର୍ଯ୍ୟନ୍ତ ଯାଉଛି । ଯଦି ୧୦୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଯିବାକୁ ହୁଏ । ଏହି ଇ-ମୋଟର ସାଇକେଲରେ ଲାଗିଥିବା ୨ ଏମ୍‌ପିଆର ବ୍ୟାଟେରୀ ବଦଳରେ ୫ ଏମ୍ ପିଆର ବ୍ୟାଟେରୀ ବ୍ୟବହାର କରିବାକୁ ହେବ ବୋଲି ଅକ୍ଷୟ କହିଛନ୍ତି । ମାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ଇ-ମୋଟର ସାଇକେଲ । ଏଥିରେ ସଫଳତା ପାଇବା ପରେ ସେ ପୁଣି ନିଜର ବାଇକ୍ ଓ ଏକ ସ୍କୁଟିକୁ ମଧ୍ୟ ବ୍ୟାଟେରୀ ଚାଳିତ ଗାଡ଼ିରେ ପରିଗଣିତ କରିଛନ୍ତି ।

Middle post content

ଲୋକଙ୍କ ପସନ୍ଦ ଓ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ତାଲାବନ୍ଦ ସମୟରେ ଇ-ମୋଟରସାଇକେଲ ନିର୍ମାଣ କରିବାକୁ ମନ ବଳାଇ ଗବେଷଣା କରିଥିଲେ ଅକ୍ଷୟ । ୟୁଟ୍ୟୁବ୍‌ରୁ ଜ୍ଞାନ ଆହରଣ କରି ଏହା ନିର୍ମାଣ କରିବାକୁ ମନ ବଳାଇଥିଲେ । ଏଥିପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ସେ ନିଜେ ହିଁ ପ୍ରସ୍ତୁତ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami