ବସ୍ତିର ଆଲୋକବର୍ତିକା ବନ୍ଦିତା

Above Post Content

ମହାମାରୀ କରୋନା ଯୋଗୁଁ ଶିକ୍ଷାକ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅଭାବ ଅନଟନରେ ରହୁଥିବା ପିଲାଙ୍କ ପାଇଁ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା ଅପହଂଚ ହୋଇପଡ଼ିଛି । ତେବେ ଏହିଭଳି ଏକ ସମୟରେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ବନ୍ଦିତାରସୁଲଗଡ଼ରେ ରହୁଥିବା ବନ୍ଦିତା ଇଲେକ୍‌ଟ୍ରୋନିକ୍ସରେ ଏମ୍‌ଏସି କରିବା ପରେ ଜନଗଣନା ଭବନରେ କାର୍ଯ୍ୟ କରୁଛନ୍ତି । ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସ୍ଥାନୀୟ ବିଭିନ୍ନ ବସ୍ତିରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ଅର୍ଥ ଅଭାବରୁ ପାଠପଢ଼ାରୁ ବଂଚିତ ହୋଇଥିବା ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସେ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ପ୍ରତିଦିନ ସକାଳୁ ୨ଘଂଟା ଲେଖାଏଁ ସେମାନଙ୍କ ସହ ସମୟ ବିତାଇବା ସହ ଶିକ୍ଷା ବିଷୟରେ ଆଲୋଚନା କରିଥାନ୍ତି । ଏପରିକି ବିଭିନ୍ନ ପର୍ବପର୍ବାଣୀ ସେମାନଙ୍କ ଗହଣରେ ପାଳନ କରିଥାନ୍ତି ବନ୍ଦିତା । ଲକ୍‌ଡାଉନ୍ ସମୟରେ ବି ରସୁଲଗଡ଼ ନିକଟସ୍ଥ ମୁଣ୍ଡାସାହି ବସ୍ତିର ପିଲାମାନଙ୍କୁ ପ୍ରତିଦିନ ୨ ଘଂଟା ଲେଖାଏଁ ପାଠ ପଢ଼ାଉଛନ୍ତି ।

Middle post content

କରୋନା ସ୍ଥିତିରେ ଲୋକମାନେ ନିଜ ସୁରକ୍ଷା ପାଇଁ ବାହାରକୁ ବାହାରୁ ନ ଥିବାବେଳେ ବନ୍ଦିତା ନିୟମିତ ଭାବେ ବସ୍ତିରେ ପିଲାଙ୍କୁ ଶିକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି । କେବଳ ପାଠ ନୁହେଁ, ଖେଳ, ସଧାରଣ ଜ୍ଞାନ, ସଙ୍ଗୀତ, ନୃତ୍ୟ ଆଦି ଶିକ୍ଷା ମଧ୍ୟ ଦେଉଛନ୍ତି । ପିଲାମାନଙ୍କୁ ପାଠପଢ଼ିବା ପାଇଁ ପ୍ରବର୍ତାଇବା ଲାଗି ପ୍ରତିଦିନ ଇଚ୍ଛା ମୁତାବକ ଖାଦ୍ୟ, ଚକୋଲେଟ୍‌, କେକ୍ ଆଦି ଦେଇଥାନ୍ତିି । ଏ ସମ୍ପର୍କରେ ବନ୍ଦିତା କହିଛନ୍ତି ଯେ, ମୁଁ ୪ ବର୍ଷ ଧରି ଏହି ପିଲାଙ୍କ ସହିତ ଜଡ଼ିତ । ସେମାନେ ସବୁ ଅଭାବୀ ପରିବାର ହୋଇଥିବାରୁ ତାଙ୍କ ଭବିଷ୍ୟତ ଗଢ଼ିବାର ଇଚ୍ଛା ରହିଅଛି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନେକ ପ୍ରତିବନ୍ଧକ ଦେଖାଦେଉଛି । ବିଶେଷ କରି ସମସ୍ତଙ୍କ ପାଖରେ ମୋବାଇଲ ନ ଥିବାରୁ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ପାଠପଢ଼ାରୁ ସେମାନେ ବଂଚିତ ହେଉଥିଲେ । ସେମାନଙ୍କର ପାଠପଢ଼ା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି  ଅନୁଭବ କରି ଏଭଳି ପଦକ୍ଷେପ ନେଇଥିବା କହନ୍ତି ବନ୍ଦିତା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami