ଗୌରବ ବଢ଼ାଇଲେ ଲିନାଶ୍ରୀ

Above Post Content

ଦେଶର ଗୌରବ ବଢ଼ାଇଛନ୍ତି ଢେଙ୍କାନାଳ ଝିଅ ଡକ୍ଟର ଲିନାଶ୍ରୀ ଦଳବେହେରା । ତିନି ଜଣ ମହିଳା ଭୂ-ତତ୍ୱ ବିଜ୍ଞାନୀଙ୍କ ସହ ମିଶି କେବଳ ଭାରତର ଉତର ପୂର୍ବ ରାଜ୍ୟ ମେଘାଳୟ ପାହାଡ଼ରୁ ଡାଇନୋସରମାନଙ୍କର ଜୀବାଶ୍ମ ହାଡ଼ ଠାବ କରି ନାହାନ୍ତି ବରଂ ଶହେ ମିଲିୟନ ବର୍ଷ ତଳେ ଏହି ବିରାଟକାୟ ପ୍ରାଣୀ ଯେ ମେଘାଳୟରେ ରହୁଥିଲା ତାହା ମଧ୍ୟ  ପ୍ରମାଣିତ କରିଛନ୍ତି । ଲିନାଶ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ୱାର୍ଡ ନମ୍ବର ୫ ସେନସାହିରେ । ବାପା ଇଂ ଈଶ୍ୱରଚନ୍ଦ୍ର ବେହେରା ଓ ମା କବି ତୁଳସୀରାଣୀଙ୍କ ସେ ସାନ ଝିଅ ଅଟନ୍ତି । ସେ ୧୯୯୫ ମସିହାରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ପାସ୍ କରିଥିଲେ । ପରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ । କେନ୍ଦୁଝର ଜିଲ୍ଲା ଧରଣୀଧର ମହାବିଦ୍ୟାଳୟରେ ସେ ଭୂ-ତତ୍ୱ ବିଜ୍ଞାନରେ ସ୍ନାତକ ହାସଲ ପରେ  ବାଣୀବିହାରରେ ସ୍ନାତକୋତର କରିଥିଲେ । ପରେ ଆଇଆଇଟି ଖଡ଼ଗପୁରରୁ ପିଏଚ୍‌ଡି ହାସଲ କରି ଜିଓଲୋଜିକଲ ସର୍ଭେ ଅଫ୍ ଇଣ୍ଡିଆରେ ଭୂ-ତତ୍ୱବିତ୍ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଳଚେର ହନୁମାନ ପଡ଼ାର ସୁବ୍ରତ କୁମାର ଦାସଙ୍କୁ ସେ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ପଦାର୍ଥ ବିଜ୍ଞାନରେ ରିସର୍ଚ୍ଚ କରୁଥିବା ଜଣାପଡ଼ିଛି । ୨୦୧୯ରେ ମେଘାଳୟରେ ଡାଇନୋସରର ଅବସ୍ଥିତି ବୈଜ୍ଞାନିକଙ୍କୁ ପ୍ରମାଣ ମିଳିଥିଲା । ତିନି ଜଣ ମହିଳା ଭୂ-ତତ୍ୱ ବିଜ୍ଞାନୀ ମେଘାଳୟ ପାହାଡ଼ ଚଢ଼ି ଡାଇନୋସର ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଥିଲେ । ଯାହା ସଫଳ ହୋଇଛି । ମେଘାଳୟର ଖାସି ହିଲ୍ ପର୍ବତମାଳାରୁ ଡାଇନୋସରଙ୍କର ୨୫ଟି ଜୀବାଶ୍ମ ଠାବ ହୋଇଥିବା ଲିନାଶ୍ରୀ ଗଣମାଧ୍ୟମକୁ କହିଛନ୍ତି । ଡାଇନୋସରଙ୍କ ହାଡ଼ ପରୀକ୍ଷାରୁ ଏହା ପ୍ରାୟ ୧୦ କୋଟି ବର୍ଷ ତଳର ବୋଲି କୁହାଯାଉଛି ।

Middle post content

ଏହି ଡାଇନୋସରମାନେ ପୃଥିବୀ ପୃଷ୍ଠରେ ରହୁଥିଲେ । ମାତ୍ର ପୃଥିବୀ ଏକ କ୍ଷୁଦ୍ର ଗ୍ରହ ସଂସ୍ପର୍ଶରେ ଆସିବା ପରେ ଏହାର ବାୟୁ ମଣ୍ଡଳ ବିଷାକ୍ତ ହୋଇଥିଲା । ଏହି କାରଣରୁ ପୃଥିବୀର ପ୍ରାୟ ୭୫ ପ୍ରତିଶତ ଜୀବ ଲୋପ ପାଇଯାଇଥିଲେ । ଯେଉଁଥିରେ ଡାଇନୋସର ଥିଲା ବୋଲି ଲିନାଶ୍ରୀ ଗଣମାଧ୍ୟମକୁ କହିଛନ୍ତି

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami