ସର୍ବିଆରେ ଦାଉଦ କାହାକୁ ଭେଟିଥିଲା,ଲରେନ୍ସ –ଦାଉଦ୍ କନେକ୍ସନ୍ କଣ

Above Post Content

ଦାଉଦ୍ ଇବ୍ରାହିମ୍ । ଗତ 30 ବର୍ଷ ଧରି ଭାରତୀୟ ସୁରକ୍ଷା ଏଜେନ୍ସିଙ୍କୁ ଏହି ପଳାତକ ମାଫିଆ ଚକମା ଦେଇ ଆସୁଛିଦାଉଦ୍ ଏମିତି ଜଣେ ଡ୍ରଗ୍ ମାଫିଆ ଯିଏ ଅଣ୍ଡରୱାର୍ଲଡ୍ ଓ ଗ୍ଲୋବାଲ ଜିହାଦୀଙ୍କୁ ଏକାଠି କରିପାରିଥିଲାତାଲିବାନ୍ ଓ ଆଇଏସଆଇ ସହିତ ଭଲ ସମ୍ପର୍କ ରଖୁଥିବା ଏହି ଆତଙ୍କବାଦୀ ଭାରତରେ ଅନେକ ଆକ୍ରମଣ ପାଇଁ ଦାୟୀ। 1993 ବମ୍ବେ ସିରିଜ୍ ବ୍ଲାଷ୍ଟ୍ ର ମୁଖ୍ୟ କାର୍ପଟଦାର ପାକିସ୍ତାନର କରାଚିରେ ନାମ ବଦଳାଇ ରହୁଛି। ଏବେ କିନ୍ତୁ ଖବର ଆସୁଛି ଯେ,ଦାଉଦ୍ ପାକିସ୍ତାନରୁ ଜାଲ୍ ପାସପୋର୍ଟ ଜରିଆରେ ବିଭିନ୍ନ ଦେଶ ବୁଲୁଛି। ନିଜ ସାମ୍ରାଜ୍ୟର ସୁରକ୍ଷା ପାଇଁ ଦାଉଦ୍ ନୂଆନୂଆ ସାଥୀ ତିଆରି କରୁଛି। ଏହି କ୍ରମରେ ଦାଉଦ୍ ନୂଆ ମାଫିଆ ଲରେନ୍ସ ବିଷ୍ନୋଇ ସହିତ ମେଣ୍ଟ କରିଛି ବୋଲି କୁହାଯାଉଛି। କୁହାଯାଉଛି ଯେ, ଦାଉଦ୍ ଓ ଲରେନ୍ସର ଭାଇ ମଧ୍ୟରେ ସର୍ବିଆରେ ମିଟିଂ ହୋଇଛି। ଯାହା ଭାରତୀୟ ସୁରକ୍ଷା ଏଜେନ୍ସିଙ୍କୁ ଚମକାଇ ଦେଇଛି। ଯାହାକୁ ସେମାନେ ଗତ 30 ବର୍ଷ ଧରି ଖୋଜି ଆସୁଛନ୍ତି ସିଏ କେମିତି ପାକିସ୍ତାନରୁ ବାହାରି ସର୍ବିଆ ଗଲା କିନ୍ତୁ ସେମାନେ କିଛି ଜାଣି ପାରିଲେ ନାହିଁ,ଏହା ଭାରତୀୟ ସୁରକ୍ଷା ଏଜେନ୍ସିଙ୍କୁ ଚମକାଇ ଦେଇଛି।

ଅନମୋଲ ଲରେନ୍ସ ଦାଉଦ୍ ଭେଟଘାଟ୍

After 2nd paragraph post ads

ସୂଚନା ଅନୁସାରେ ଗତବର୍ଷ ଭାରତ ଛାଡି ଦେଇଥିବା ବେଳେ କାଲିଫର୍ଣ୍ଣିଆରେ ରହି ଆସୁଥିଲା ଅନମୋଲ ଲରେନ୍ସ । ଏକ ବିବାହ ଭୋଜିରେ ଅନମୋଲ ଯୋଗ ଦେଇଥିବା ନେଇ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ତେବେ ଅନୁସନ୍ଧାନକାରୀ ସଂସ୍ଥାମାନଙ୍କର ନଜରରୁ ବର୍ତ୍ତିବା ପାଇଁ ଅନମୋଲ ଏଭଳି ଲୁଚକାଳି ଖେଳୁଥିବା ନେଇ କୁହାଯାଉଛି। ଏହା ଛଡ଼ା ଆଇଏସଆଇ ଅନମୋଲକୁ ମଧ୍ୟ ପାସପୋର୍ଟ ଯୋଗାଇ ଦେଉଥିବା କଥା ସନ୍ଦେହ ଘେରକୁ ଆସିଛି।

Middle post content

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ସହ ପୁଣି ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଏହି ଯୋଡି ଏକ ବଡ ଷଡଯନ୍ତ୍ରର ସଂକେତ କହିଲେ କିଛି ଭୁଲ ହେବନି। ଲରେନ୍ସ ଏବଂ ଦାଉଦ ଏକ ବଡ ଷଡଯନ୍ତ୍ରର ଯୋଜନା କରୁଛନ୍ତି! ଏଠାରେ ମୁମ୍ବାଇ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅନମୋଲ ଏବଂ ଦାଉଦ ଏକ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି | ଅନମୋଲ ହେଉଛନ୍ତି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ, ଯାହାର ପ୍ଲାନ ଏବଂ ଅନୁମତି ପରେ ହିଁ ଏହି ସାକ୍ଷାତକାର ସମ୍ଭବ ହୋଇପାରିଛି। ସୂଚନା ଅନୁସାରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୦୦ରୁ ଅଧିକ ସୁଟର ରହିଛନ୍ତି। କୁହାଯାଉଛି କି ସେମାନଙ୍କ ଏହି ଗ୍ୟାଙ୍ଗ ଏବେ ମୁମ୍ବାଇ ପହଂଚି ସାରିଲାଣି।

ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ପାକିସ୍ତାନରୁ ବାହାରକୁ ଯିବାର କାରଣ ?

କୁହାଯାଉଛି ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ଏବେ ବୁଢା ହେବା ସହ ରୋଗୀଣା ହୋଇସାରିଲାଣି। ସର୍ବିଆରେ ଅନମୋଲଙ୍କ ସହ ହୋଇଥିବା ଏହି ସାକ୍ଷାତର ଏସବୁ ଖବର ଉପରେ ପରଦା ଉଠାଇଛି। ଏବେ ବି ଦାଉଦ ଖୁବ ଫୁର୍ତ୍ତି ଥିବା ସହ କଳା କାରନାମାର ସାମ୍ରାଜ୍ୟକୁ ବିସ୍ତାର କରିବାରେ ଲାଗିଛି। ନିଜର ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ସେ କେବେ ବି ପାକିସ୍ତାନ ବାହାରକୁ ଯାଇ ପାରେ ଏଥିରେ କୌଣସି ସନ୍ଦେହ ନାହିଁ । କୁହାଯାଉଛି ଦାଉଦର ପ୍ରଥମ ପତ୍ନୀ ମହଜାବିନ ଦୁବାଇରେ ରୁହନ୍ତି। ଅନ୍ୟପଟେ ଦାଉଦର ଜ୍ବାଇଁ ନିଜେ ଏନଆଇଏକୁ କହିଥିଲେ ଯେ ଦାଉଦ ଅନ୍ୟ ଏକ ଝିଅକୁ ବିବାହ କରି ନେଇଛି। ତେବେ ଦାଉଦର ଦ୍ବିତୀୟ ପତ୍ନୀ ଏବେ ପାକିସ୍ତାନରେ କିମ୍ବା ବାହାରେ ତାହା ସନ୍ଦେହ ଘେରରେ। ଏଠାରେ ଏହି ଦ୍ବିତୀୟ ପତ୍ନୀ ପାଇଁ ଦାଉଦ ପାକିସ୍ତାନ ବାହାରକୁ ଯାଇ ଥାଇ ପାରେ ବୋଲି ଆକଳନ କରାଯାଉଛି।

ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଯାଂଚ ପରେ ଏହା ସ୍ପଷ୍ଟ ହୋଇଛି ଯେ, ମୁମ୍ବାଇର ଲରେନ୍ସ ବିଷ୍ଣୋଇର ପ୍ରଥମ ଟାର୍ଗେଟ ରହିଛନ୍ତି ଅଭିନେତା ସଲମାନ ଖାନ। ଅନ୍ୟପଟେ ଏହି ମାଫିଆ ଗ୍ୟାଙ୍ଗ ନିଜର ମୁଖ୍ୟ ଅଡ୍ଡା ଭାବେ ମୁମ୍ବାଇକୁ ବାଛି ସାରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ । ଅନ୍ୟପଟେ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଥିବା ଅନେକ ପ୍ରତିଦ୍ବନ୍ଦୀ ଗ୍ୟାଙ୍ଗଙ୍କ ଅସ୍ତିତ୍ବ ଧୀରେ ଧିରେ ହଜି ସାରିଲାଣି। ଏଭଳି ସ୍ଥିତିରେ ଲରେନ୍ସ ବିଷ୍ନୋଇର ଗ୍ୟାଙ୍ଗର ଆବିର୍ଭାବକୁ ନିଜ ପାଇଁ ବିପଦ ବୋଲି ଆକଳନ କରି ହୁଏତ ଦାଉଦ ଲରେନ୍ସ ବିଷ୍ନୋଇଙ୍କ ସହ ବନ୍ଧୁତ୍ୱର ହାତ ବଢାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami