ଜୁନାଗଡ଼ରେ ୫ଟି ଅଧ୍ୟକ୍ଷଙ୍କ ପ୍ରଚାର

Above Post Content

ଜୁନାଗଡ଼: କଳାହାଣ୍ଡି ସାଂସଦ ଓ ଜୁନାଗଡ ବିଧାୟକ ପ୍ରାର୍ଥୀଙ୍କୁ ଏତେ ଭୋଟରେ ଜିତାନ୍ତୁ ଯେ, ବିରୋଧୀ ଦଳର ମୁହଁ ବନ୍ଦ ହୋଇଯିବ ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ବିରୋଧୀ ସବୁବେଳେ ଅପପ୍ରଚାର କରୁଛନ୍ତି । ସେମାନଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ । ଜୁନାଗଡରେ ନିର୍ବାଚନ ପ୍ରଚାର ସମୟରେ ଏଭଳି ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ । ଜୁନାଗଡରେ ତାତିକୁ ଖାତିର ନକରି ୫ଟି ଅଧ୍ୟକ୍ଷଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏଠାରେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ । ୨୦୧୯ରେ ଯେଉଁ ନେତା କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ ନିର୍ବାଚନ ପରେ ଆଉ ଦେଖାଦେଲେନି । ଜୁନାଗଡବାସୀ ୨୦୧୯ର ସାଂସଦ ତାଙ୍କ ପାଇଁ କଣ କରିଛନ୍ତି ବୋଲି ଥରେ ଭାବନ୍ତୁ ବୋଲି କହିଥିଲେ ପାଣ୍ଡିଆନ ।

Middle post content

ଜୁନାଗଡ଼ବାସୀଙ୍କ ପାଇଁ ଅନେକ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

After 2nd paragraph post ads

ଏହାସହ ଗତ ମେ ମାସରେ ମିଳିଥିବା ଆବେଦନ ଆଧାରରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ସେ ହିସାବ ଦେଇଛନ୍ତି । କେବଳ ଜୁନାଗଡ ନିର୍ବାଚନମଣ୍ଡଳୀ ପାଇଁ ୨୨୫ କୋଟିଙ୍କ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ମା ଲଙ୍କେଶ୍ୱରୀ ମନ୍ଦିର ପାଇଁ ଅଢେଇ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଇନ୍ଦ୍ରାବତୀ ଦକ୍ଷିଣ ପଟ କେନାଲ ପାଇଁ ୧୫୦ କୋଟି ଟଙ୍କା ମଂଜୁର ହୋଇଛି । ୨ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବିନା ସୁଧରେ ଋଣ ମିଳିଛି । ଜୁନାଗଡର ୯୦ ହଜାର ହିତାଧିକାରୀ ବିଏସକେୱାଇ ଯୋଜନାରେ ସାମିଲ ହୋଇ ୩୦ କୋଟି ୪୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇଛନ୍ତି । ତେବେ ଅନ୍ୟ ରାଜ୍ୟରେ ମାତ୍ର ୧୫ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳୁଥିବା ବେଳେ ଓଡିଶାରେ ୯୮ ପ୍ରତିଶତ ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି । ପୋଷ୍ଟ ମାଟ୍ରିକ ସ୍କଲାରସିପ ସହ ନୂଆ-ଓ ସ୍କଲାରସିପ ବି ପାଉଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଜୁନାଗଡ ପାଇଁ ଏତେ କାମ କରୁଛନ୍ତି, ଏବେ ତାଙ୍କୁ ସମ୍ମାନିତ କରିବାର ସମୟ ଆସିଛି ବୋଲି କହିଛନ୍ତି ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami