ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ

Above Post Content

ଓମିକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ୟୁରୋପରେ ଫ୍ଲୁ ମାମଲା ବଢିବାରେ ଲାଗିଛିଫ୍ଲୁ ଓ କରୋନା ଭାଇରସ ମହାମାରୀ ଏକା ସାଙ୍ଗରେ ବଢିବାକୁ ଟ୍ୱାଇନଡେମିକ୍ ନାମ ଦିଆଯାଇଛି । ଏହି ସ୍ଥିତି ୟୁରୋପ ପାଇଁ କେତେ ବିପଜ୍ଜନକ ତାହା ଗତବର୍ଷର ମାମଲାରୁ ବୁଝା ଯାଇପାରେ । ଗତ ବର୍ଷ ଯେତିକି ପରିମାଣରେ ଫ୍ଲୁ ମାମଲା ଆଶଙ୍କା କରାଯାଉଥିଲା ତା’ଠାରୁ ଢେର ଅଧିକ ମାମଲା ୟୁରୋପରେ ଦେଖିବାକୁ ମିଳିଥିଲା । ଏବେ ୟୁରୋପର ଅନେକ ଦେଶରେ ଦୁଇ ପ୍ରକାରର ମାମଲା ବଢିବାର ଆଶଙ୍କା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଫ୍ଲୁ କାରଣରୁ ୬ ଲକ୍ଷ ୬୫ ହଜାର ମୃତ୍ୟୁ ହୋଇଥାଏ । ବିଶେଷଜ୍ଞଙ୍କ କହିବା ହେଉଛି କୋଭିଡ୍ ମଧ୍ୟରେ ଫ୍ଲୁ ମାମଲା ବଢିବା ଦ୍ୱାରା ସ୍ୱାସ୍ଥ୍ୟ ସେବା ଉପରେ ସିଧାସଳଖ ଓ ଜୋରଦାର ପ୍ରଭାବ ପଡିବ ।

କ’ଣ ପାଇଁ ଆସିଲା ଟ୍ୱାଇନଡେମିକ୍ ?

After 2nd paragraph post ads

ଏକ ରିପୋର୍ଟ ଅନୁସାରେ ଡେଲଟା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବିଶ୍ୱରେ ସାମାଜିକ ଦୂରତା ନିୟମ ଢିଲା ହୋଇଥିଲା । ସାମାଜିକ ଦୂରତା ନିୟମ ହାଲୁକା ହେବା ଓ ମାସ୍କ୍ ପିନ୍ଧିବାରେ ଅବହେଳା କାରଣରୁ ଟ୍ୱାଇନଡେମିକ୍ ଆସିଛି । ଏହାର ଆହୁରି ମଧ୍ୟ ଅନେକ କାରଣ ରହିଛି । ୨୦୨୦ରେ ଲୋକଙ୍କ ମଧ୍ୟରେ ଇନଫ୍ଲୁଏନଜା ସଂକ୍ରମଣ କାରଣରୁ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥିଲା । ଯାହା ଭାଇରସକୁ ସଂକ୍ରମଣ ପ୍ରସାର କରିବାରେ ସାହାଯ୍ୟ କରିଥିଲା । ତେଣୁ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଟ୍ୱାଇନଡେମିକର ଆଉ ଗୋଟିଏ କାରଣ

Middle post content

କେମିତି ଜାଣିବେ ଫ୍ଲୁ ହୋଇଛି ନା କୋଭିଡ୍ ?

ଏମିତିରେ ଫ୍ଲୁ ଓ କୋଭିଡର ଲକ୍ଷଣରେ ସମାନତା ରହିଛି । ତେବେ କିଛି ମାତ୍ରାରେ ଏହି ଦୁଇଟିକୁ ଚିହ୍ନଟ କରି ହେବ । ସାଧାରଣତଃ ଫ୍ଲୁ ସଂକ୍ରମଣ ହେବାରେ ୩ରୁ ୪ ଦିନ ପରେ ଲକ୍ଷଣ ଦେଖାଯାଇଥାଏ । ଆମେରିକୀୟ ଏଜେନ୍ସି ସିଡିସି ଅନୁସାରେ ଜର, କାଶ, ଗଳା ଦରଜ, ନାକ ବୋହିବା,ମୁଣ୍ଡବିନ୍ଧା,ମାଂସପେଶିରେ ଯନ୍ତ୍ରଣା, ଥକାପଣ ଓ ଡାଇରିଆ ଫ୍ଲୁ’ର ଲକ୍ଷଣ ହୋଇଥାଏ । ଅନ୍ୟପକ୍ଷରେ କୋଭିଡ୍ ସଂକ୍ରମିତ ହେଲେ ଲକ୍ଷଣ ୨ରୁ ୧୪ ଦିନ ମଧ୍ୟରେ ଦେଖାଯାଇଥାଏ । ନିଶ୍ୱାସ ନେବାରେ ସମସ୍ୟା, କମ୍ପ ଆସିବା, ଖାଇବା ସ୍ୱାଦ ବାରି ନପାରିବା ଓ ଗନ୍ଧ ନଜାଣି ପାରିବା ହେଉଛି କୋଭିଡର ଲକ୍ଷଣ ।

ଫ୍ଲୋରୋନାର ଉଦାହରଣ ସାମ୍ନାରେ ଅଛି, ତେଣୁ ରୁହନ୍ତୁ ସତର୍କ

ଦୁଇ ପ୍ରକାରର ସଂକ୍ରମଣର ବିପଦ ରହିଛି । ଆଉ ଗୋଟିଏ କଥା ହେଉଛି ଫ୍ଲୁ ଓ କରୋନାର ସଂକ୍ରମଣ ଗୋଟିଏ ସମୟରେ ଜଣେ ବ୍ୟକ୍ତିଙ୍କ ଠାରେ ରହିପାରେ । ନିକଟରେ ଇସ୍ରାଏଲର ଜଣେ ଗର୍ଭବତୀ ମହିଳାଙ୍କଠାରେ ସାମ୍ନାକୁ ଆସିଥିବା ଫ୍ଲୋରୋନା ଏହାର ଉଦାହରଣ । ଯେଉଁଥିରେ ଦୁଇ ପ୍ରକାରର ଭାଇରସ ଥିବାର ପ୍ରମାଣିତ ହୋଇଥିଲା । ତେଣୁ ଏଭଳି ମାମଲାରୁ ବଂଚିବାକୁ ହେଲେ ସତର୍କ ରହିବାକୁ ପଡିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami