40 ବର୍ଷ ତଳର ସେହି ପୁରୁଣା ପ୍ରେମକାହାଣୀ ଅଖିଳେଶଙ୍କୁ ଆଗାମୀ ୪୯ ଦିନ ପାଇଁ ଦେବ ଯନ୍ତ୍ରଣା

Above Post Content

ଅଖିଳେଶଙ୍କୁ ସେତେବେଳେ ୯ ବର୍ଷ ହୋଇଥିଲା । ନା ସେ ରାଜନୀତିକୁ ବୁଝୁଥିଲେ ନା ପ୍ରେମ ଅଢେଇ ଅକ୍ଷର ବୋଲି ଜାଣିଥିଲେ । ସେତେବେଳେ ସେ ଜାଣିନଥିଲେ ଯେ, ତାଙ୍କ ଘରେ ଏବେ ଯାହା କିଛି ଘଟୁଛି ତାହା ଆଗକୁ ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ଜାନୁଆରୀ ୧୯ ୨୦୨୨ରେ ଅଖିଳେଶ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେଥିରେ ତାଙ୍କୁ ଭାଇ ବୋହୂ ଅପର୍ଣ୍ଣା ଯାଦବଙ୍କ ବିଜେପିରେ ସାମିଲ ହେବା ନେଇ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଅଖିଳେଶ ବାସ ଏତିକି କହିଥିଲେ ଯେ, ତାଙ୍କୁ ଶୁଭେଛା

କାହାଣୀର ଆରମ୍ଭ ୪୦ ବର୍ଷ ତଳେ..

After 2nd paragraph post ads

୧୯୮୨ ମସିହାର କଥା । କଂଗ୍ରେସ ଶକ୍ତ ହୋଇ ପୁଣି କ୍ଷମତାକୁ ଫେରିଥିଲା କିନ୍ତୁ ତଥାପି ଏହା ବିଘଟନର ରାସ୍ତାରେ ଥିଲା । ଆଂଚଳିକ ଶକ୍ତି ସବୁ କଂଗ୍ରେସର ରାଜନୈତିକ ଭିତ୍ତିଭୂମିକୁ ଚ୍ୟାଲେଂଜ୍ କରିବାକୁ ପ୍ରସ୍ତୁତ ହେଉଥିଲେ । ବିଶେଷକରି ଉତ୍ତର ପ୍ରଦେଶରେ ଜଣେ ନେତା ଲୋକଙ୍କ ମଧ୍ୟରେ ବେସ ପରିଚିତ ଥିଲେ । ନାମ ଥିଲା ମୁଲାୟମ ସିଂ ଯାଦବ । ବୟସ ୪୩ । କଳା ନିଶ ସହ ମୁହଁରେ ହସ ଲୋକଙ୍କୁ ତାଙ୍କ ଆଡକୁ ଟାଣୁଥିଲା । ସେତେବେଳେ ସମାଜବାଦୀ ପାର୍ଟି ନଥିଲା । ଥିଲା ରାଷ୍ଟ୍ରୀୟ ଲୋକଦଳ ଔରେୟାର ବାସିନ୍ଦା କମଳାପତିଙ୍କ ୨୩ ବର୍ଷିୟ ଝିଅ ସାଧନା ଯାଦବ ମଧ୍ୟ ରାଜନୀତିରେ ରୂଚି ରଖୁଥିଲେ । କିଛି ରାଜନୈତିକ କାର୍ଯ୍ୟକ୍ରମ କାଳରେ ସାଧନା ଓ ମୁଲାୟମଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା । ଏହି ଦେଖାଚାହାଁ ପରେ ପ୍ରେମରେ ବଦଳି ଯାଇଥିଲା । ଆଉ ଏହି ଲୁଚାଚୋରା ପ୍ରେମ ବାବଦରେ କେହି ମଧ୍ୟ ଟେର ପାଇନଥିଲେ । କେବଳ ଜଣେ ବ୍ୟକ୍ତି ଜାଣିଥିଲେ ନେତାଜୀଙ୍କୁ ପ୍ରେମ ଘାରିଛି । ସେହି ବ୍ୟକ୍ତିଙ୍କ ନାମ ଥିଲା ଅମର ସିଂହ । ଅମର ସିଂହ ଆଜି ନାହାନ୍ତି କିନ୍ତୁ କାହାଣୀ ଅଛି ।

ଏମିତି ମୁଲାୟମଙ୍କ ପ୍ରେମରୁ ଉଠିଥିଲା ପରଦା..

ଜଣେ ଲେଖିକା ଅଛନ୍ତି । ନାଁ ହେଉଛି ସୁନିତା ଏରୋନ୍ । ସେ ଅଖିଳେଶଙ୍କ ବାୟୋଗ୍ରାଫି ‘ବଦଲାବ କି ଲହର’ ଲେଖିଛନ୍ତି । ଏହି ବହିର କିଛି ପୃଷ୍ଠା ମୁଲାୟମଙ୍କ ପ୍ରେମକୁ ଉତ୍ସର୍ଗ ହୋଇଥିଲା । ଏରୋନଙ୍କ ଅନୁସାରେ ଆରମ୍ଭରେ ମୁଲାୟମ ଓ ସାଧାନାଙ୍କ ମଧ୍ୟରେ ସାକ୍ଷାତ ସୌଜନ୍ୟମୁଳକ ଥିଲା । ମୁଲାୟମଙ୍କ ମା’ଙ୍କ ପାଇଁ ଉଭୟ ପରସ୍ପରର ନିକଟତର ହୋଇଥିଲେମୁଲାୟମଙ୍କ ମା’ ମୁର୍ତ୍ତି ଦେବୀ ରୋଗଶଯ୍ୟାରେ ଥିବା ବେଳେ ଜଣେ ନର୍ସ ଭୁଲ ଇଂଜେକ୍ସନ ଦେବାକୁ ଯାଉଥିଲେ । ଏହି ସମୟରେ ସାଧନା ନର୍ସକୁ ଅଟକାଇ ମୁର୍ତ୍ତି ଦେବୀଙ୍କ ଜୀବନ ବଂଚାଇଥିଲେ । ଏହାପରେ ମୁଲାୟମ ସାଧନାଙ୍କୁ ଭଲ ପାଇବାରେ ଲାଗିଥିଲେ । ସେତେବେଳେ ଅଖିଳେଶ ସ୍କୁଲରେ ପଢୁଥିଲେ ।

Middle post content

ଅଖିଳେଶଙ୍କୁ ଚାପୁଡା ମାରିଥିଲେ ସାଧନା

କାରୱାଁ ମେଗାଜିନରେ ନେହା ଦିକ୍ଷିତଙ୍କ ଏକ ରିପୋର୍ଟରେ ଏହି କାହାଣୀ ପ୍ରକାଶିତ ହୋଇଥିଲା । ଯାଦବ ପରିବାରର ଜଣେ ସଦସ୍ୟଙ୍କ ନାମ ପ୍ରକାଶ ନକରି ନେହା ରିପୋର୍ଟରେ ଲେଖିଥିଲେ ଯେ, ୧୯୮୮ରେ ମୁଲାୟମ ଅଖିଳେଶଙ୍କୁ ନେଇ ସାଧନାଙ୍କ ଘରକୁ ଯାଇଥିଲେସେତେବେଳେ ଅଖିଳେଶଙ୍କୁ ୧୫ ବର୍ଷ ହୋଇଥିଲା । କିନ୍ତୁ କେହି କାହାକୁ ପସନ୍ଦ କରିନଥିଲେ । ଥରେ କୌଣସି କାରଣରୁ ବିରକ୍ତ ହୋଇ ସାଧନା ଅଖିଳେଶଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ଏହାପରେ ଅଖିଳେଶଙ୍କୁ ପଢିବା ପାଇଁ ପିତା ମୁଲାୟମ ଘରୁ ବାହାରକୁ ପଠାଇ ଦେଇଥିଲେ

କିନ୍ତୁ ଆପଣ ଯଦି ଭାବୁଛନ୍ତି କାହାଣୀ ସରିଗଲା ତେବେ ଭୁଲ । କାହାଣୀ ଆହୁରି ଅଛି । ମୁଲାୟମ ଓ ସାଧନା ପ୍ରେମକାହାଣୀରେ ୨୦୦୫ରେ ଏଣ୍ଟ୍ରି ହୋଇଥିଲା ବିଶ୍ୱନାଥ ଚତୁର୍ବେଦୀଙ୍କରଚତୁର୍ବେଦୀ ହିଁ ଥିଲେ ସେହି ବ୍ୟକ୍ତି ଯିଏ ମୁଲାୟମଙ୍କ ଗୁପ୍ତ ପ୍ରେମ କାହାଣୀକୁ ପବ୍ଲିକ କରି ଦେଇଥିଲେ । ୨୦୦୫ରେ ବିଶ୍ୱନାଥ ସୁପ୍ରିମକୋର୍ଟରେ ଏକ ସତ୍ୟାପଠ ଦାଖଲ କରି ପଚାରିଥିଲେ ଯେ, ୧୯୭୯ ମସିହାରେ ୭୯ ହଜାରଟଙ୍କାର ସମ୍ପତ୍ତି ଥିବା ବ୍ୟକ୍ତିଙ୍କ ପାଖକୁ ହଜାର ହଜାର କୋଟି କେମିତି ଆସିଲା ? ସୁପ୍ରିମକୋର୍ଟ କହିଲେ…ସିବିଆଇ ମୁଲାୟମଙ୍କ ସମ୍ପତ୍ତିର ତଦନ୍ତ କରୁ..

ମୁଲାୟମଙ୍କ ସମ୍ପତ୍ତିର ଖୋଳତାଡ ହେଉ ହେଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାଧନା ଗୁପ୍ତା ଓ ତାଙ୍କ ପୁଅଙ୍କ ବାବଦରେ ତଥ୍ୟ ସାମ୍ନାକୁ ଆସିଥିଲା ସିବିଆଇ ରିପୋର୍ଟରେ କୁହାଯାଇଥିଲା ଯେ, ମୁଲାୟମଙ୍କର ଦ୍ୱିତୀୟ ପତ୍ନୀ ଅଛନ୍ତି । ୧୯୯୪ରେ ପ୍ରତିକ ଗୁପ୍ତା ସ୍କୁଲ ଫର୍ମରେ ନିଜ ସ୍ଥାୟୀ ଠିକଣା ଭାବେ ମୁଲାୟମଙ୍କ ସରକାରୀ ବାସଭବନର ଠିକଣା ଦେଇଥିଲେ ମାଙ୍କ ନାମ ସାଧନା ଗୁପ୍ତା ଓ ପିତାଙ୍କ ନାମ ଏମଏସ ଯାଦବ ବୋଲି ସ୍କୁଲ କାଗଜପତ୍ରରେ ଥିଲା । ୨୦୦୦ ମସିହାରେ ପ୍ରତୀକଙ୍କ ଗାର୍ଡିଆନ୍ ଭାବେ ମୁଲାୟମଙ୍କ ନାମ ଲେଖା ଯାଇଥିଲା । ମେ ୨୩ ୨୦୦୩ରେ ମୁଲାୟମ ସାଧନାଙ୍କୁ ନିଜ ପତ୍ନୀର ମର୍ଯ୍ୟଦା ଦେଇଥିଲେଏହାପରେ ସ୍ୱୟଂ ମୁଲାୟମ ସୁପ୍ରିମକୋର୍ଟରେ ୨୦୦୭ରେ ଦାଖଲ କରିଥିଲା ଶପଥପତ୍ରରେ ସାଧନା ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିଥିଲେ ।

ସାଧନାଙ୍କ ସହିତ ସମ୍ପର୍କ ପରେ ହିଁ ମୁଲାୟମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେଣୁ ସେ ସାଧନାଙ୍କୁ ଲକି ବୋଲି ଭାବୁଥିଲେ । ଏବେ କିନ୍ତୁ ପୁଅ ଅଖିଳେଶ ନିଶ୍ଚିତ ରୂପେ ପିତାଙ୍କ ଏହି ପ୍ରେମ କାହାଣୀକୁ ପଛରେ ରଖି ଆଗକୁ ବଢିବାକୁ ଚାହିଁବେ । ତେବେ ସମସ୍ୟା ହେଉଛି ଭାଇବୋହୂ ଅପର୍ଣ୍ଣା ଯେମିତି ବିଜେପିରେ ସାମିଲ ହୋଇଛନ୍ତି ତାହା ଯାଦବ ପରିବାରକୁ ନିଶ୍ଚିତ ଭାବେ ବ୍ୟାକଫୁଟକୁ ନେଇଛି ଓ ଆଗାମୀ ୪୯ ଦିନ ଯାଏ ଗଣତି ନସରିବା ପର୍ଯ୍ୟନ୍ତ ଅଖିଳେଶଙ୍କୁ ସେହି ୪୦ ବର୍ଷର ପୁରୁଣା ପ୍ରେମ କାହାଣୀ ବ୍ୟତିବ୍ୟସ୍ତ କରିବ…

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami