ଚୀନର ଗୋଟିଏ କମ୍ପାନିକୁ ନେଇ ୟୁରୋପରେ ଆତଙ୍କ ! କମ୍ପାନୀ ପଛରେ ଲାଲ୍ ସେନା ?

Above Post Content

ଚୀନ କମ୍ପାନୀଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ କିଛି ନୂଆ ନୁହେଁ । ଏବେ ଚୀନର ଆଉ ଗୋଟିଏ କମ୍ପାନୀ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ଆସିଛି । ଖାଲି ଆସିନାହିଁ ଏହି କମ୍ପାନୀକୁ ନେଇ ୟୁରୋପର ଅନେକ ଦେଶର ଆତଙ୍କ ସୃଷ୍ଟି ହୋଇଛିକାରଣ ଏହି କମ୍ପାନୀ ଦ୍ୱାରା ତିଆରି ଉପକରଣକୁ ୟୁରୋପୀୟ ରାଷ୍ଟ୍ର ସବୁ ସୁରକ୍ଷା ପାଇଁ ବ୍ୟବହାର କରନ୍ତି । ଚିନ୍ ସେନା ଏହି କମ୍ପାନୀକୁ ନିୟନ୍ତ୍ରଣ କରୁଛି ବୋଲି ସୂଚନା ମିଳିବା ପରେ ୟୁରୋପରେ ଆତଙ୍କ ସୃଷ୍ଟି ହୋଇଛି ।

କମ୍ପାନୀର ନାମ Nuctech

After 2nd paragraph post ads

ଏପିର ଏକ ରିପୋର୍ଟ ଅନୁସାରେ ଦାବୋସର ୱାର୍ଲଡ୍ ଇକୋନମିକ୍ ଫୋରମ, ୟୁରୋପର ବଡ଼ ବଡ଼ ବନ୍ଦର, ଆର୍ମସଡ୍ରମଠାରୁ ଆଥେନ୍ସ ପର୍ଯ୍ୟନ୍ତ ବିମାନ ବନ୍ଦର ଓ ଋଷ ତଥା ନାଟୋ ଏହି କମ୍ପାନୀର ଉପକରଣ ବ୍ୟବହାର କରନ୍ତି । ଏହି କମ୍ପାନୀ କାର୍ଗୋ ଓ ସ୍କାନର୍ସ ତିଆରି କରୁଥିବା ଦୁନିଆର ସବୁଠାରୁ ବଡ଼ କମ୍ପାନୀ । ଆମେରିକ ରାଷ୍ଟ୍ରୀୟ ସୁରକ୍ଷାର କାରଣ ଦର୍ଶାଇ ଏହି କମ୍ପାନୀ ଉପରେ କିଛି ବର୍ଷ ତଳେ ବ୍ୟାନ୍ ଲଗାଇଥିଲା । କିନ୍ତୁ ଏହି କମ୍ପାନୀ ୟୁରୋପରେ ବେଧଡକ ନିଜ ବ୍ୟବସାୟ ଜାରି ରଖିଛି ।

ଚିନ୍ତାର କାରଣ କ’ଣ ?

ଏବେ ୟୁରୋପୀୟ ସଂଘର ୨୭ ଦେଶ ମଧ୍ୟରୁ ୨୬ ଟି ଦେଶ ଏହି କମ୍ପାନୀ ପ୍ରସ୍ତୁତ ଉପକରଣ ବ୍ୟବହାର କରୁଛନ୍ତି । Nuctech କମ୍ପାନୀର ମାଲିକ କିଏ ତାକୁ ନେଇ ମଧ୍ୟ ସଠିକ ତଥ୍ୟ ନାହିଁ । କିନ୍ତୁ ଏହି କମ୍ପାନୀ ଦୁନିଆରେ ଦ୍ରୁତଗତିରେ ନିଜ ବ୍ୟବସାୟ ବୃଦ୍ଧି କରିବାରେ ଲାଗିଛି । ବିଶେଷକରି ପାଶ୍ଚତ୍ୟ ଦେଶରେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

Middle post content

ୟୁରୋପୀୟ ଦେଶର ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ହେଉଛି ଯେ, ଚୀନ ସେନା ଏହି କମ୍ପାନୀ ଜରିଆରେ ସେମାନଙ୍କ ଡାଟା ଚୋରାଉଛି । ବିଶେଷଜ୍ଞଙ୍କ ଅନୁସାରେ Nuctechକୁ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ କରିବାକୁ ଚୀନ୍ ସରକାର ସବସିଡି ଦେଉଛି । ଏହି କମ୍ପାନୀ ଜରିଆରେ ଚୀନ୍ ଅନ୍ୟଦେଶର ସମ୍ବେଦନଶୀଳ ଡାଟା ହାସଲ କରୁଛି ବୋଲି ବିଶେଷଜ୍ଞଙ୍କ ମତ ।

ଟ୍ରେଡ୍ ସିକ୍ରେଟକୁ ବିପଦ

ହଲାଣ୍ଡ ପ୍ରତିରକ୍ଷା ବିଭାଗ ଅନୁସାରେ ଚୀନ୍ କମ୍ପାନୀ ଯେଉଁ ସବୁ ଡାଟା ପ୍ରୋସେସ୍ କରୁଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ । ଯାହାକି ୟୁରୋପୀୟ ଦେଶଙ୍କ ଟ୍ରେଡ୍ ସିକ୍ରେଟ ପାଇଁ ବିପଦ । ଆମେ ଏଭଳି ଏକ ଦେଶ ଉପରେ ନିର୍ଭରଶୀଳ ଯାହା ଆମର ଜିଓ ପଲିଟିକାଲ ଶତ୍ରୁ ଓ ରଣନୈତିକ ପ୍ରତିଦ୍ୱନ୍ଦ୍ୱୀ

ମାଲିକ କିଏ ?

Nuctech ଲୋକ ଓ ସେମାନଙ୍କ ସାମଗ୍ରୀକୁ ସ୍କାନିଂ କରିବା ସିଷ୍ଟମ ତିଆରି କରିବା ସହିତ ବିସ୍ଫୋରକ ଠାବ କରିବା ଉପକରଣ ଓ ଚେହେରା ପଢି ପାରୁଥଇବା ସ୍କାନର ତିଆରି କରିଥାଏ । ଏହା ସହିତ ଏହା ଶରିର ତାପମାନ, ଆଇଡି କାର୍ଡ୍ ଓ ଟିକେଟ୍ ଚିହ୍ନଟ ପାଇଁ ଇଣ୍ଟରକନେକ୍ଟେଡ୍ ଡିଭାଇସ ତିଆରି କରିଥାଏ । ଚୀନର ଆଇନ ଅନୁସାରେ ସରକାର ଯେକୌଣସି କମ୍ପାନୀକୁ ଏହାର ଡାଟା ମାଗିପାରିବେ ଓ କମ୍ପାନୀ ଦେବାକୁ ବାଧ୍ୟ । ଏହି କମ୍ପାନୀର ମାଲିକାନା ଢାଞ୍ଚା ଏତେ ଜଟିଳ ଯେ, ଏହାର ଅସଲ ମାଲିକ କିଏ ତାହା ଜାଣିବା କାଠିକର ପାଠ । ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ଏହି କମ୍ପାନୀର ସମ୍ପର୍କ ଚୀନ ସେନା ସହିତ ରହିଛି । ତେବେ Nuctech ଏଭଳି ଅଭିଯୋଗକୁ ଖଣ୍ଡନ କରୁଛି । ଏହା ଅନୁସାରେ ସେମାନେ ସ୍ଥାନୀୟ ଆଇନକୁ ମାନି ବ୍ୟବସାୟ କରନ୍ତି । ଚୀନ୍ ସରକାର ସହିତ ନିଜ ମହକିଲଙ୍କ ଡାଟା ବା ତଥ୍ୟ ସେୟାର କରନ୍ତି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami