୨ ଶହ ଜଣଙ୍କୁ ମୁଖାଗ୍ନି ଦେଲେଣି ପ୍ରଶାନ୍ତ

Above Post Content

ରାଜନୀତି ପରେ ପୋଲିସ୍ ଚାକିରି । ଏବେ ସବୁ କାମ ଛାଡ଼ି ଶ୍ମଶାନରେ ସେବକ । ଶ୍ମଶାନକୁ ଗଲେ ସମସ୍ତେ ତାଙ୍କୁ ହିଁ ଖୋଜନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ସହରର ପୂର୍ବତନ କାଉନ୍‌ସିଲର ତଥା ବିଜିପୁର ବାସିନ୍ଦା ପ୍ରଶାନ୍ତ କୁମାର ସେଠୀ । ତାଙ୍କୁ ବର୍ତମାନ ୪୭ ବର୍ଷ । ୧୭ ବର୍ଷ ବୟସରୁ ହିଁ ଅସହାୟଙ୍କ ଶବକୁ କାନ୍ଧ ଦେଇ ଆସୁଛନ୍ତି ପ୍ରଶାନ୍ତ । ୩୧ ବର୍ଷ ହେଲା ଶବ ସଂସ୍କାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଇତିମଧ୍ୟରେ ପାଖାପାଖି ୧୭୦୦ ଶବ ସଂସ୍କାର କରିଛନ୍ତି ବୋଲି କୁହନ୍ତି ସେ । ଦୁଇ ବର୍ଷ ମଧ୍ୟରେ କୋଭିଡ୍ ସମୟରେ ତାଙ୍କୁ ପାଖାପାଖି ୧ହଜାର ଶବ ସଂସ୍କାର କରିବାକୁ ସୁଯୋଗ ମିଳିଛି । ପ୍ରାୟ ୨ ଶହ ଜଣଙ୍କୁ ସେ ମୁଖାଗ୍ନି ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ । ତାଙ୍କର ଏଭଳି କାର୍ଯ୍ୟକୁ ବ୍ରହ୍ମପୁରବାସୀ ପ୍ରଶଂସା କରିଛନ୍ତି ।

ପ୍ରଶାନ୍ତଙ୍କ କହିବା ପ୍ରକାରେ ତାଙ୍କୁ ଯେତେବେଳେ ୧୭ବର୍ଷ ହୋଇଥିଲା, ସେ ଗୋଟିଏ ଅସହାୟ ଶବକୁ ଦେଖିଥିଲେ । ପ୍ରଥମେ ସେହି ଶବକୁ କାନ୍ଧ ଦେଇଥିଲେ ଏବଂ ମନକୁ ଶାନ୍ତି ମିଳିଥିଲା । ସେବେଠାରୁ ସେ ଶବ ସଂସ୍କାର କରିବାକୁ ଆଗେଇ ଆସିଛନ୍ତି୨୦୦୨ରେ ଉପନିର୍ବାଚନରେ କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିଲେ୨୦୦୬ରେ ପୋଲିସ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ଚାକିରି କିଛି ବର୍ଷ କରିବା ପରେ କୌଣସି କାରଣରୁ ତାଙ୍କୁ ଉକ୍ତ କାର୍ଯ୍ୟରୁ ଅନ୍ତର କରାଯାଇଥିଲା । କିନ୍ତୁ ସେ ଶବ ସଂସ୍କାର କରିବା କାର୍ଯ୍ୟ କେବେ ବି ବନ୍ଦ କରି ନାହାନ୍ତି ।

After 2nd paragraph post ads
Middle post content

କୋଭିଡ୍ ସମୟର ସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଅନେକ ଜାଗାରେ ଲୋକଙ୍କ ମୃତ୍ୟୁ ହେଉଛି କିନ୍ତୁ ପରିବାର ଲୋକେ ଶବ ଉଠାଇବାକୁ ଆସୁନାହାନ୍ତି । ଖବର ଆସିଲେ ସେ ନିଜେ ସେଠାରେ ପହଂଚି ଶବ ଆଣି ସଂସ୍କାର କରୁଛନ୍ତି । କିଛି ଅସହାୟଙ୍କ ଶବ ସଂସ୍କାର ନିଜସ୍ୱ ଉଦ୍ୟମରେ କରିବାକୁ ପଡ଼ିଥାଏ । ଏମିତିକି ଶବ ପୋଡ଼ିବାକୁ ମଧ୍ୟ ସେମାନଙ୍କ ପାଖରେ ସମ୍ବଳ ନ ଥାଏ । ସେମାନଙ୍କ ମଧ୍ୟ ଶବ ସଂସ୍କାର କରିଛି ବୋଲି କହନ୍ତି ପ୍ରଶାନ୍ତ ।

ପ୍ରଶାନ୍ତଙ୍କ କହିବା ମୁତାବକ ବେଳେ ବେଳେ ପରିବାର ଲୋକ ଶବକୁ କାନ୍ଧ ଦେବା ତ ଅଲଗା କଥା, ପୁଅ ଓ ସମ୍ପର୍କୀୟ ମାନେ ମୁଖାଗ୍ନି ଦେବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ।  ଏଭଳି ପ୍ର୍ରାୟ ୨ ଶହ ଜଣଙ୍କ ପରିବାର ଲୋକ ମୁଖାଗ୍ନି ଦେବାକୁ ମଧ୍ୟ ଆସି ନ ଥିଲେ । ସେମାନଙ୍କୁ ସେ ମୁଖାଗ୍ନି ଦେଇଛନ୍ତି । ଶବ ସଂସ୍କାର କରିବା ପରେ ଅସ୍ଥି ରଖିବା ହିନ୍ଦୁ ଧର୍ମରେ ଏକ ବିଧି ରହିଛି । ସେହି କାର୍ଯ୍ୟ ମଧ୍ୟ ସେ କରି ଆସିଛନ୍ତି ବୋଲି କହିଛନ୍ତି । ବିଜିପୁରରେ ନିଜର ଘର ଓ ପରିବାର ଅଛି । ସବୁ ଛାଡ଼ି ଶ୍ମଶାନରେ ସେବକ ସାଜିଛନ୍ତି ପ୍ରଶାନ୍ତ । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କାରଣରୁ କାହାର ଶବ ଗାଁକୁ ନେବା କଷ୍ଟକର ହେଉଛି । ତେଣୁ ପରିବାର ଲୋକ ବ୍ରହ୍ମପୁରରେ ହିଁ ସଂସ୍କାର କରିଦେଉଛନ୍ତି । ଶବ ସଂସ୍କାର କଲେ ସବୁଠୁ ଅଧିକ ପୁଣ୍ୟ ମିଳେ । ତେଣୁ କୌଣସି ଶବକୁ ଅସହାୟ ଭାବେ ଛାଡନ୍ତୁ ନାହିଁ । ମାସେ ହେଲା କିଛି ଯୁବକ ତାଙ୍କୁ ଏହି ଶବ ସଂସ୍କାର କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି ପ୍ରଶାନ୍ତ ।  

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami