ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ..

Above Post Content

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ସଂସଦ ମଧ୍ୟରେ କଥା କଟାକଟିକୁ ନେଇ ରାଜନୀତି ବେସ ଗରମ ଅଛି । ଦାବି କରାଯାଉଛି ଯେ, ସୋନିଆ ସ୍ମୃତିଙ୍କୁ କାଳେ କହିଥିଲେ ୟୁ ଡୋଣ୍ଟ୍ ଟକ୍ ଟୁ ମି ମାନେ ତୁମେ ମୋ ସହିତ କଥା ହୁଅନି । କଥିତ ଭାବେ ସୋନିଆ ସ୍ମୃତିଙ୍କୁ ଏଭଳି କହୁଥିବା ବେଳେ ଉଭୟ ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ଥିଲେ । ସେତେବେଳେ ବାଚସ୍ପତିଙ୍କ ଆସନରେ ଥିଲେ ବିଜେପି ସାଂସଦ ରମା ଦେବୀ । ସେ ଏକ ଘରୋଇ ନ୍ୟୁଜ୍ ଚାନେଲକୁ ସାକ୍ଷାତକାର ଦେଇ ପୁରା ଘଟଣାକ୍ରମ ବାବଦରେ କହିଛନ୍ତି । ସେହିଭଲି ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଏହି ଘଟଣା ବାବଦରେ ମୁହଁ ଖୋଲିଛନ୍ତି । କାରଣ ସୁପ୍ରିୟା ସୋନିଆଙ୍କୁ ଉକ୍ତ ସ୍ଥାନରୁ ଏକରକମ ଯିବାକୁ ବାଧ୍ୟ କରିଥିଲେ । ସୁପ୍ରିୟା ହିଁ ସୋନିଆଙ୍କୁ ନେଇ ଗୃହରୁ ବାହାରକୁ ଯାଇଥିଲେ । ଅନ୍ଯପକ୍ଷରେ ଘଟଣାସ୍ଥଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଥିଲେ । ସେ ମଧ୍ୟ ଘଟଣା ବାବଦରେ ନିଜ ପକ୍ଷ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି । ଆଉ ପ୍ରକୃତରେ ସେତେବେଳେ କ’ଣ ଘଟିଥିଲା ତାହା ଜାଣିବାକୁ ଚେଷ୍ଟା କରିବା ।

ଯାହାଙ୍କ ସମ୍ମୁଖରେ ସବୁକିଛି ହୋଇଥିଲା ସେ କ’ଣ କହୁଛନ୍ତି ?

After 2nd paragraph post ads

ଘଟଣା ଘଟିବା ବେଳେ ବାଚସ୍ପତି ଆସନରେ ଥିଲେ ବିଜେପି ସାଂସଦ ରମା ଦେବୀ । ସେ କହୁଛନ୍ତି ଯେ, ସୋନିଆ ଗାନ୍ଧୀ ରାଗି ଯାଇଥିଲେ । ସେ ପଚାରିଥିଲେ ଯେ, ମୋତେ କାହିଁକି ଏମିତି କୁହାଯାଉଛି । ଉତ୍ତରରେ ମୁଁ କହିଥିଲି ଯେ, ଆପଣ ଯାହାଙ୍କୁ ନେତା ଭାବେ ବାଛିଛନ୍ତି ତାଙ୍କ ସହିତ କଥା ହୁଅନ୍ତୁ । ଆପଣ ଏଭଳି ନେତା ବାଛିଛନ୍ତି ମାନେ ଲୋକ ଆପଣଙ୍କୁ ହିଁ କହିବେ । ଆପଣ ନିଜ ନେତାଙ୍କ ସହିତ କଥା ହୁଅନ୍ତୁ । ଏହି ସମୟରେ ସ୍ମୃତି ସେଠାକୁ ଆସି ତାଙ୍କ କଥା କହିଥିଲେ । ଯାହାକୁ ଶୁଣି ସୋନିଆ ତାଙ୍କୁ କହିଥିଲେ ତୁମ ସହିତ କଥା ହେଉନାହିଁ ।

ରମା ଦେବୀ କହିଛନ୍ତି ଯେ, ସୋନିଆଙ୍କ କଥା ଶୁଣି କଷ୍ଟ ଲାଗିଲାପ୍ରଥମତଃ ଆପଣଙ୍କ ନେତା ଏଭଳି କହିଛନ୍ତି, ତା’ ଉପରେ ଆପଣ ଏଭଳି ଭାଉ ଦେଖାଉଛନ୍ତି । ଆପଣଙ୍କର କହିବାର ଥିଲା ଯେ, ଠିକ୍ ଅଛି ଆମ ନେତା ଯାହା କହିଛନ୍ତି ତାହା ଭୁଲ ସେଥିପାଇଁ ମୁଁ କ୍ଷମା ମାଗୁଛି । କଥା ସରିଥାନ୍ତା । କିନ୍ତୁ ଯେଉଭଳି ନେତା ଆପଣ ବାଛିଛନ୍ତି ସେ ଓଲଟାପାଲଟା କଥା କହୁଛନ୍ତି । ତାଙ୍କୁ ନିୟନ୍ତ୍ରଣରେ ରଖିବା କଥା । ସୋନିଆଙ୍କର ବୁଝିବାର ଥିଲା ଯେ, ଆପଣଙ୍କ ନେତା ଭୁଲ କରିଛନ୍ତି । ଯେଉଁଥିପାଇଁ ଆପଣଙ୍କୁ ଅପମାନିତ ହେବାକୁ ପଡୁଛି । ପିଲା ଯଦି ଭୁଲ କରେ ତେବେ ବାପା-ମାଙ୍କ ନିକଟରେ ଅଭିଯୋଗ କରାଯାଏ । ବାପା ମା’ ଯଦି ବୁଝିବା ସୁଝିବା ହୋଇଥିବେ ତେବେ ସେମାନେ କ୍ଷମା ମାଗନ୍ତି । କିନ୍ତୁ ସୋନିଆ ଭୁଲ ମାଗିବା ବଦଳରେ ଓଲଟା ରାଗିଥିଲେ । ଜଣେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବେ, ଏଭଳି ଭାଷା କେଉଁଠୁ ଆସିଲା ?

Middle post content

ସୀତରମଣଙ୍କ ଦାବି ସୋନିଆ ଧମକ ଦେଉଥିଲେ

ଅନ୍ୟପକ୍ଷରେ ନିର୍ମଳା ସୀତାରମଣଙ୍କ ଦାବି ଯେ, ସୋନିଆ ସ୍ମୃତିଙ୍କୁ ଧମକ ଦେଉଥିଲେ । ୟୁ ଡୋଣ୍ଟ୍ ଟକ୍ ଟୁ ମି ଏଭଳି କହି ସୋନିଆ ଧମକାଉଥିଲେ । ଆପଣ ଭୁଲ ମାଗିବା ବଦଳରେ ଧମକାଉଛନ୍ତି । ଏହା କିଭଳି ବ୍ୟବହାର ? ଆପଣ ଦଳର ସଭାପତି । ଆପଣଙ୍କର ବୁଝିବା କଥା ।

ସୁପ୍ରିୟା କ’ଣ କହିଲେ ?

ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ଅନୁସାରେ ଯେତେବେଳେ ହଙ୍ଗାମା ବଢିଲା ସେତେବେଳେ ସେ ସୋନିଆଙ୍କୁ ନେଇ ସେଠାରୁ ଚାଲି ଯାଇଥିଲେ । ସେ ସୋନିଆଙ୍କୁ ତାଙ୍କ ଗାଡିରେ ବସାଇଥିଲେ । ୧୨.୫ ମିନଟର ସଂସଦ ଶେଷ ହୋଇଥିଲା । ସେତେବେଳେ ସୋନିଆ ଯିବାକୁ ବାହାରୁଥିଲେ । ଏହି ସମୟରେ ଶାସକ ଦଳର କିଛି ସଦସ୍ୟ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ସୋନିଆ ରମାଦେବୀଙ୍କ ସହିତ କଥା ହେବାକୁ ତାଙ୍କ ଆସନ ନିକଟକୁ ଯାଇଥିଲେ । ସୋନିଆ ରମାଦେବୀଙ୍କ ସହିତ କଥା ହେଉଥିବା ବେଳେ ଶାସକ ଦଳର କିଛି ସଦସ୍ୟ ସେଠାକୁ ଆସିଥିଲେ । ଆଉ ତା’ପରେ ଜୋରଦାର ସ୍ୱର ଶୁଭିଥିଲା । ମୁଁ ସେଠାକୁ ଯାଇ ସୋନିଆଙ୍କୁ ଚାଲିଯିବାକୁ ଅନୁରୋଧ କରିଥିଲି । ତାଙ୍କୁ ନେଇ ତାଙ୍କ ଗାଡିରେ ବସାଇଥିଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami