ସୁବ୍ରମଣ୍ୟମଙ୍କ ନିଶାନାରେ କ’ଣ ପାଇଁ ଅକ୍ଷୟ କୁମାର ? ଖିଲାଡିଙ୍କ ସହ କେଉଁଭଳି ଖେଳକରିବା ଚକ୍କରରେ ଅଛନ୍ତି ସ୍ୱାମୀ ?

Above Post Content

ସୁବ୍ରମଣ୍ୟମ ସ୍ୱାମୀ । ଭାରତୀୟ ରାଜନୀତିରେ ଏମିତି ଗୋଟିଏ ନାଁ ଯାହାକୁ ସମସ୍ତେ ଡରନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଯଦି କାହା ପଛରେ ପଡନ୍ତି ତେବେ କ’ଣ ହୁଏ ତାହା ଜାଣିବାକୁ ହେଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ହାଲତ ଉପରେ ନଜର ପକାଇବା ଯଥେଷ୍ଟସୋନିଆ ଓ ପୁଅ ରାହୁଲ ଯଦି ଆଜି ଇଡି ଅଫିସର ଚକର କାଟୁଛନ୍ତି ଓ ଜେଲ ଯିବାର ଡ଼ର ଘାରିଛି ତେବେ ଏହା ପଛରେ ଗୋଟିଏ ନାମ ଅଛିଆଉ ସେହି ନାମ ହେଉଛି ସୁବ୍ରମଣ୍ୟମ ସ୍ୱାମୀ । ତାମିଲନାଡୁରୁ ଆସିଥିବା ଏହି ନେତା କେବେ ଆରଏସଏସର ହିନ୍ଦୁତ୍ୱ କଠୋର ବିରୋଧୀ ଥିଲେଏବେ ହିନ୍ଦୁତ୍ୱର ସବୁଠାରୁ ବଡ଼ ନାମ ହେଉଛି ସ୍ୱାମୀ । ସ୍ୱାମୀଙ୍କ ପାଇଁ ହିଁ ରାମସେତୁ ବଂଚିଯାଇଥିଲା । ନହେଲେ ଉପା ସରକାରର ପ୍ରଥମ ପାଳିରେ ରାମସେତୁ ସମୁଦ୍ର ଭିତରେ ଡୁବି ଯାଇଥାନ୍ତା । ସ୍ୱାମୀଙ୍କୁ ନେଇ ଏତେ ଗୌରଚନ୍ଦ୍ରିକା ଦେବାର କାରଣ ହେଉଛି ସେ ତାଙ୍କର ନୂଆ ଟାର୍ଗେଟ୍ ଖୋଜି ପାଇଛନ୍ତି । ଆଉ ଏହି ଟାର୍ଗେଟ୍ ହେଉଛନ୍ତି ଖିଲାଡି କୁମାର ଓରଫ ଅକ୍ଷୟ କୁମାର । ସ୍ୱାମୀ ଅକ୍ଷୟଙ୍କୁ କୋର୍ଟକୁ ଟାଣିବାକୁ ଧମକ ଦେଇଛନ୍ତି । ଏହା ସହିତ ତାଙ୍କୁ ଦେଶରୁ ବିଦା କରିବା ପାଇଁ ସବୁ ଉଦ୍ୟମ କରିବେ ବୋଲି ବି କହିଛନ୍ତି ।

ଖିଲାଡ଼ିଙ୍କ ସହିତ କେଉଁ ଖେଳ କରିବେ ସ୍ୱାମୀ ?

After 2nd paragraph post ads

ଖିଲାଡି କୁମାରଙ୍କ ଉପରେ ସ୍ୱାମୀ ରାଗିବାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ ରାମସେତୁ । ସ୍ୱାମୀଙ୍କ ଅଭିଯୋଗ ହେଉଛି ଯେ, ଅକ୍ଷୟ ତାଙ୍କ ଫିଲ୍ମ ରାମସେତୁରେ ଭୁଲ ତଥ୍ୟ ଦେଖାଇବାକୁ ଯାଉଛନ୍ତି । ସେ ଶନିବାର ଦିନ ଗୋଟିଏ ଟ୍ୱିଟ୍ କରି ଫିଲ୍ମର ନିର୍ମାତା ଓ ଅକ୍ଷୟଙ୍କ ବିରୋଧରେ ମାମଲା ରୁଜ୍ଜ କରିବେ ବୋଲି ସୂଚନା ଦେଇଛନ୍ତି । ସ୍ୱାମୀ କହିଛନ୍ତି ଯେ, ଅକ୍ଷୟ ଯଦି ବିଦେଶୀ ନାଗରିକ ହୋଇଥିବେ ତେବେ ତାଙ୍କୁ ଦେଶରୁ ତଡି଼ବା ପାଇଁ ମଧ୍ୟ ଆମେ କହିବୁ । ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାରଙ୍କ ପାଖରେ କାନାଡା ପାସପୋର୍ଟ ରହିଛି । ଯେଉଁଥିପାଇଁ ସେ ଅନେକ ସମୟରେ ତାଙ୍କ ବିରୋଧୀଙ୍କ ଟାର୍ଗେଟକୁ ଆସିଥାନ୍ତି । ଅକ୍ଷୟ ବର୍ତ୍ତମାନର ବିଜେପି ସରକାରର ସମର୍ଥକ ଭାବେ ପରିଚିତ । ତେଣୁ ତାଙ୍କୁ ବିଜେପି ବିରୋଧୀ ଟାର୍ଗେଟ୍ କରିଥାନ୍ତି । ଏବେ ବିଜେପିର ଜଣେ ନେତା ତାଙ୍କୁ ଟାର୍ଗେଟ୍ କରିବା ଆଶ୍ଚର୍ଯ୍ୟ କରୁଥିବ । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ସ୍ୱାମୀ ଦଳ ଭିତରେ ମଧ୍ୟ କାହାକୁ ଛାଡୁନାହାନ୍ତି । ୨୦୧୪ ପରଠାରୁ ସେ ଅସନ୍ତୁଷ୍ଟ ଅଛନ୍ତି ।

Middle post content

କ’ଣ ଲେଖିଛନ୍ତି ସ୍ୱାମୀ ?

ଭାଜପା ନେତା ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ଅକ୍ଷୟ କୁମାର ଓ ତାଙ୍କ କର୍ମା ମିଡିଆ ବିରୋଧରେ କେସ କରିବି । ସେମାନେ ନିଜର ଆଗାମୀ ଫିଲ୍ମରେ ରାମସେତୁକୁ ଭୁଲ ଭାବେ ଦେଖାଇଛନ୍ତି । ସେମାନଙ୍କର ଏହି ଫିଲ୍ମ ପାଇଁ ରାମସେତୂର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି । ମୋ ଓକିଲ ସତ୍ୟ ସଭରବାଲ କେସର ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି । ଅକ୍ଷୟ ଜଣେ ବିଦେଶୀ ନାଗରିକ । ଆମେ ତାଙ୍କୁ ଦେଶରୁ ବାହାର କରିବା ପାଇଁ ମଧ୍ୟ କହିପାରୁ ।

ପୋଷ୍ଟରକୁ ନେଇ ଆଗରୁ ହୋଇଥିଲେ ଟ୍ରୋଲ୍

ଅକ୍ଷୟ ଏହି ଫିଲ୍ମର ପୋଷ୍ଟରକୁ ନେଇ ମଧ୍ୟ ଆଗରୁ ଟ୍ରୋଲ୍ ହୋଇଥିଲେ । ପୋଷ୍ଟରରେ ଅକ୍ଷୟ ମଶାଲ ଧରିଥିବା ବେଳେ ଜ୍ୟାକଲିନଙ୍କ ହାତରେ ଟର୍ଚ୍ଚ ଥିଲା । ଟ୍ରୋଲରଙ୍କ ପ୍ରଶ୍ନ ଥିଲା ଯେ, ଯଦି ଟର୍ଚ୍ଚ ଅଛି ତେବେ ମଶାଲର କାମ କ’ଣ ? ଏହି ଫିଲ୍ମରେ ଅକ୍ଷୟ ଜଣେ ଆର୍କିଓଲୋଜିଷ୍ଟ୍ ବା ପ୍ରତ୍ତ୍ନତତ୍ତ୍ୱବିତ୍ ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ରାମସେତୁର ଅତୀତ ଖୋଜୁଛନ୍ତି । ଫିଲ୍ମ ଅକ୍ଟୋବର ୨୪ରେ ରିଲିଜ୍ ହେବାର ଅଛି । ତେବେ ସ୍ୱାମୀଙ୍କ କେସ୍ ଧମକ ପରେ ଫିଲ୍ମ ନିର୍ଧାରିତ ତାରିଖରେ ରିଲିଜ୍ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami